Breaking News
Home / Bhubaneswar / Demand of OBC

Demand of OBC

ପଛୁଆବର୍ଗ ଖୁବ୍ ଶୀଘ୍ର ଦାବି ହାସଲ ପାଇଁ ରାସ୍ତାକୁ ଓହ୍ଲାଇବେ

ଭୁବନେଶ୍ୱର, ୧୭.୭ : ଆଜି ସ୍ଥାନୀୟ ଲୋହିଆ ଏକାଡ଼େମୀଠାରେ ସାମାଜିକ ନ୍ୟାୟ ଆନ୍ଦୋଳନ ଆନୁକୂଲ୍ୟରେ ଓଡ଼ିଶାର ପଛୁଆବର୍ଗର ବିଭିନ୍ନ ସମସ୍ୟା ସମ୍ପର୍କରେ ସଭାପତି ଶ୍ରୀ ଅଶୋକ ଦାସଙ୍କ ସଭାପତିତ୍ୱରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ୨୭ବର୍ଷ ହେଲା ମଣ୍ଡଳ କମିଶନ ସୁପାରିଶ ଅନୁଯାୟୀ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ସରକାରୀ ·କିରୀରେ ଶତକଡ଼ା ୨୭ଭାଗ ସ୍ଥାନ ସଂରକ୍ଷଣ ପ୍ରତି ବିଜେଡ଼ି, କଂଗ୍ରେସ ଓ ବିଜେପିର ଆନ୍ତରିକତା ଅଭାବରୁ ଏହା ଲାଗୁ ହୋଇପାରୁ ନାହିଁ ବୋଲି ସଭାପତି ମତବ୍ୟକ୍ତ କରିଥିଲେ । ଏଥି ପାଇଁ ଓଡ଼ିଶାର ପଛୁଆବର୍ଗର ଯୁବଛାତ୍ର ଓ ବିଭିନ୍ନ ସଂଗଠନ ଏକାଠି ହୋଇ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ । ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନୀତ କରିବାକୁ ବିଜେଡ଼ି ଓ ବିଜେପିର ଆନ୍ତରିକତାର ଅଭାବ ପଛୁଆ ବର୍ଗ ପ୍ରତି ବିଶ୍ୱାସଘାତକତା ଏକ ମୁଖ୍ୟ କାରଣ ବୋଲି ମତପ୍ରକାଶ ପାଇଥିଲା । ସେହିପରି ଓବିସି ଅର୍ଥନିଗମକୁ ସ୍ଥାଣୁ କରି ରଖିବା ଦ୍ୱାରା ଓବିସିବର୍ଗର ଯୁବକ ଯୁବତୀମାନେ ଅତ୍ମନିର୍ଭରଶୀଳ ହେବାରୁ ବ ôତ ହେଉଛନ୍ତି । ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ପଛୁଆବର୍ଗର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ବ ôତ ହେଉଛନ୍ତି । ମହାନଦୀର ଜଳ ସମସ୍ୟା ଥିବାରୁ ପଛୁଆବର୍ଗ ·ଷରୁ ବ ôତ ହେଉଛି । ଏହି ଉତ୍ପାଦକ ଗୋଷ୍ଠୀଟି ସାମାଜିକ ନ୍ୟାୟରୁ ବ ôତ ହେଉଛି । ଆଲୋଚନା ଚକ୍ରରେ ସର୍ବଶ୍ରୀ ରବି ବେହେରା, ସରୋଜ ବେହେରା, ରାଜୁ ବେହେରା, ବିଜୟ ପରିଡ଼ା, ଦୀପକ ବେହେରା, ରତ୍ନାକର ସାହୁ, ନିହାର ରାଉତ, ମାନଗୋବିନ୍ଦ ସାହୁ ଓ ଲକ୍ଷ୍ମୀଧର ସାହୁ ପ୍ରମୁଖ ଆଲୋଚନାରେ ଭାଗ ନେଇ ପଛୁଆବର୍ଗର ବିଭିନ୍ନ ସଂଗଠନକୁ ଏକାଠି କରି ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଥିଲେ ।

Leave a Reply

%d bloggers like this:
Skip to toolbar