ନିର୍ବାଚନ ଜିଣିବା ପାଇଁ ତନ୍ତ୍ର ମନ୍ତ୍ର !……..
ତନ୍ତ୍ର ମନ୍ତ୍ର ସମ୍ପର୍କିତ ମୋର କିଛି ପୂର୍ବ ପୋଷ୍ଟିଙ୍ଗ ଦେଖି ଅନେକେ ଜାଣିବାକୁ ଚାହୁଁଛନ୍ତି ଯେ ‘ନିର୍ବାଚନ ଜିଣିବାର କିଛି ତନ୍ତ୍ର ମନ୍ତ୍ର ଅଛି କି?’ ସଂପ୍ରତି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଛି । ଏଣୁ ଏହି ସମୟରେ ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଲୋକଙ୍କ ଏଭଲି ପ୍ରଶ୍ନ ଯୋଗୁଁ ମୁ ମଧ୍ୟ ଚିନ୍ତା କରିବାକୁ ବାଧ୍ୟ ହେଉଛି । ପ୍ରେମ ପାଇଁ ଆକର୍ଷଣ, ବଶୀକରଣ ଆଦି ତନ୍ତ୍ର ମନ୍ତ୍ରତ ରହିଛି । ଶତ୍ରୁକୁ ପ୍ରତିରୋଧ କରିବା ପାଇଁ ସ୍ତମ୍ଭନ ଏପରିକି ମାରଣ ବିଦ୍ୟା ବି ରହିଛି । ତାହେଲେ ନିର୍ବାଚନ ଜିଣିବା ପାଇଁ ମନ୍ତ୍ର ବି ରହିବା କଥା । କାରଣ ଅନେକ ରାଜନେତା ନିର୍ବାଚନରେ ବିଜୟ ଲାଭ କରିବା ପାଇଁ ପୂଜା ପାଠ ତନ୍ତ୍ରମନ୍ତ୍ର କରିବା ସର୍ବଦା ଚର୍ଚ୍ଚିତ ପ୍ରସଙ୍ଗ ରହିଛି । ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ନିର୍ବାଚନରେ ବିଜୟ ପାଇଁ ତାନ୍ତ୍ରିକ ଧର୍ମଗୁରୁଙ୍କ ଶରଣାଗତ ହେଉଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚିତ ପ୍ରସଙ୍ଗ ହେଉଥିଲା । ଚନ୍ଦ୍ରସ୍ୱାମୀ ଠାରୁ ସାରଥି ବାବା ପର୍ଯ୍ୟନ୍ତ କେତେ ଯେ ସାଧକ ରାଜନୈତିକ ନେତାଙ୍କ ସହାୟତା କରିଛନ୍ତି । ଯଦି ତାନ୍ତ୍ରିକ ଗୁରୁଙ୍କ ପାଖରେ ଏଭଳି କିଛି ତାନ୍ତ୍ରିକ ଶକ୍ତି ଥାଏ ତାହେଲେ ନିର୍ବାଚନ ଜିଣିବାର ମନ୍ତ୍ର ବି ନିଶ୍ଚିତ ରହିଥିବ । କାରଣ ମୋ ଦୃଷ୍ଟିରେ ତନ୍ତ୍ର-ମନ୍ତ୍ର-ଯନ୍ତ୍ର ଏସବୁ ଏକ ରକମର ଟେକନୋଲୋଜି । ଯାହା ସହାୟତାରେ କମ ପରିଶ୍ରମରେ ସ୍ୱଳ୍ପ ଶକ୍ତି ବିନିଯୋଗ କରି ଅଧିକ ଆଉଟପୁଟ ମିଲି ପାରିବ । ତନ୍ତ୍ର ଶବ୍ଦ ଉଲ୍ଲେଖ ଋକବେଦୀୟ କାଳର ଭଜନ (୧୦.୭୧)ରେ ରହିଛି । ଅଥର୍ବବେଦର ଅଂଶ ୧୦.୭.୪୨ ଏବଂ ଅନେକ ବ୍ରାହ୍ମଣରେ ମଧ୍ୟ ଏହାର ବର୍ଣ୍ଣନା ରହିଛି । । ଉତ୍ତର ବୈଦିକ ଗ୍ରନ୍ଥଗୁଡ଼ିକରେ, ତନ୍ତ୍ରକୁ ମୁଖ୍ୟ ବା ଅତ୍ୟାବଶ୍ୟକ ଅଂଶ ବେ।।ଲି ବର୍ଣ୍ଣିତ କରାଯାଇଥିବା ସମୟରେ ଅନେକ ହିନ୍ଦୁ ଓ ଜୈନ ଧର୍ମର ପୁସ୍ତକରେ ଏହାକୁ “ନୀତି, ନିୟମ, ନୀତି ପଦ୍ଧତି, କୌଶଳ,ଅର୍ଥରେ ବ୍ୟବହାର କରାଯାଇଛି । ଖ୍ରୀଷ୍ଟପୂର୍ବ ୫୦୦ ବର୍ଷରେ ବୌଦ୍ଧ ଧର୍ମ, ହିନ୍ଦୁ ଧର୍ମ ଏବଂ ଜୈନ ଧର୍ମରେ ତନ୍ତ୍ରର ଉଳ୍ଲେଖ ରହିଛି । ବୌଦ୍ଧ ଗ୍ରନ୍ଥଗୁଡ଼ିକୁରେ ତନ୍ତ୍ରକୁ ସୁତ୍ର ବୋଲି ମଧ୍ୟ କୁହାଯାଇଛି । ଯେପରି ‘ବୈରୋକାଭିିସମ୍ବାନ୍ଧୀ-ତନ୍ତ୍ରକୁ ବୈରୋକାଭିିସମ୍ବାନ୍ଧୀ ସୂତ୍ର ମଧ୍ୟ କୁହାଯାଏ । ତନ୍ତ ଶବ୍ଦର ବିଭିନ୍ନ ପ୍ରସଙ୍ଗର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ ।ଭାରତରେ ତନ୍ତ୍ରର ଇତିହାସ ଶତାବ୍ଦୀ ପୁରୁଣା ।ବିଶ୍ୱାସ କରାଯାଏ ଯେ ସର୍ବପ୍ରଥମେ ଭଗବାନ ଶିବ ବିଭିନ୍ନ ସମୟରେ ଦେବୀ ପାର୍ବତୀଙ୍କୁ ତନ୍ତ୍ରର ଜ୍ଞାନ ଦେଇଛନ୍ତି । ଯୋଗରେ ମଧ୍ୟ ତନ୍ତ୍ରର ବିଶେଷ ଭୂମିକା ରହିଛି ।କ୍ଷମତା ଓ ମନୋକାମନା ସିଦ୍ଧି ପାଇଁ ଭାରତର ବିଭିନ୍ନ ସ୍ଥାନରେ ତାନ୍ତ୍ରିକ ଦେବାଳୟ ଓ ଶକ୍ତିପୀଠ ରହିଛି ।ମାନବ ଶରୀର ଓ ବୌଦ୍ଧିକ ବିଚାର ଏହାର ବିଶେଷ ପ୍ରଭାବ ପରିଲକ୍ଷିତ ହୋଇଥାଏ । ଏକ ନିଦ୍ଦିଷ୍ଟ ଲକ୍ଷ ହାସଲ ପାଇଁ ତନ୍ତ୍ରିକ ପ୍ରୟୋଗ ଏକ ଉପକରଣ । ଯାହାର ସହାୟତାରେ ସାଧକ ନିଜର ମନୋବାଞ୍ôଛତ ଲକ୍ଷ୍ୟ ହାସଳ କରିବାରେ ସଫଲ ହୋଇଥାଏ । ତେବେ ଏହାକୁ ପରିଚାଳନା କରିବାର କଳା କୌଶଳ ସହାୟତା ସିଦ୍ଧି ଅଥବା ବିଫଳତା ପ୍ରଦାନ କରିଥାଏ । ମାନବ ସମାଜର ବିଭିନ୍ନ ଆବଶ୍ୟକତା ଓ ଆକାଂକ୍ଷା ପୂରଣ ପାଇଁ ତନ୍ତ୍ର ମନ୍ତ୍ର ପରି ଉପକରଣରେ ସାମାନ୍ୟ ପରିବର୍ତନ କରି ନୂତନ ମନ୍ତ୍ର ବା ତନ୍ତ୍ର ବିଧି ସୃଷ୍ଟି ହୋଇଥାଏ । ଗଣତନ୍ତ୍ର ଓ ନିର୍ବାଚନ ଆଧୁନିକ କାଳର ଅଟେ । ମାତ୍ର ରାଜତନ୍ତ୍ର ପ୍ରାଚୀନ । ଏଣୁ ଭୋଟ ବା ନିର୍ବାଚନ ବିଜୟ ପାଇଁ ମୋ ଜାଣିବାରେ କୌଣସି ମନ୍ତ୍ର ତନ୍ତ୍ର ନାହିଁ । ମାତ୍ର ଯୁଦ୍ଧରେ ବିଜୟ ପାଇଁ ନିଦ୍ଦିଷ୍ଟ ମନ୍ତ୍ର ରହିଛି । ଯେହେତୁ ସାଂପ୍ରତିକ ପରିସ୍ଥିତିରେ ନିର୍ବାଚନ ଏକ ଯୁଦ୍ଧ ଅନୁରୂପ ସ୍ଥିତି ସୃଷ୍ଟି କରୁଛି ଏ କ୍ଷେତ୍ରରେ ମଧ୍ୟ ପୂର୍ବର ଏହି ମନ୍ତ୍ର କାର୍ଯ୍ୟ କରିବ । ବିଜୟ ଲାଭ କରିବା ପାଇଁ ତନ୍ତ୍ରଶାସ୍ତ୍ରରେ ରହିଥିବା ମନ୍ତ୍ରଟି ହେଲା…. ‘ ଓଁ ହ୍ରିଂ ହ୍ରିଂ ବିଜୟ ସିଦ୍ଧି ହ୍ରିଂ ହ୍ରିଂ ଓଁ ଫଟ’ ଯେହେତୁ ଏହି ମନ୍ତ୍ରର ଶେଷରେ ଫଟ ଲାଗିଛି ଏହା ବୈଦିକ ମନ୍ତ୍ର ନୁହେଁ ସମ୍ପୂର୍ଣ୍ଣ ରୂପେ ତାମସିକ ତାନ୍ତ୍ରିକ ମନ୍ତ୍ର ଅଟେ । ହୁଏତ ନିର୍ବାଚନ ଜିଣିବାପାଇଁ ଏହି ମନ୍ତ୍ରଟି ସହାୟକ ହୋଇପାରେ ଏବଂ ଅନେକେ ଏହି ମନ୍ତ୍ରର ସଫଳ ବ୍ୟବହାର କରିଥିବା ଜଣାପଡ଼ିଛି । ତେବେ ମୋ ମତରେ ନିର୍ବାଚନ ରାଜନୀତିରେ ସଫଳତା ପାଇଁ କେବଳ ଏହି ତାନ୍ତ୍ରିକ ମନ୍ତ୍ର ସମ୍ପୂର୍ଣ୍ଣ ସିଦ୍ଧି ଦେଇ ପାରିବ ନାହିଁ । କାରଣ ଭୋଟରଙ୍କୁ ଆକର୍ଷଣ କରିବା ପାଇଁ ବାକ ସିଦ୍ଧି ଓ ବାକ ସଂଜମତା ନିହାତି ଆବଶ୍ୟକ । ବାକ ସଂଜମତା ଅଭାବରୁ ଅନେକ ରାଜନେତାଙ୍କ ରାଜନୈତିକ ଜୀବନର ପତନ ହୋଇଛି ।ଏହାର ଉଦାହରଣର ଅଭାବ ନାହିଁ । ଏହାର କାରଣ ହେଲା ଆମ ମୁଡରୁ ବାହାରୁ ଥିବା ପ୍ରତ୍ୟେକ ଶବ୍ଦ ଗୋଟିଏ ଗୋଟିଏ ମନ୍ତ୍ରତୂଲ୍ୟ ଅଟେ ଏବଂ ପ୍ରତ୍ୟେକ ଶବ୍ଦ ଓ ପ୍ରତ୍ୟେକ ଅକ୍ଷରର ନିଦ୍ଦିଷ୍ଟ ସ୍ୱରୂପ ଓ ପ୍ରଭାବ ରହିଛି । ଆମ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଜଣେ ତୁଙ୍ଗ ରାଜନେତା ମାତ୍ର ସେ ଏ ପର୍ଯ୍ୟନ୍ତ ଭୋଟ ରାଜନିତୀରେ ପରାଜିତ ହେବାର ମୁଖ୍ୟ କାରଣ ହେଲା ବାକ ସଂଜମତାର ଅଭାବ । ସବୁ ଅଭିନେତା ନେତା ହୋଇ ପାରନ୍ତି ନାହିଁ ମାତ୍ର ସବୁ ନେତା ବାସ୍ତବ ଜୀବନରେ ଜଣେ ଜଣେ ଅଭିନେତା । ସେମାନଙ୍କର ଦକ୍ଷତା ଓ ବାକ ଚାରୁରୀ ଉପରେ ସେମାନଙ୍କର ସଫଳତା ଓ ଅସଫଳତା ନିର୍ଭର କରିଥାଏ ।ତନ୍ତ୍ରର ମୌଳିକ ନୀତି କହୁଛି ‘ବିଶ୍ୱରେ ଏଭଳି କିଛି ନାହିଁ ିଁ ଯାହା ଇଶ୍ୱରୀୟ ନୁହେଁ ‘ ।ଅର୍ଥାତ ସବୁକିଛି ଇଶ୍ୱରୀୟ ଶକ୍ତି ଦ୍ୱାରା ପରିଚାଳିତ ।ଏବଂ ଏହାର ଏକ ନିଦ୍ଧିଷ୍ଟ ବିଧି ବିଧାନ ରହିଛି । ତନ୍ତ୍ର ସଂପୂର୍ଣ୍ଣ ରୂପେ ଅହଙ୍କାରର ବିଲୋପ କଥା କହିଥାଏ । ଅର୍ଥାତ ଏହି ତାନ୍ତ୍ରିକ ପଦ୍ଧତିରେ ଉତ୍ପନ୍ନ ପ୍ରଭାବଶାଲୀ ଶକ୍ତି ସେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ଯେ ପର୍ଯ୍ୟନ୍ତ ଅହଙ୍କାର ଏଥିରେ ବାଧା ସୃଷ୍ଟି ନ କରିଛି ।ଏଣୁ ଝଡ଼ାଫୁଙ୍କା , ଅଥବା ଯନ୍ତ୍ର ମନ୍ତ୍ର ଦ୍ୱାରା ଉତ୍ପନ୍ନ ଶକ୍ତି ହେଉ ବା ବର୍ତମାନର ଗଣତାନ୍ତ୍ରିକ ପଦ୍ଧତିରେ ଗଣ ଦ୍ୱାରା ପ୍ରଦତ ରୂପାନ୍ତରିତ ଶକ୍ତିରେ ବଳିୟାନ ରାଜନେତା ହୁଅନ୍ତୁ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ଅହଂକାର ଗ୍ରାସ ନ କରିଛି ଏହି ତାନ୍ତ୍ରିକ ଧର୍ମ ଅନୁଯାୟୀ ଶକ୍ତି ପ୍ରବାହ ନିରନ୍ତର କାର୍ଯ୍ୟ କରିବ ।ଯେତେବେଲେ ତାହା ଅହଂ ଯୁକ୍ତ ହେବ ,ସେହି ସମୟରେ ଏହି ଶକ୍ତିପ୍ରବାହ ମଧ୍ୟ ବାଧାପ୍ରାପ୍ତ ହେବ । ଏହି କାରଣରୁ ଅତୀତରେ ବରଗଡ଼ ଅଂଚଳର କେତେ ପ୍ରଭାବଶାଳୀ ନେତା ଅହଂ ଯୁକ୍ତ ହୋଇ କ୍ଷମତାଚ୍ୟୁତ ହୋଇସାରିଥିବା ନଜିର ରହିଛି ଏବଂ ଆଗାମୀ ଦିନରେ ମଧ୍ୟ କିଛି ଅହଂକାରୀ ଗର୍ବୀ ରାଜନେତାଙ୍କ ପତନ ଜଳଜଳ ହୋଇ ଦେଖା ଯାଉଛି । କାରଣ ତନ୍ତ୍ର ଏକ ମେକାନିଜମ । ସବୁ କିଛି ଠିକ ଠାକ ଥିଲେ ତାହା ଚାଳିବ ଓ ଅପାର ଶକ୍ତି ପ୍ରଦାନ କରିବ । ମାତ୍ର ଏଥିରେ ବ୍ୟତିକ୍ରମ ଦେଖାଗଲେ ତାହା ବନ୍ଦ ହେଇଯିବ କିମ୍ବା ଅବାଞ୍ôଛତ ବ୍ୟବହାର ଅନୁପଯୋଗୀ ଶକ୍ତି ପ୍ରଦାନ କରିବ ।ଏଣୁ ସତର୍କତାର ସହ ଉପଯୁକ୍ତ ଅଭିଜ୍ଞ ଗୁରୁଙ୍କ ମାର୍ଗଦର୍ଶନରେ ଏହାର ବ୍ୟବହାର କରିବାର ଆବଶ୍ୟକତା ରହିଛି ।
ସୁରେନ୍ଦ୍ର ହୋତା, ସାମ୍ବାଦିକ ବରଗଡ଼
୮ ଫେବୃୟାରୀ ୨୦୨୨
