Breaking News
Home / Bhubaneswar / Subhashree Subhasmita’s Book Agnika released

Subhashree Subhasmita’s Book Agnika released

ଶୁଭଶ୍ରୀ ଶୁଭସ୍ମିତାଙ୍କ ‘ଅଗ୍ନିକା’ ଲୋକାର୍ପିତ

ଭୁବନେଶ୍ୱର ୧୪/୭: (ସତ୍ୟବ୍ରତ ମହାନ୍ତୀଙ୍କ ରିପୋର୍ଟ )ପବିତ୍ର ରଥଯାତ୍ରା ଅବସରରେ ‘ଟାଇମ୍ ପାସ୍’ ପକ୍ଷରୁ ଏକ ନିଆରା ପୁସ୍ତକପର୍ବ ସ୍ଥାନୀୟ ହୋଟେଲ୍ ପ୍ରେସିଡେନ୍ସଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବକବି ଶୁଭଶ୍ରୀ ଶୁଭସ୍ମିତା ମିଶ୍ରଙ୍କ ଦ୍ୱିତୀୟ କବିତା ସଂକଳନ ‘ଅଗ୍ନିକା’ ଲୋକାର୍ପଣ କରିଥିଲେ ବରିଷ୍ଠ କବି ରାଜେନ୍ଦ୍ର କିଶୋର ପଣ୍ଡା । ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟବକ୍ତା ଭାବେ କବିଙ୍କ କବିତା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିବାବେଳେ ଯୁବକବି ଶକ୍ତି ମହାନ୍ତି ଓ ଜ୍ଞାନୀ ଦେବାଶିଷ ମିଶ୍ର ପୁସ୍ତକଟିର ସମୀକ୍ଷା କରିଥିଲେ । କବି ନିଜ ସ୍ୱୀକାରୋକ୍ତିରେ ଜୀବନର ସଂଘର୍ଷ ଭିତରେ କେମିତି ନାରୀଟିଏ ସାହିତ୍ୟମନସ୍କ ହୁଏ, ତାହା ବଖାଣିଥିଲେ । ଅତିଥିଙ୍କ ଦ୍ୱାରା ‘ଅଗ୍ନିକା’ ଲୋକାର୍ପିତ ହେବା ପରେ ଏହାର ପ୍ରଥମ କପି ପାଇଁ ନିଲାମ ଡକାଯାଇଥିଲା ଓ ୨୭୦୦ ଟଙ୍କା ଦେଇ ଏହି ନିଲାମ ଧରିଥିଲେ ବିଭୂତି ଭୂଷଣ ଖୁ ିଆ । ଏହି ଅବସରରେ ଡ. ହିରଣ୍ମୟୀ ମିଶ୍ର, ଡ. ଅଶୋକ କୁମାର ମହାପାତ୍ର, ନର୍ମଦା ସାହୁ ଏବଂ ଗୌରୀଶଙ୍କର ପଣ୍ଡାଙ୍କ ଦ୍ୱାରା ଲୋକାର୍ପିତ ବହିର କିଛି କବିତା ପାଠ କରାଯାଇଥିଲା । ସ୍ୱାଗତ ଭାଷଣ ଦେବା ସହ ଉତ୍ସବ ସ ।ଳନ କରିଥିଲେ ଟାଇମ୍ ପାସ୍ର ନିର୍ଦ୍ଦେଶକ ଯୁବଲେଖକ ସରୋଜ ବଳ । ଉତ୍ସବରେ ଓଡ଼ିଶାର ବିଭିନ୍ନ ଅ ଳରୁ କବି, ଲେଖକ ଓ ସାହିତ୍ୟପ୍ରେମୀ ପାଠକପାଠିକା ଯୋଗ ଦେଇଥିଲେ ।

Leave a Reply

%d bloggers like this:
Skip to toolbar