.
ମନ୍ତ୍ର-ଯନ୍ତ୍ର-ତନ୍ତ୍ର ମଧ୍ୟ ଏକ ବିଜ୍ଞାନ: ଆଧୁନିକ ବିଜ୍ଞାନ ଏହାକୁ ଏପର୍ଯ୍ୟନ୍ତ ଆଗ୍ରାହ୍ୟ କରିପାରି ନାହିଁ ଗତ କାଲିର ମୋର ଫେସବୁକ ପୋଷ୍ଟିଙ୍ଗ ‘ସେଭ ଟଣ୍ଢେଇ’ ସମ୍ପର୍କରେ ରାଜ୍ୟବ୍ୟାପୀ ବିଭିନ୍ନ ଅଞ୍ଚଳରୁ ଭିନ୍ନଭିନ୍ନ ମତ ଆସିଛି । ଅନେକ ବୁଦ୍ଧିଜିବୀ ଆଧୁନିକ ବୈଜ୍ଞାନିକ ଯୁଗରେ ‘ଟଣ୍ଢେଇ’ ବା ‘ୱିଚ କ୍ରାପ୍ଟ’କୁ ଗ୍ରହଣ କରି ପାରୁ ନାହାନ୍ତି । ଅନେକେ ଏହାର ବୈଜ୍ଞାନିକ ଅଧାର ଓ ସତ୍ୟତାର ଆଧାର ସମ୍ପର୍କରେ ଜାଣିବା ପାଇଁ ଚାହିଁଛନ୍ତି । ଆଜି ଦିନ ତମାମ ଲୋକେ ଟେଲିଫୋନରେ ମୋତେ ଏସବୁ ପ୍ରଶ୍ନ ପଚାରିବା ସହ ଆଲୋଚନା କରିଥିଲେ । ଏହି କଥାବାର୍ତା ଓ ଆଲୋଚନାରୁ ମୁ ମଧ୍ୟ ବହୁ ନୂତନ କଥା ଜାଣିବାକୁ ପାଇଲି । ଆମେରିକାରେ ୱିଚ କ୍ରାଫ୍ଟ ଏକ ପ୍ରଫେସନ । ଏଥି ସକାଶେ ସେଠାରେ ବିଧିବଦ୍ଧ ଶିକ୍ଷାକେନ୍ଦ୍ର ରହିଛି ।ସେଠାରୁ ପାସ କରିବା ପରେ ସେମାନଙ୍କୁ ‘ପ୍ରଫେସନାଲ ୱିଇଚ’ ସାର୍ଟିଫିକେଟ ପ୍ରଦାନ କରାଯାଉଛି । ସେହିପରି ଏକଦା ସୋଭିଏତ ଋଷର ଗୁପ୍ତଚର ସଂସ୍ଥା ‘କେଜିବି’ମଧ୍ୟ ତାଙ୍କ ଶତୃମାନଙ୍କୁ କାବୁ କରିବା ପାଇଁ ୱିଚକ୍ରାପ୍ଟର ସହାୟତା ନେଉଥିଲା । ଏସବୁ ତଥ୍ୟ ମୋ ପାଇଁ ନୂତନ ଥିଲା । ଆମେରିକା ରୁଷ ପରି ବିଜ୍ଞାନ ଉନ୍ନତ ରାଷ୍ଟ୍ର ଗୁଡ଼ିକ ଏଭଳି ଗୁଣି ଗାରେଡ଼ିି ପରି ବସ୍ତୁକୁ ବିଶ୍ୱାସ କରୁଛନ୍ତି ତାହା ମୋତେ ଆଶ୍ଚର୍ଯ୍ୟ ଚକିତ କରିଥିଲା । ତେବେ ସମ୍ପୃକ୍ତ ରାଷ୍ଟ୍ର ଗୁଡ଼ିକର ବୈଜ୍ଞାନିକ ମାନେ ଏହାକୁ ଏକ ବିଜ୍ଞାନ ରୂପେ ଗ୍ରହଣ କରିଛନ୍ତି । ସେମାନଙ୍କ ଦୃଷ୍ଟିରେ ଏହା ଏକ ଶକ୍ତି ଉର୍ଜା ଦ୍ୱାରା ପରିଚାଳିତ ବ୍ୟବସ୍ଥା । କୌଣସି ପ୍ରକାର ଶକ୍ତିଉର୍ଜାକୁ ଆମେ ଭୌତିକ ଦୃଷ୍ଟିରେ ଦେଖିପାରୁ ନଥିଲେ ମଧ୍ୟ ତାହାର ଅସ୍ତିତ୍ୱ ରହିଛି ଏବଂ ଆଧୁନିକ କ୍ୱାଣ୍ଟମ ଫୀଜିକ୍ସ ଓ କ୍ୱାଣ୍ଟମ କେମେଷ୍ଟ୍ରୀ ଦ୍ୱାରା ଏହା ପ୍ରମାଣିତ ହୋଇ ସାରିଛି । ପଦାର୍ଥ ବିଜ୍ଞାନରେ, ଏକ ପାରସ୍ପରିକ କାର୍ଯ୍ୟରେ ଜଡିତ କୌଣସି ଭୌତିକ ଶକ୍ତିର ସର୍ବନିମ୍ନ ପରିମାଣ ହେଉଛି ଏକ କ୍ୱାଣ୍ଟମ (ବହୁବଚନ କ୍ୱାଣ୍ଟା) ।ଭୌତିକ ସମ୍ପତ୍ତିର ମାତ୍ରାବଦ୍ଧ ମୌଳିକ ଧାରଣାକୁ ‘ପରିମାଣକରଣର ପରିକଳ୍ପନା’ (“the hypothesis of quantization”) କୁହାଯାଇଥାଏ ।This means that the magnitude of the physical property can take on only discrete values consisting of integer multiples of one quantum । ଉଦାହରଣ ସ୍ୱରୂପ, ଏକ ଫୋଟନ୍ ହେଉଛି ଏକ ପରିମାଣର ଆଲୋକ (କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ଚୁମ୍ବକୀୟ ବିକିରଣର)ର ମାନକ । ଠିକ ସେହିପରି ଭାବରେ, ପରମାଣୁ ମଧ୍ୟରେ ଅଦୃଶ୍ୟ ଶକ୍ତିରେ ବନ୍ଧା ହୋଇଥିବା ଇଲେକ୍ଟ୍ରନ୍ର ଶକ୍ତି ଉର୍ଜା ମଧ୍ୟ ମାତ୍ରାବଦ୍ଧ ହୋଇଥାଏ । ତାହା କେବଳ କିଛି ନିର୍ଦ୍ଦିଷ୍ଟ ମୂଲ୍ୟରେ ବିଦ୍ୟମାନ ହୋଇପାରେ । ସାଧାରଣତଃ ପରମାଣୁ ଏବଂ ପଦାର୍ଥ ସ୍ଥିର ଅଟେ । କାରଣ ଇଲେକ୍ଟ୍ରନ୍ ଗୁଡିକ କେବଳ ପରମାଣୁ ମଧ୍ୟରେ ଅର୍ନ୍ତନିହିତ ପୃଥକ ଶକ୍ତି ସ୍ତରରେ ବିଦ୍ୟମାନ ରହିପାରନ୍ତି । ଏହି କ୍ୱାଣ୍ଟାଇଜେସନ୍ ହେଉଛି କ୍ୱାଣ୍ଟମ୍ ମେକାନିକ୍ସର ବହୁ ବିସ୍ତୃତ ପଦାର୍ଥ ବିଜ୍ଞାନର ମୂଳଦୁଆ ।ଶକ୍ତିର ପରିମାଣ ଏବଂ ଶକ୍ତି ଏବଂ ବସ୍ତୁ କିପରି କାର୍ଯ୍ୟ କରେ ତାହା ଉପରେ ଏହାର ପ୍ରଭାବ (କ୍ୱାଣ୍ଟମ୍ ଇଲେକ୍ଟ୍ରୋଡାଇନାମିକ୍ସ) ପ୍ରକୃତି ବୁଝିବା ଏବଂ ବର୍ଣ୍ଣନା କରିବା ପାଇଁ ମୌଳିକ ଢ଼ାଞ୍ଚାର ଏକ ଅଂଶ ବିଶେଷ ଅଟେ । ଆଧୁନିକ ବିଜ୍ଞାନ ଏସବୁ ଅଦୃଶ୍ୟ ଶକ୍ତି ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ଏବେ କ୍ୱାଣ୍ଟମ ଫିଜିକ୍ସର ସହାୟତା ନେଉଛି । ମନ୍ତ୍ର ଓ ତନ୍ତ୍ର ଦ୍ୱାରା ସୃଷ୍ଟ ଶକ୍ତିର ମାପ ଓ ବର୍ଣ୍ଣନ ପାଇଁ ଏହାର ସହାୟତା ନିଆଯାଉଛି । ଯନ୍ତ୍ର ମନ୍ତ୍ର ତନ୍ତ୍ର କେବଳ ପଶ୍ଚିମ ଓଡ଼ିଶା ବା ଭାରତରେ ଅଛି ତାହା ନୁହେଁ ବିଶ୍ୱର ସମସ୍ତ ଦେଶରେ ଏହା ଭିନ୍ନ ଭିନ୍ନ ରୂପରେ ବିଦ୍ୟମାନ ରହିଛି । ମଣିଷ ହେଉ ବା ପଥର ସଂସାରର ସମସ୍ତ ପଦାର୍ଥ ପାର୍ଟିକିଲ ଦ୍ୱାରା ଗଠିତ । ଜଡ଼ ଓ ଚେତନ ସବୁ ଭିତରେ ପାର୍ଟିକିଲ ରୂପରେ ତରଙ୍ଗାୟିତ ଶକ୍ତିର ଅଦୃଶ୍ୟ ମାତ୍ର ଅପାର ଭଣ୍ଡାର ଭରି ରହିଛି । ପାର୍ଟକିଲର ସଂଯୋଗ ଓ ବିଘଟନ ଦ୍ୱାରା ଶକ୍ତିର ସଞ୍ଚାର ହୋଇଥାଏ ।କ୍ୱାଣ୍ଟମ ପିଜିକ୍ସ ଅନୁସାରେ ଯଦି କୌଣସି ପାଟିର୍କିଲ ପରସ୍ପର ସହିତ ଯୋଡ଼ି ହୋଇ ରହିଛନ୍ତି ତାହେଲେ ସେମାନଙ୍କ ପୃଥକୀକରଣ ସତ୍ୱେ ଉର୍ଜା ତରଙ୍ଗ ବା ଇଥର ମାଧ୍ୟମରେ ଉଭୟ ପାର୍ଟିକିଲ ଭିତରେ ସମ୍ପର୍କ ରହିବ ।ଏଥିରେ ଦୂରତା ଅନ୍ତରାୟ ସୃଷ୍ଟି କରିପାରୁ ନାହିଁ । ଏହାକୁ ଆଧୁନିକ ବିଜ୍ଞାନରେ କ୍ୱାଣ୍ଟମ ଏଣ୍ଟାଙ୍ଗଲମେଣ୍ଟ କୁହାଯାଉଛି ।ଏହି ଥିଓରି ଅନୁସାରେ ପ୍ରତ୍ୟେକ ପାର୍ଟିକିଲ ଏକ ସାଙ୍ଗରେ ଏକାଧିକ ସ୍ଥାନରେ ଉପସ୍ଥିତି ଜାହିର କରି ପାରିବ । କୌଣସି ପାର୍ଟିକିଲର ବାସ୍ତବ ସ୍ଥିତି ଜାଣିବା ଆଧୁନିକ ବିଜ୍ଞାନ ପାଇଁ ମଧ୍ୟ ଏକ ଚେଲେଞ୍ଜ ସୃଷ୍ଟି କରିଛି । ପାର୍ଟିକିଲର ଏହି ଗତି ଦ୍ୱାରା ଉର୍ଜା ସ୍ରୋତ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ ହୋଇଥାଏ । ଏହି ପ୍ରକ୍ରିୟା ବା ମେକାନିଜମ ଦ୍ୱାରା ଦୂରଦୂରାନ୍ତ ସ୍ଥାନକୁ ଶକ୍ତିର ରୂପାନ୍ତରଣ ସମ୍ଭବ । ଶକ୍ତି ସଞ୍ଚାର ଦୃଷ୍ଟିରେ ବିଚାର କରାଗଲେ ସମସ୍ତ ଶକ୍ତି ଏକୁ ଆରେକ ସମ୍ପର୍କିତ ଅଟନ୍ତି । ଏହା ଆକର୍ଷଣ ହୋଇ ପାରେ କିମ୍ବା ବିକର୍ଷଣ ହୋଇପାରେ ।ଏହି ଆକର୍ଷଣ ଓ ବିକର୍ଷଣ ଶକ୍ତିକୁ ନିୟନ୍ତ୍ରିତ କରି ପରିବେଶ ଅଥବା ଅନ୍ୟକୁ ପ୍ରଭାବିତ ଓ ବିନିଯୋଗ କରିବା ବିଦ୍ୟା ହିଁ ତ ତନ୍ତ୍ର । ଗତକାଲିର ଫେସବୁକ ପୋଷ୍ଟିଙ୍ଗ ପରେ ମୋର ଅନେକ ବନ୍ଧୁ ପ୍ରଶ୍ନ କରିଥିଲେ ତନ୍ତ୍ର ମନ୍ତ୍ରରେ ବର୍ଣ୍ଣିତ ମୋହିନୀ ବିଦ୍ୟା କଣ ସତରେ ଅଛି? ଏହାର ସଠିକ ଉତ୍ତର ମୋ ପାଖରେ ନାହିଁ । ମାତ୍ର ସମ୍ମେହାନ ଶକ୍ତିକୁ ମୁଁ ଅସ୍ୱୀକାର କରି ପାରୁ ନାହିଁ । ବୈଜ୍ଞାନିକ ମାନେ ଏ କ୍ଷେତ୍ରରେ ମଧ୍ୟ ଗବେଷଣା କରୁଛନ୍ତି । ଆମ ମସ୍ତିସ୍କ ଯେତେବେଲେ କୌଣସି ଶବ୍ଦ ସମ୍ପର୍କରେ ଚିନ୍ତନ କରିଥାଏ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ । ଆଧୁନିକ ବିଜ୍ଞାନ ଏହି ସମୟରେ ମସ୍ତିଷ୍କରୁ ନିର୍ଗତ ଶକ୍ତି ତରଙ୍ଗର ବିନିଯୋଗ କରି ବିଭିନ୍ନ ପେଟେର୍ଣ୍ଣ ସଙ୍କଳିତ କରି ତହିଁର ବିଷ୍ଲେଷଣ ଚଲାଇଛନ୍ତି । ଯାହା ପ୍ରମାଣିତ କରୁଛି ଯେ ଆମର ଚିନ୍ତନ ଶକ୍ତିକୁ ଭୌତିକ ଶକ୍ତିରେ ରୂପାନ୍ତରିତ କରାଯାଇ ପାରିବ । କାରଣ ଚିନ୍ତନରୁ ଶକ୍ତିର ସଞ୍ଚାର ହେଉଛି ଏବଂ ଶକ୍ତି ପାର୍ଟିକିଲର ଭିନ୍ନ ରୂପ ମାତ୍ର । ଆମେ ଯେତେବେଲେ କୌଣସି ବ୍ୟକ୍ତିର ଶୁଭ ଚିନ୍ତା କରିଥାଊଁ ତାହା ଅପର ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥାଏ ।କାରଣ ଏତଦ୍ୱାରା ଧନାତ୍ମକ ଶକ୍ତି ସଞ୍ଚାରିତ ହୋଇଥାଏ । ନମସ୍କାର , ଆର୍ଶୀବାଦ ଦ୍ୱାରା ବାସ୍ତବରେ ପରସ୍ପର ମଧ୍ୟରେ ଶକ୍ତି ତରଙ୍ଗ ଓ ଉର୍ଜାର ଆଦାନ ପ୍ରଦାନ ହୋଇଥାଏ । ଠିକ ସେହିପରି ଆମେ କାହାରି ଅମଙ୍ଗଳ କାମନା କରିବା କିମ୍ବା ଗାଲିଦ୍ୱାରା ଦେବା ନକାରତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଯାହା ଉଭୟପକ୍ଷର କ୍ଷତି କରିଥାଏ । ଏସବୁ ଶକ୍ତି ସଞ୍ଚାର ପ୍ରକ୍ରିୟାରୁ ସମ୍ଭନ, ମୋହନ, ବିଦ୍ୱେଷଣ, ବଶୀକରଣ, ଉଚ୍ଛାଟନ, ମାରଣ ଆଦି ଛଅ ପ୍ରକାର ତାନ୍ତ୍ରିକ କାର୍ଯ୍ୟ ସମ୍ପାଦିତ କରାଯାଇଥାଏ । କାରଣ ଆମର ବିଚାର ଶକ୍ତି ଦ୍ୱାରା ଅନ୍ୟକୁ ପ୍ରଭାବିତ କରାଯାଇ ପାରିବ ଏହା ବେଜ୍ଞାନିକ ମାନଙ୍କ ଦ୍ୱାରା ପ୍ରମାଣିତ ହୋଇ ପାରିଛି । ତେବେ ଏଇଠି ପ୍ରଶ୍ନ ଉଠିବାରେ ବିଚାର ପ୍ରକ୍ରିୟା ଯଦି ଏକ ଶକ୍ତି , ଏହି ଶକ୍ତି ଦ୍ୱାରା କେବଳ ମଣିଷ ଅଥବା ଅନ୍ୟ ଜୀବକୁ ପ୍ରଭାବିତ କରାଯାଇ ପାରିବ ନାଁ ଜଡ଼ ପଦାର୍ଥକୁ ମଧ୍ୟ ପ୍ରଭାବିତ କରାଯାଇ ପାରିବ । ବିଜ୍ଞାନ ଦ୍ୱାରା ଏକଥା ମଧ୍ୟ ପ୍ରମାଣିତ ହୋଇ ସାରିଛି ଯେ ବିଚାର ଦ୍ୱାରା ଜଡ଼ ପଦାର୍ଥ ମଧ୍ୟ ପ୍ରଭାବିତ ହୋଇଥାଏ । Bioinspiration & Biomimetics ଜର୍ଣ୍ଣାଲର ୨୬ ଅଗଷ୍ଟ ୨୦୧୧ରେ ପ୍ରକାଶିତ ସନ୍ଦର୍ଭରେ ଏହାର ସତ୍ୟତା ପ୍ରତିପାଦିତ କରାଯାଇଛି । ଏହି ପରୀକ୍ଷଣରେ ଦର୍ଶା ଯାଇଛି ଯେ କିଭଳି କୁକୁଡ଼ା ଚିଆଁ ମାନଙ୍କ ଦ୍ୱାରା ଏକ ରୋବର୍ଟର ଗତିବିଧି ପ୍ରଭାବିତ ହୋଇଛି । ସାଧାରଣତଃ ଅଣ୍ଡାରୁ ବାହାରୁଥିବା କୁକୁଡ଼ା ଚିଆଁ କିମ୍ବା ଅନ୍ୟ ପକ୍ଷୀ ଶାବକ ସର୍ବଦା ତା ମାଁର ପଛେ ପଛେ ଚାଲିଥାଏ । କାରଣ ଅଣ୍ଡାରୁ ବାହାିଲା ମାତ୍ରେ ସେ ତାର ମାଁକୁ ଦେଖିଥାଏ । ଭିନ୍ନ ଅର୍ଥରେ ଅଣ୍ଡାରୁ ବାହାରିଲା ପରେ କୁକୁଡ଼ା ଚିଆଁ ଯାହାକୁ ଦେଖେ ତାହାକୁ ତାର ମାଁ ବୋଲି ଗ୍ରହଣ କରି ନେଇଥାଏ । ଏହି ଯୁକ୍ତିର ଆଧାରରେ ବୈଜ୍ଞାନିକ ମାନେ ଅଣ୍ଡାରୁ ବାହାରୁ ଥିବା ପକ୍ଷୀ ଶାବକ ମାନଙ୍କ ସମ୍ମୁଖରେ ଏକ ଚଳନ୍ତା ରୋବଟ଼ର୍ ରଖି ଦେଇଥିଲେ । ଏଣୁ ସ୍ୱାଭାବିକ ରୂପେ ଅଣ୍ଡାଫୁଟିବା ପରେ ପକ୍ଷୀ ଶାବକ ମାନେ ରୋବର୍ଟକୁ ହିଁ ତାଙ୍କର ମାଁ ବୋଲି ଗ୍ରହଣ କରି ନେଇଥିଲେ ଏବଂ ରୋବର୍ଟର ପଛେ ପଛେ ଚାଲିଥିଲେ । କୋଠରୀ ଭିତରେ ରୋବର୍ଟର ଚଳାପଥ ସ୍ୱାଭାବିକ ରୂପେ ଏକ ପେଟେର୍ଣ୍ଣ ସୃଷ୍ଟି କରିଥିଲା ଯାହା ସମଗ୍ର କୋଠରୀ ପରିକ୍ରମା କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବୈଜ୍ଞାନିକ ମାନେ ପକ୍ଷୀ ଶାବକ ଗୁଡ଼ିକୁ ଏକ ଯନ୍ତାରେ ପୁରାଇ ଦେଇଥିଲେ ଏବଂ ରୋବର୍ଟର ପୂର୍ବ ପ୍ରୋଗ୍ରାମିଙ୍ଗକୁ ରିସେଟ କରିଦେଲେ । ଏତଦ୍ୱାରା ଦେଖା ଯାଇଥିଲା ଯେ ପୂର୍ବରୁ ଯେଉଁ ରୋବର୍ଟ ସମଗ୍ର କୋଠରୀ ପରିକ୍ରମା କରୁଥିଲା ଏଥର ତାର ଗତିବିଧି ପକ୍ଷୀ ଶାବକ ମାନେ ରହୁଥିବା ଯନ୍ତା ନିକଟରେ ଅଧିକ ରହିଥିଲା । ଏତଦ୍ୱାରା ରୋବର୍ଟର ଚଳ।।ପଥ ଭିନ୍ନ ଏକ ଜ୍ୟାମିତିକ ଡ଼ିଜାଇନ ସୃଷ୍ଟି କରିଥିଲା । ଏହାର କାରଣ ହେଲା ଜୀବନ୍ତ ପକ୍ଷୀ ଶାବକ ଓ ଜଡ଼ ରୋବର୍ଟ ମଧ୍ୟରେ କ୍ୱାଣ୍ଟମ ଏଣ୍ଟାଙ୍ଗଲମେଣ୍ଟ ଥିଓରି ଅନୁଯାୟୀ ଏକ ସମ୍ପର୍କ ସୃଷ୍ଟି ହୋଇଛି । ଯାହା ରୋବର୍ଟର ଚଳାପଥକୁ ପ୍ରଭାବିତ କରୁଛି ।ଏହାର ସତ୍ୟତାର ଅବଗତି ନିମନ୍ତେ ୁଁ ଏଠାରେ ପୂର୍ବୋକ୍ତ ସାଇନ୍ସ ଜର୍ଣ୍ଣାଲର ଏହି ସନ୍ଦର୍ଭଟିକୁ ସଂଲଗ୍ନ କରିଛି । ପାଠକ ମାନେ ନିମ୍ନ ଲିଙ୍କକୁ ଯାଇ ଏହାକୁ ପଢ଼ି ପାରିବେ ।https://iopscience.iop.org/…/10.1088/1748-3182/6/3/034001https://media.wired.com/…/360p/pass/chickenrobot.mp4 ଆଧୁନିକ ବିଜ୍ଞାନ ଯେତେବେଲେ ଏହାକୁ ଗ୍ରହଣ କରିନେଉଛି ଆମେ ଭାରତୀୟ ତାନ୍ତ୍ରିକ ପ୍ରୟୋଗ, ଡ଼ାହାଣୀ ସଂସ୍କୃତି ବା ଆମ ଟଣ୍ଢେଇ ବିଜ୍ଞାନ ପଛରେ ରହିଥିବା ରହସ୍ୟକୁ ସମ୍ପୂର୍ଣ୍ଣ ରୂପେ କୁସଂସ୍କାର ଓ ଅବୈଜ୍ଞାନିକ ବୋଲି କହିପାରିବା କି? ସାଧାରଣତଃ ଭାରତୀୟ ତନ୍ତ୍ର ପଦ୍ଧିତିରେ ଦୁଇଟି ବିଧିରେ ତାନ୍ତ୍ରିକ ପ୍ରୟୋଗ କରାଯାଇଥାଏ । ମନ୍ତ୍ର ଶକ୍ତି ଦ୍ୱାରା କରା ଯାଉଥିବା ପ୍ରୟୋଗକୁ ‘ମହାବିଚାର’ ଓ ବସ୍ତୁ ଓ ମନ୍ତ୍ରର ସମ୍ମିଳିତ ପ୍ରୟୋଗ ଦ୍ୱାରା କରାଯାଉଥିବା ତାନ୍ତ୍ରିକ ପ୍ରୟୋଗକୁ ‘ଶୁଦ୍ରବିଚାର’ କୁହାଯାଇଥାଏ ।ଶୁଦ୍ର ବିଚାର ପଦ୍ଧତିରେ ତାନ୍ତ୍ରିକ ପ୍ରୟୋଗ ପାଇଁ ଅନ୍ୟର ମୁଣ୍ଡର ବାଳ ,ପୋଷାକ ଏପରିକି ପାଦ ଧୂଳିର ବ୍ୟବହାର କରାଯାଇଥାଏ । କାରଣ ଏତଦ୍ୱାରା ପ୍ରେରକ ଦ୍ୱାରା ପ୍ରୟୋଗ କରାଯଉଥିବା ଶକ୍ତି ସିଧାସଲଖ ଲକ୍ଷ୍ୟସ୍ଥଳରେ ପହଞ୍ôଚବା ସହ ତାହାକୁ ପ୍ରଭାବିତ କରିଥାଏ । କାରଣ ପୂର୍ବରେ ବର୍ଣ୍ଣିତ କ୍ୱାଣ୍ଟମ ଏଣ୍ଟାଙ୍ଗଲମେଣ୍ଟ ଥିଓରି ଅନୁଯାୟୀ ଆମ ଶରୀରରୁ ଝଡ଼ି ଯାଇଥିବା ବାଲ ଅଥବା ପୋଷାକ ଅଲଗା ହେଇଯାଇଥିଲେ ସୁଦ୍ଧା ଇଥର ଓ ଶକ୍ତି ତରଙ୍ଗ ମାଧ୍ୟମରେ ଆମ ସମ୍ପର୍କରେ ରହିଥାଏ । କାରଣ ଏ କ୍ଷେତ୍ରରେ ଦୂରତା ଶକ୍ତି ତରଙ୍ଗକୁ ବିଶେଷ ପ୍ରଭାବିତ କରିପାରେ ନାହିଁ । ଏଣୁ ଦୂରଦୂରାନ୍ତରେ ରହୁଥିବା ବ୍ୟକ୍ତିକୁ ମଧ୍ୟ ଏଭଳି ମନ୍ତ୍ର-ତନ୍ତ୍ର-ଯନ୍ତ୍ର ଶକ୍ତି ଦ୍ୱାରା ପ୍ରଭାବିତ କରିବା ଅବୈଜ୍ଞାନିକ ଓ ଅଯର୍ଥାତ ବୋଲି କୁହାଯାଇ ପାରିବ ନାହିଁ ।
ସୁରେନ୍ଦ୍ର ହୋତା, ସାମ୍ବାଦିକ ,ବରଗଡ଼
୭ ଜାନୁୟାରୀ ୨୦୨୨
