Breaking News
Home / Bhubaneswar / Amiya Pandav join Congress

Amiya Pandav join Congress

ଅମୀୟ ପାଣ୍ଡବ ତାଙ୍କର ବହୁ ବନ୍ଧୁଙ୍କ ସହ କଂଗ୍ରେସରେ ଯୋଗଦେଲେ

Amiya Pandav join congress ː Photoː Biswaranjan Mishra

ଭୁବନେଶ୍ୱର ତା ୧୫.୭.୨୦୧୮ (ମୀନକେତନ ଜେନାଙ୍କ ରିପୋର୍ଟ) – ଆଜି ଯୁବନେତା ଶ୍ରୀ ଅମୀୟ ପାଣ୍ଡବ ତାଙ୍କର ବହୁ ବନ୍ଧୁଙ୍କ ସହ କଂଗ୍ରେସରେ ଯୋଗଦେଇଛନ୍ତି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏବଂ ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହ ସେମାନଙ୍କୁ ଉତରୀୟ ଓ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରିଥିଲେ ଓ କଂଗ୍ରେସ ଦଳରେ ଗ୍ରହଣ କରିନେଇଥିଲେ । ସେମାନଙ୍କର ଯୋଗଦାନ କଂଗ୍ରେସ ଦଳକୁ ସୁଦୃଢ଼ କରିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଅନିଲ୍ ଚୌଧୁରୀ, ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ନବକିଶୋର ଦାସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ । ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଦୃଢ଼ ଆସ୍ଥା ପ୍ରକଟ କରି କଂଗ୍ରେସରେ ଯୋଗ ଦେଲେ ବୋଲି ଶ୍ରୀ ପାଣ୍ଡବଙ୍କ ସମେତ କର୍ମୀମାନେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । କଂଗ୍ରେସରେ ଯୋଗ ଦେଇଥିବା ବ୍ୟକ୍ତିମାନେ ହେଲେ ଇଂ. ଶିବାନ୍ ମୁଶାରଫ, ମହମ୍ମଦ ଅହମ୍ମଦ, ସେକ୍ ଇନ୍ଜୁମାମୁଲ ହକ୍, ମନୋଜ ମହାନ୍ତି, ନଗେନ୍ ରଥ, ବନମାଳି ମହାରଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

%d bloggers like this:
Skip to toolbar