ପୁଲିସ ଠାରୁ ଚୋର ଅଧିକ ଅଭିଜ୍ଞ

ସୁ ପ୍ରଭାତ ! କଥାରେ ଅଛି ‘ନେଇ ଜାଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଳ’ ।ଏହାର ଅର୍ଥ ହେଉଛି ଚୋରୀ କରିବାର କଳା କୌଶଳ ମଧ୍ୟ ‘ବିଦ୍ୟା’ର ଅର୍ନ୍ତଭୁକ୍ତ । ବିଦ୍ୟାଦାତ୍ରୀ ଦେବୀ ସରସ୍ପତୀଙ୍କ ପୂଜା ଶ୍ରୀ ପଞ୍ଚମୀ ଅବସରରେ ଗତକାଲି ମୁଁ କିଛି କିଛି ସାଇବର ଏକ୍ସପାର୍ଟ ଓ କ଼ିଛି ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ସହ ‘ଅଞ୍ଚଳରେ ବଢ଼ି ଚାଲିଥିବା ସାଇବର କ୍ରାଇମ’ ସମ୍ପର୍କରେ ଆଲୋଚନା କରିଥିଲି । ଆଲୋଚନାରେ ସଭିଏଁ ସହମତ ହୋଇଥିଲେ ଯେ ପୁଲିସ ଠାରୁ ଚୋର ଅଧିକ ଅଭିଜ୍ଞ ।ଆଲୋଚନାରୁ ଆହୁରି ଜଣାପଡ଼ିଥିଲା ଯେ ବରଗଡ଼ ଜିଲ୍ଲା ସମେତ ସମଗ୍ର ଭାରତ ବର୍ଷରେ ସାଇବର କ୍ରାଇମ ବଢ଼ି ଚାଲିଛି ।ଏକ ପରିସଂଖ୍ୟାନ ଅନୁଯାୟୀ, ୨୮ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଦେଶରେ ୨୧,୫୬୨ ସାଇବର ଅପରାଧ ଘଟଣା ଘଟିଥିଲା ।ଏହି ସମୟରେ କର୍ଣ୍ଣାଟକରେ ୮୭ ଏବଂ ମହାରାଷ୍ଟ୍ରରେ ୫୦,୮୦୬ ସାଇବର ଅପରାଧ ଘଟଣା ସହିତ ୩,୧୭,୪୩୯ ସାଇବର ଅପରାଧ ଘଟଣା ଏବଂ ୫,୭୭୧ ଏଫଆଇଆର ରେକର୍ଡ କରାଯାଇଥିଲା । ସାଇବର କ୍ରାଇମ ପାଇଁ ହ୍ୟାକର ମାନେ ଆର୍ଟିଫିସିଏଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ ପ୍ରୋଟୋକଲ, ଅଳଗରିଦମ ଓ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରୁଛନ୍ତି । ସଂପ୍ରତି ଦେଶରେ ଇଣ୍ଟରନେଟ ପ୍ରୋଟୋକଲରେ ଏକାଧିକ ଅନଲାଇନ ଡ଼ିଭାଇସ ସଂଯୋଗ କରି ଡ଼ିଷ୍ଟ୍ରିବ୍ୟୁଟେଡ଼ ଡ଼ିନାଏଲ ଅଫ ସାର୍ଭିସ (ଡ଼ିଡ଼ିଓଏସ), ବଟନେଟ୍ସ ଆଦି ପ୍ରକ୍ରିୟା ସହାୟତାରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପରିଚୟ ଚୋରି କରିବା,ସାଇବବର ଷ୍ଟଲ୍କଂ, ସୋସିଏଲ ଇଞ୍ଜିନିୟରିଙ୍ଗ, ପିସିଙ୍ଗ ଆଦି ସହାୟତାରେ ଅବାଞ୍ôଛତ ପ୍ରୋଗ୍ରାମିଙ୍ଗ ଓ ବେଆଇନ ବିଷୟବସ୍ତୁ ବ୍ୟବହାରର ପ୍ରଚଳନ ବଢ଼ିଛି ।ସାଇବର କ୍ରାଇମ ସହ ଜଡ଼ିତ ହେକର୍ସ ମାନେ ଯେଉଁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରୁଛନ୍ତି ସେମାନଙ୍କୁ ଧରିବା ପାଇଁ ପୁଲିସ ପାଖରେ ଅନୁରୂପ ଟେନୋଲୋଜି ଓ ବୈଷୟିକ କର୍ମଚାରୀଙ୍କ ଅଭାବ ରହିଛି । ହେକର୍ସ ମାନେ ସଂପ୍ରତି କୌଣସି ବ୍ୟକ୍ତିର ଫଟେ, ଭଏସ ଓ ବାୟୋମେଟ୍ରିକ୍ସ ଡ଼ାଟାର କ୍ଳୋନିଙ୍ଗ କରିବାରେ ସକ୍ଷମ ହେବା ସହ ଅପରାଧିକ କାର୍ଯ୍ୟରେ ତହିଁର ବିନିଯୋଗ କରୁଛନ୍ତି । ଡ଼େକ୍ସଟପ ଓ ଲେପଟପ ଇଣ୍ଟରନେଟ ୟୁଜରଙ୍କ ଅପେକ୍ଷା ଆନାରଏଡ଼ ମୋବାଇଲ ଫୋନରେ ଇଣ୍ଟରନେଟ ବ୍ୟବହାର କରୁଥିବା ୟୁଜର ମାନେ ସହଜରେ ଏହିଭଳି ହ୍ୟାକରଙ୍କ ଟାରଗେଟରେ ଆସୁଛନ୍ତି । ଜାଭା, ସି ପ୍ଳସ ପ୍ଳସ, ପାଇଥନ,ଅବଜେକ୍ଟିବ ସି, ସି ହେଜ, କିମ୍ବା ମୋବାଇଲ ଆନାରଏଡ଼ ଜାଭା, ରୁବି,ଗିଟହବ ରେପେ ଆଦି ଓପନ ଏସେସ ଇଣ୍ଟରନେଟ ପ୍ରୋଟୋକଲ ତୁଲନାରେ ପ୍ରୋଟୋ -୩, ଏବଂ ଜିଆରପିସି ପ୍ରୋଟୋକଲ ଅଧିକ ସୁରକ୍ଷିତ ବୋଲି ଏହି ଆଇଟି ଏକ୍ସପାର୍ଟ ମାନେ ମତବ୍ୟକ୍ତ କରିଥିଲେ । ସାଇବର କ୍ରାଇମ ପାଇଁ ଅପରାଧି ମାନେ ଯେଉଁ ଷ୍ଟାଣ୍ଡାର୍ଷ୍ଟ ଓ ଟେକନୋଲୋଜିର ବ୍ୟବହାର କରୁଛନ୍ତି ତାହା ସାଧାରଣ ପୁଲିସର ପହଞ୍ଚର ବାହାରେ । କାରଣ ପୁଲିସ ପାଖରେ ଆଇଟି ଯୋଗ୍ୟତା ଧାରୀ ପୁଲିସ ଅଧିକାରୀଙ୍କ ଅଭାବ ରହିଛି । ଅବଶ୍ୟ ଏବେ ପ୍ରତି ଜିଲ୍ଲାରେ ସାଇବର କ୍ରାଇମର ମୁକାବିଲା କରିବା ପାଇଁ ‘ ଚୋବିଷ ଘଣ୍ଟିଆ ସାଇବର ସେଲ’ ଖୋଲାଯାଇଛି ଏବଂ ଜଣେ ଜଣେ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆ ଯାଇଛି । ମାତ୍ର ସାଇବର ସିକ୍ୟୁରିଟି ଏକ ଇଞ୍ଜିନିୟରିଙ୍ଗ ବିଷୟ ।ଏଣୁ ଏହି ସେଲରେ ସାମାନ୍ୟ ବର୍ଗର ପୁଲିସ ଅଧିକାରୀଙ୍କ ତୁଲନାରେ ସାଇବର ସୁକ୍ୟୁରିଟି ଏବଂ ଏଥିକାଲ ହେକିଙ୍ଗରେ ପାରଙ୍ଗମ ଥିବା ଯୋଗ୍ୟ ଇଞ୍ଜିନିୟର ମାନଙ୍କୁ ଏହି ସେଲର ଦାୟିତ୍ୱ ଦିଆଗଲେ ତାହା ଅଧିକ ପ୍ରଭାବଶ।।ଳୀ ହୋଇ ପାରିବ ।ଏହା ବ୍ୟତିତ ପୋଲିସ ବିଭାଗର ଆଧୁନିକି କରଣ ଓ ସର୍ବଭାରତୀୟ ସ୍ତରରେ ଇଣ୍ଟରନେଟ ପ୍ରୋଟୋକଲର ଷ୍ଟାଣ୍ଡାଡ଼ାଇଜେସନର ଆବଶ୍ୟକତା ରହିଛି । ଯେପରିକି ଭାରତୀୟ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ବ୍ୟବହୃତ ଅଧିକାଂଶ ଏଟିଏମ ଏବେ ବି ୩୨ବିଟ ଓ ୬୪ ବିଟ ଏନକ୍ରିପସନରେ ଚାଲୁଛି । ଅବଶ୍ୟ ଏବେ ଅଳ୍ପ ସଂଖ୍ୟକ ଏଟିଏମ ୧୨୮ ବିଟ ଏନକ୍ରିପସନରେ ଚାଲିବା ଆରମ୍ଭ କରିଛି । ଏଣୁ ଏହି ଏନକ୍ରିପସନ ବ୍ୟବସ୍ଥାରେ ସମାନତା ଆବଶ୍ୟକ । ରାଜ୍ୟର ଅଧିକାଂଶ ସ୍ଥାନରେ ପୁଲିସ ପକ୍ଷରୁ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି ଲଗାଯାଇଛି । ତନ୍ମଧ୍ୟରୁ ଏଚଡ଼ି ସିସିଟିଭି ସଂଖ୍ୟା ନଗଣ୍ୟ । ସିସିଟିଭିର ପିକସେଲ ରେସିଓ ଅଧିକ ନହେଲେ ଅପରାଧିଙ୍କୁ ଚିହ୍ନଟ ସମ୍ଭବପର ନୁହେଁ । ଏହି କାରଣରୁ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ମିଲିବା ସତ୍ୱେ ପୁଲିସ ଅପରାଧିଙ୍କୁ ଚିହ୍ନଟ କରିବା ଓ ଧରିବାରେ ସକ୍ଷମ ହୋଇପାରୁ ନାହିଁ । ଯେହେତୁ ପୁଲିସର ସିସିଟିଏନସ ବ୍ୟବସ୍ଥାରେ ଅପରାଧି ମାନଙ୍କ ବାୟୋମେଟ୍ରିକ୍ସ ତଥ୍ୟ ସଂଗୃହୀତ ରହିଛି । ପୁଲିସ ହାଇ ରିଜୋଲ୍ୟୁସନ ଫଟୋ ସହାୟତାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ଏଭଳି ଅପରାଧିଙ୍କୁ ସହଜରେ ଚିହ୍ନଟ କରିପାରିବ ।ଏପରିକି ସାମାନ୍ୟ ଚଷମା ପରି ଇଣ୍ଟରନେଟ ଡ଼ିଭାଇସ ବ୍ୟବହାର କରି ଜନଗହଲି ଭିତରେ ଘୁରିବୁଲୁଥିବା ଅପରାଧି (ଯେଉଁମାନଙ୍କ ବାୟୋମେଟ୍ରିକ୍ସ ତଥ୍ୟ ସିସିଟିଏନସ ପୋର୍ଟାଲ କିମ୍ବା ଅଧାର ଡ଼ାଟାବେସରେ ସଙ୍କଳିତ ଥିôବ) ପୁଲିସ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କର ଗତିବିଧି ଉପରେ ନଜର ରଖିପାରିବ ।ଏପରିକି ମୁଖ୍ୟା ପିନ୍ଦା ଅପରାଧିଙ୍କ ପରିଚୟ ମଧ୍ୟ ଅଛପା ରହିବ ନାହିଁ । ତୋସିବା, ହିଟାଚି, ଟିଏସିଏସ, ଇନଫୋସିସ ,ଏବିଏସ ଟେକନୋଲୋଜି ଆଦି ଆଇଟି ସଂସ୍ଥାରେ ଏ ପ୍ରକାର ସଲ୍ୟୁସନ ଉପଲବ୍ଧ ରହିଛି ।ଯଦିଓ ଓଡ଼ିଶା ରାଜ୍ୟସରକାର ଓଡ଼ିଶା ପୁଲିସ ବ୍ୟବସ୍ଥାର ଆଧୁନିକିକରଣ କରିବାକୁ ଚାହୁଛନ୍ତି । ମାତ୍ର ସେହି ଅନୁପାତରେ ଆଧୁନିକିକରଣ ପାଇଁ ବଜେଟ ବ୍ୟବସ୍ଥାରେ ଅର୍ଥବରାଦ କରୁ ନାହାନ୍ତି । କାରଣ ପୁଲିସ ଆଧୁନିକିକରଣ ପାଇଁ ହାଇଏଣ୍ଡ ଟେକନୋଲୋଜି ପାଇଁ ଅନୁରୂପ ବ୍ୟୟ ବରାଦ କରିବା ଆବଶ୍ୟକ । ଆଗରୁ ଲୋକେ କହୁଥିଲେ ‘ପୁଲିସ ଡ଼ାଲେ ଡ଼ାଲେ ଗଲେ ଚୋର ପତ୍ରେ ପତ୍ରେ ଯାଇଥାଏ’ । ବାସ୍ତବିକ ଏହା ନିଛକ ସତ୍ୟ ।ପୁଲିସ ଠାରୁ ଅପରାଧି ମାନେ ଅଧିକ ଚତୁର । ସମ୍ଭବତଃ କିଛି ଅପରାଧିଙ୍କ ମୁର୍ଖତା କିମ୍ବା ଅଜ୍ଞତା ଯୋଗୁଁ ଆକସ୍ମିକ ରୂପେ ଅପରାଧି ଧରାପଡ଼ୁଛନ୍ତି । କାରଣ ପୁଲିସ ପାଖରେ ବାସ୍ତବ ଅପରାଧିଙ୍କୁ ଧରିବା ପାଇଁ ସମୟ ନାହିଁ କି କର୍ମଚାରୀ ମଧ୍ୟ ନାହାନ୍ତି । ଆଇନଶୃଙ୍ଖଲା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ପୁଲିସର ମୁଖ୍ୟ ଦାୟିତ୍ୱ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟରେ ପୁଲିସକୁ ନୟୋଜିତ କରାଯାଉ ଥିବାରୁ ପୁଲିସ ତାର ମୌଳିକ ଦାୟିତ୍ୱ ସମ୍ଭାଦନ କରି ପାରୁ ନାହିଁ ।ଏଣୁ ପୁଲିସ ବ୍ୟବସ୍ଥାରେ ବ୍ୟାପକ ସଂସ୍କାରର ଆବଶ୍ୟକତା ରହିଛି । ରାଜ୍ୟ ସରକାର ତାଙ୍କ ‘ମେକ ଇନ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ଏଥିକାଲ ହେକର ଓ ଆଇଟି ପ୍ରଫେସନାଲଙ୍କୁ ସାଇବର ସେଲ କାର୍ଯ୍ୟକ୍ରମ ସାମିଲ କରିପାରିଲେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୁଲିସ ମଧ୍ୟ ଦେଶରେ ଏକ ନମ୍ବର ସ୍ଥାନରେ ରହି ପାରିବ ବୋଲି ଏହି ଆଇଟି ପ୍ରଫେସନାଲ ମାନେ ଆଲୋଚନା ସମୟରେ ମତବ୍ୟକ୍ତ କରିଥିଲେ । ଏହି ଆଇଟି ପ୍ରଫେସନାଲ ମାନଙ୍କ ସହ ଆଲୋଚନା କରିବା ସମୟରେ ହଠାତ ବରଗଡ଼ ସୌଖିନ ରଙ୍ଗମଞ୍ଚରେ ଦେଖିଥିବା ଏକ ନାଟକର ଧାଡ଼ିଟିଏ ମନେପଡ଼ୁଛି । ନାଟକର ନାଁ ମୋର ମନେ ନାହିଁ ତେବେ ନାଟକରେ ସଂଲାପଟିଏ ଥିଲା । ଯାହାର ସାରମର୍ମ ଏହିପରି ଥିଲା ‘ସରକାର ପୁଲିସ ବିଭାଗକୁ ଗାଡ଼ି, ମଟର,ବନ୍ଧୁକ ଗୁଲି ସବୁ କିଛି ଦେଇଛି ହେଲେ ସ୍ୱାଧିନ ରୂପେ ଚିନ୍ତା କରିବା ପାଇଁ ବୁଦ୍ଧି ଓ କ୍ଷମତା ଦେଇନାହିଁ । ବନ୍ଧୁକ ଦେଇଛି ହେଲେ ଗୁଲି ଚଲାଇବା ପୂର୍ବରୁ ହାତ ବାନ୍ଧି ଦେଇଛି ।ଅତ୍ୟାଧୁନିକ ବନ୍ଧୁକଧାରୀ ଅପରାଧିଙ୍କୁ ଲାଠିଧାରୀ ପୁଲିସ କିପରି କାବୁ କରି ପାରିବ?’ ବାସ୍ତବିକ ଏହା ଚିନ୍ତା କରିବାର ସମୟ ।ଆମେ ବିଭିନ୍ନ ଆଇନ କାନୁନ ମାଧ୍ୟମରେ ପୁଲିସର ହାତ ବାନ୍ଧି ଦେଇଛୁଁ । ଅପରାଧିଙ୍କୁ ପୁଲିସ ପିଟି ପାରିବ ନାହିଁ । ଆଇନକାନୁନ ଭୟରେ ପୁଲିସର ନୀରବତା ସମାଜରେ ଅପରାଧିକ ଶକ୍ତିକୁ ପ୍ରୋତ୍ସାହିତ କରିବ । ଏଣୁ ଏଭଳି ପରିସ୍ଥିତିରେ ପୁଲିସକୁ ବୌଦ୍ଧିକ ବିକାଶ ଓ ଅତ୍ୟାଧୁନିକ କାରିଗରୀ କୌଶଳ ସହାୟତାରେ ପୁଲିସକୁ କାର୍ଯ୍ୟ କରିବାକୁ ପଡ଼ିବ ।ଏଣୁ ଏ ଦିଗରେ ରାଜ୍ୟ ପୁଲିସ ବିଭାଗ ମଧ୍ୟ ଆନ୍ତରିକତାର ସହ ଉଦ୍ୟମ କରିବା ଆବଶ୍ୟକ । ଆମର ରାଜନେତା ଓ ଜନସାଧାରଣ ମଧ୍ୟ ପୁଲିସ ବିଭାଗର ଆଧୁନିକିକରଣ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାର ଆବଶ୍ୟକତା ରହିଛି`

ସୁରେନ୍ଦ୍ର ହୋତା, ସାମ୍ବାଦିକ ବରଗଡ଼

୬ ଫେବୃୟାରୀ ୨୦୨୨ସମ୍ପର୍କ ୯୪୩୭୧୧୦୨୫୦

Leave a Reply

Your email address will not be published.