Breaking News
Home / Bhubaneswar / Yubayana

Yubayana

ଉଦ୍ଘାଟିତ ଶବ୍ଦ ଓ ରଙ୍ଗର ଉତ୍ସବ ‘ଯୁବାୟନ’

ଭୁବନେଶ୍ୱର, ୨୦.୭ : ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆରମ୍ଭ ହୋଇଛି କଳା ଓ ସାହିତ୍ୟର ତ୍ରିଦିବସୀୟ ଉତ୍ସବ ‘ଯୁବାରୟନ’ । ବିଶିଷ୍ଟ ସିନେ ଅଭିନେତ୍ରୀ ତ୍ରିପୁରା ମିଶ୍ର ଏବଂ ପ୍ରସିଦ୍ଧ ଲେଖକ, ଗୀତିକାର ତଥା ପୂର୍ବତନ ପ୍ରଶାସକ ଦେବଦାସ ଛୋଟରାୟଙ୍କ ଦ୍ୱାରା ଉଦ୍ଘାଟିତ ଏହି ଉତ୍ସବର ପ୍ରଥମ ପର୍ବରେ ‘ଟାଇମ୍ପାସ୍’ ପକ୍ଷରୁ ଆଠଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୬ ମସିହା ପାଇଁ ବାଦଲ ମହାନ୍ତିଙ୍କୁ ଏବଂ ୨୦୧୭ ମସିହା ପାଇଁ ପାଇଁ ଶକ୍ତି ମହାନ୍ତିଙ୍କୁ ‘ଟାଇମ୍ପାସ୍ ବୁକ୍ର ପୁରସ୍କାର’ ପ୍ରଦାନ କରାଯିବା ସହିତ ଲେଖକଦ୍ୱୟଙ୍କ ପୁରସ୍କୃତ ପାଣ୍ଡୁଲିପି ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ଏଥିସହିତ ଉପନ୍ୟାସରେ ପ୍ରଜ୍ଞାଶ୍ରୀ ରଥ, କବିତାରେ ଭାରତ ମାଝୀ ଓ ପ୍ରବନ୍ଧରେ ପରଂବ୍ରହ୍ମ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା ଟାଇମ୍ପାସ୍ ବେଷ୍ଟ ସେଲ୍ର ପୁରସ୍କାର । ଟାଇମ୍ପାସ୍ ବହିବନ୍ଧୁ ସମ୍ମାନ ପୁସ୍ତକପ୍ରେମୀ ଅଜୟ ଖୁ ିଆଙ୍କୁ ପ୍ରଦାନ କରାଯାଇଥିବା ବେଳେ ଜ୍ଞାନୀ ଦେବାଶିଷ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ଟାଇମ୍ପାସ୍ ସ୍ୱୟଂଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ଉତ୍ସବର ନିର୍ଦ୍ଦେଶକ ସରୋଜ ବଳ । କଳାର ସବୁ ବିଭାଗର ଯଥା-ସାହତ୍ୟ, ଚିତ୍ରକଳା, ସିନେମା, ନୃତ୍ୟ, ସଙ୍ଗୀତ, ନାଟକ, ଅଟୋଗ୍ରାଫି ଆଦିକୁ ନେଇ ପରବ ର୍ୀ ଦୁଇଦିନ ନୂଆ ନୂଆ ପରୀକ୍ଷାମୂଳକ ଉପସ୍ଥାପନା ଓ ଆଲୋଚନା ହେବ ବୋଲି ସେ ସୂଚନା ଦେଇଥିଲେ । ଉତ୍ସବରେ ନେତାଜୀ ଅଭିନନ୍ଦନ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଜ୍ଞା ପାରମିତା ରଥ କାର୍ଯ୍ୟକ୍ରମ ସ ।ଳନ କରିଥିଲେ ।

Leave a Reply

%d bloggers like this:
Skip to toolbar