Breaking News
Home / Bhubaneswar / Union Minister inaugurates the World Youth Skill day at Bhubaneswar

Union Minister inaugurates the World Youth Skill day at Bhubaneswar

ଇଣ୍ଡିଆ ସ୍କିଲ ପ୍ରତିଯୋଗିତା ପୂର୍ବ ଭାରତର ଉଦଘାଟନ ତଥା ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ଦକ୍ଷତାରେ ବିକାଶ କେବଳ କିଛି ରୋଜଗାର ଓ ଭୌତିକ ସୁଖ ପାଇଁ ବ୍ୟବସ୍ଥା ନୁହେଁ ବରଂ ସ୍ୱାଭିମାନ ଓ ସମ୍ମାନର ସହ ବଂଚିବା ପାଇଁ ଏକ ମାଧ୍ୟମ- ଧର୍ମେନ୍ଦ୍ର ପ୍ରଧାନ

• ସ୍କିଲ କିଛି ନୂଆ ବ୍ୟବସ୍ଥା ନୁହେଁ, ହଜାର ହଜାର ବର୍ଷ ପୂର୍ବରୁ ସମାଜରେ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ରହିଛି

• ଶ୍ରୀମନ୍ଦିର ନିର୍ମାଣ ପାଇଁ ସେଇ ସମୟରେ ସ୍ଥାପତ୍ୟ ବିଦ୍ୟାର ବିଦ୍ୱାନ ନିଶ୍ଚିତ ଥିବେ, ଷ୍ଟକ୍ଚରାଲ ଇଂଜିନିୟର ଥିବେ, ମନ୍ଦିରର ସୁରକ୍ଷା ପାଇଁ କେମିକାଲ ଇଂଜିନିୟର ମଧ୍ୟ କାମ କରୁଥିବେ

• ରଥଯାତ୍ରା ପାଇଁ ରଥ ନିର୍ମାଣ ଦକ୍ଷତା ସହ ରୋଜଗାର ସହ ଯୋଡୁଛି

• ଶ୍ରୀମନ୍ଦିର ଭିତରେ ଅନନ୍ୟ ଉପାୟରେ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତ ପାଇଁ ବିଶେଷ ଦକ୍ଷତା ରୋଜଗାର ସହ ଯୋଡିଛି

• ଓଡିଶାର ଲୋକ ମାନେ ନିଜ ଉଦ୍ୟମିତା ପାଇଁ ଦକ୍ଷିଣ ପୂର୍ବ ଦେଶକୁ ବୋଇତରେ ଯାଇ ବ୍ୟବସାୟ ବାଣିଜ୍ୟ କରିଥିଲେ କିନ୍ତୁ ଆଜି ଓଡିଶାର ଲୋକ ମାନଙ୍କୁ ଶାରୀରିକ ପରିଶ୍ରମ କରି ରୋଜଗାର କରିବା ପାଇଁ ବିଦେଶକୁ ଯିବାକୁ ପଡୁଛି

• ୟୁଏଇକୁ ଓଡିଶାରୁ ଦୁଇ ଲକ୍ଷ ମାଟ୍ରିକ ପାସ କରି ନ ଥିବା ପିଲା କାମ କରିବାକୁ ଯାଉଛନ୍ତି ଓ ଏହି ପିଲାଙ୍କୁ ସେଠି ପହଂଚି କାମ ଶିଖି କାମ କରିବାକୁ ପଡୁଛି

• ସେମାନଙ୍କୁ ଓଡିଶାରେ କାହିଁକି ପୂର୍ବରୁ କାମ ଶିଖାଇ ସିଧା ସିଧା ରୋଜଗାର କରିବାର ସୁଯୋଗ କାହିଁକି ତିଆରି କରାଯାଇ ପାରିବ ନାହିଁ ବୋଲି ପ୍ରଶ୍ନ

• ଆଜିର ଯୁବ ପୀଢୀ ରୋଜଗାର ସହ ଯୋଡିବାର ବିଧିବଦ୍ଧ ବ୍ୟବସ୍ଥା ତିଆରି ନ ହେବ ତେବେ ଦେଶର ଭବିଷ୍ୟତ ଖରାପ ହେବ

• ଆସନ୍ତା କାଲି ବାରଙ୍ଗ ଠାରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ ହେବ

• ଆକାଂକ୍ଷୀ ଜିଲ୍ଲା ଗୁଡିକୁ ସ୍କିଲ ସହ ଯୋଡିବାକୁ ହେବ ବିଶେଷ ଯୋଜନା

ଭୁବନେଶ୍ୱର, ୧୫ ଜୁଲାଇ – ଦକ୍ଷତାରେ ବିକାଶ କେବଳ କିଛି ରୋଜଗାର ଓ ଭୌତିକ ସୁଖ ପାଇଁ ବ୍ୟବସ୍ଥା ନୁହେଁ ବରଂ ସ୍ୱାଭିମାନ ଓ ସମ୍ମାନର ସହ ବଂଚିବା ପାଇଁ ଏକ ମାଧ୍ୟମ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଇଣ୍ଡିଆ ସ୍କିଲ ପ୍ରତିଯୋଗିତା ପୂର୍ବ ଭାରତର ଉଦଘାଟନ ତଥା ବିଶ୍ୱ ଯୁବ ଦକ୍ଷତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍କିଲ କିଛି ନୂଆ ବ୍ୟବସ୍ଥା ନୁହେଁ, ହଜାର ହଜାର ବର୍ଷ ପୂର୍ବରୁ ସମାଜରେ ଏହି ବ୍ୟବସ୍ଥା ପ୍ରଚଳିତ ହୋଇ ରହିଛିା ସଦ୍ୟ ଅନୁଷ୍ଠିତ ଜଗନ୍ନାଥ ରଥଯାତ୍ରା ସମୟରେ ଜଗଦଗୁରୁ ଶଂକରାଚାର୍ଯ୍ୟଙ୍କ ସାକ୍ଷାତ ସମୟରେ ପୁରୀର ଶ୍ରୀମନ୍ଦିର ବାରମ୍ବାର ତିଆରି ହୋଇଥିବା ସହ ବର୍ତମାନର ଶ୍ରୀମନ୍ଦିର ସାଢେ ନଅ ଶହ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ପ୍ରସଙ୍ଗ ଉଠିଥିଲା । ଏହି ମନ୍ଦିର ନିର୍ମାଣ ପାଇଁ ସେଇ ସମୟରେ ସ୍ଥାପତ୍ୟ ବିଦ୍ୟାର ବିଦ୍ୱାନ ନିଶ୍ଚିତ ଥିବେ, ଷ୍ଟକ୍ଚରାଲ ଇଂଜିନିୟର ଥିବେ, ମନ୍ଦିରର ସୁରକ୍ଷା ପାଇଁ କେମିକାଲ ଇଂଜିନିୟର ମଧ୍ୟ କାମ କରୁଥିବେ । ରଥଯାତ୍ରା ପାଇଁ ରଥ ନିର୍ମାଣ ଦକ୍ଷତା ସହ ରୋଜଗାରକୁ ଯୋଡିବାର ବ୍ୟବସ୍ଥା । ଶ୍ରୀମନ୍ଦିର ଭିତରେ ଅନନ୍ୟ ଉପାୟରେ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତ ପାଇଁ ବିଶେଷ ଦକ୍ଷତା ରୋଜଗାର ସହ ଯୋଡିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେଉଁ ଓଡିଶାର ଲୋକ ମାନେ ନିଜ ଉଦ୍ୟମିତା ପାଇଁ ଦକ୍ଷିଣ ପୂର୍ବ ଦେଶକୁ ବୋଇତରେ ଯାଇ ବ୍ୟବସାୟ ବାଣିଜ୍ୟ କରିଥିଲେ ଆଜି ଓଡିଶାର ଲୋକ ମାନଙ୍କୁ ଶାରୀରିକ ପରିଶ୍ରମ କରି ରୋଜଗାର କରିବା ପାଇଁ ବିଦେଶକୁ ଯିବାକୁ ପଡୁଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ୟୁଏଇକୁ ଓଡିଶାରୁ ଦୁଇ ଲକ୍ଷ ମାଟ୍ରିକ ପାସ କରି ନ ଥିବା ପିଲା କାମ କରିବାକୁ ଯାଉଛନ୍ତି । ଏମାନଙ୍କୁ ସେଠି ପହଂଚି କାମ ଶିଖି କାମ କରିବାକୁ ପଡୁଛି । ଏମାନଙ୍କୁ ଓଡିଶାରେ କାହିଁକି ପୂର୍ବରୁ କାମ ଶିଖାଇ ସିଧା ସିଧା ରୋଜଗାର କରିବାର ସୁଯୋଗ ତିଆରି କରାଯାଇ ପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତିା ସମ୍ପନ୍ନ ଦେଶ ଜାପାନରେ କମ ଯୁବ ପୀଢୀ ଓ ଅଧିକ ବୟସ୍କ ଲୋକ ଥିବା କାରଣରୁ ବୁଢା ବୁଢୀଙ୍କ ଯତ୍ନ ନେବା ପାଇଁ ଜାପାନୀ ଭାଷା ଜାଣିଥିବା ବଡ ମାନବ ସମ୍ବଳର ଆବଶ୍ୟକତା ରହିଛି । ପୂର୍ବ ଭାରତ ହିଁ ଏହି ମାନବ ସମ୍ବଳ ଯୋଗାଣର କେନ୍ଦ୍ର ହୋଇ ପାରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଜର୍ମାନୀରେ ଦେଢ ଶହ ପୁରୁଣା ସ୍କିଲ ଇକୋ ସିଷ୍ଟମକୁ ବୁଲି ଦେଖିଛନ୍ତି । ଆସନ୍ତା କାଲି ବାରଙ୍ଗ ଠାରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତିପ୍ରସ୍ତର ସ୍ଥାପନ ହେବ । ଏଥି ପାଇଁ ସିଙ୍ଗାପୁର ପଲିଟେକନିକ ସହ ଉତମ ମାନର ଶିକ୍ଷାଦାନ ପାଇଁ ସହବନ୍ଧନ କରା ଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ୧୧୫ଟି ଆକାଂକ୍ଷୀ ଜିଲ୍ଲା ସମେତ ଓଡିଶାର ଦଶଟି ଜିଲ୍ଲାର ଯୁବ ପୀଢୀକୁ ରୋଜଗାର ସହ ଯୋଡିବା ପାଇଁ ବିଶେଷ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ କେବଳ ସରକାରୀ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ । ରାଜ୍ୟରେ ଗଢି ଉଠିଥିବା ଆଇଟିଆଇ ଗୁଡିକରେ ଉତମ ଶିକ୍ଷାର ମାନ ରହୁ ଏଥି ପାଇଁ ମାନକ ଓ ବ୍ୟବସ୍ଥା ତିଆରି କରିବା ସରକାରଙ୍କ ଦାୟିତ୍ୱ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଆଜିର ଯୁବ ପୀଢୀ ରୋଜଗାର ସହ ଯୋଡିବାର ବିଧିବଦ୍ଧ ବ୍ୟବସ୍ଥା ତିଆରି ନ ହେବ ତେବେ ଦେଶର ଭବିଷ୍ୟତ ଖରାପ ହେବ । ଦେଶର ୭୦ ବର୍ଷର ଶିକ୍ଷା ବ୍ୟବସ୍ଥା ମିଥ୍ୟା ଅହଂକାର ତିଆରି କରିଛି । କାମ ଛୋଟ ନୁହେଁ ବା ବଡ ନୁହେଁ । ଯେତେବେଳେ ଯୁବ ପୀଢୀ ଅନୁଭବ କରି କାର୍ଯ୍ୟରେ ପରିଣତ କରିବ ତେବେ ଦେଶରେ ଉଦ୍ୟମିତା ବଢିବ । ୧୨୫ କୋଟି ଲୋକ ଯେତେବେଳେ ଦକ୍ଷତା ଓ ଶ୍ରମର ମର୍ଯ୍ୟାଦାକୁ ବୁଝିବେ ଭାରତ ସମେତ ଓଡିଶାକୁ ପ୍ରଗତିର ରାସ୍ତାରେ ନେବାକୁ କେହି ରୋକି ପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave a Reply

%d bloggers like this:
Skip to toolbar