Breaking News
Home / Agriculture / 18th National Fish farmers Day at CIFA

18th National Fish farmers Day at CIFA

ସିଫାରେ ଜାତୀୟ ମତ୍ସ୍ୟଚାଷୀ ଦିବସ

୧୦ ଜୁଲାଇ ୨୦୧୮,(By Sanjit Mishra)ଭୁବନେଶ୍ୱର: ଭାରତୀୟକୃଷି ପରିଷଦ ଅନ୍ତର୍ଗତକେନ୍ଦ୍ରୀୟ ମଧୁରଜଳଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା), କୌଶଲ୍ୟଗଙ୍ଗଠାରେ ଆଜି ୧୮ତମ ଜାତୀୟ ମତ୍ସ୍ୟଚାଷୀ ଦିବସ ମହାସମାରୋହରେ ଆୟୋଜିତ ହୋଇଯାଇଛି ।ମତ୍ସ୍ୟବିଜ୍ଞାନର ପ୍ରମୁଖ ବୈଜ୍ଞାନିକଡଃକେ.ଏଚ୍. ଆଲିକୁନିହିଏବଂଡଃ ହୀରାଲାଲ ଚୌଧୁରୀଙ୍କଦ୍ୱାରା ୧୯୫୭ ମସିହାରେ ଅନ୍ତଃପ୍ରଜନନ ଦ୍ୱାରା ମାଛଜାଆଁଳ ପ୍ରସ୍ତୁତି ପ୍ରକ୍ରିୟାରେ ଉଦ୍ଭାବନକୁ ମନେରଖିବା ପାଇଁ ପ୍ରତ୍ୟେକବର୍ଷ ୧୦ ଜୁଲାଇକୁ ମତ୍ସ୍ୟଚାଷୀ ଦିବସଭାବେ ୨୦୦୧ ମସିହାରୁ ଭାରତସରକାର ମାନ୍ୟତା ଦେବା ସହବିଭିନ୍ନ ଅନୁଷ୍ଠାନ ତରଫରୁ ପାଳନ କରାଯାଇଥାଏ । ଏହି ଅବସରରେ ସଂସ୍ଥାର ନିର୍ଦ୍ଦେଶିକା ଡଃବିନ୍ଦୁ ଆର୍. ପିଲାଇସିଫା ଦ୍ୱାରା ବିଗତତିନି ଦଶନ୍ଧି ଧରି ନିଆଯାଇଥିବା ଅନୁସନ୍ଧାନକୁ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ ।ସେ ତାଙ୍କ ବକ୍ତବ୍ୟରେ ସଂସ୍ଥା ଦ୍ୱାରା ବିକଶିତ ଭାରତସରକାରଙ୍କ ଜନହୀତକାରୀ ଯୋଜନା ଯଥା ସ୍ୱଚ୍ଛଭାରତ ଅଭିଯାନ, କୃଷିକଲ୍ୟାଣ ଅଭିଯାନ, ଫାର୍ମର ଫାଷ୍ଟ, ମେରାଗାଁମେରାଗୌରବ, ଜୟ କିସାନ ଜୟ ବିଜ୍ଞାନ, ମାଟି ସ୍ୱାସ୍ଥ୍ୟକାର୍ଡ, ଜନଜାତିଙ୍କ ଉଦ୍ଦେଶ୍ୟରେ ମତ୍ସ୍ୟଚାଷ ଓ ପାଳକ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।ସମ୍ମାନୀୟ ଅତିଥିଭାବେ ପ୍ରଫେସର ପି. କେ. ମିଶ୍ର, ·ନ୍ସଲର,ଡକ୍ଟର ରାଜେନ୍ଦ୍ରପ୍ରସାଦ କେନ୍ଦ୍ରୀୟ କୃଷିବିଶ୍ୱବିଦ୍ୟାଳୟ, ପୁସା, ସମସ୍ତିପୁର, ବିହାର ଏହି ଅବସରରେ ଯୋଗଦାନ କରି ମଧୁରଜଳ ପାଇଁଉଦ୍ଦିଷ୍ଟ ପାରମ୍ପରିକ ଜ୍ଞାନକୌଶଳ ଓ ଆଧୁନିକ ପ୍ରୌଦଗିକୀ ମିଶ୍ରଣରେ ଅନୁସନ୍ଧାନ କରିବା ଉପରେ ଜୋର ଦେବା ସହ ଭାରତର ଯୁବସମାଜ ଏହି କୃଷିପ୍ରତି ଅନୁପ୍ରାଣିତ ହୋଇ ଅଧିକ ଲାଭବାନ ହେବେ ବୋଲି ମତ ପ୍ରକାଶକରିଥିଲେ । ସିଫାର ପୂର୍ବତନ ନିର୍ଦ୍ଦେଶକଡଃ ନିରଞ୍ଜନ ସଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ବହୁବାର ପ୍ରଜନନ, ନିର୍ଦ୍ଦାରିତସମୟ ପୂର୍ବ ପ୍ରଜନନ, ବଡ଼ଜାଆଁଳ ପ୍ରସ୍ତୁତି ଓ ସଂସ୍ଥାର ପ୍ରୟାସରେ ମତ୍ସ୍ୟଚାଷୀମାନଙ୍କୁ ଜ୍ଞାନକୌଶଳ ବିତରଣ ଦ୍ୱାରା ହେଉଥିବା ମତ୍ସ୍ୟଚାଷରେ ବୃଦ୍ଧି ଓ ନୀଳବିପ୍ଳବ ଦ୍ୱାରା ଭାରତର ଜନସାଧାରଣଙ୍କୁ ପୌଷ୍ଟିକ ଖାଦ୍ୟ ଉପଲବ୍ଧିର ଭୂମିକାକୁ ଅବଗତ କରିଥିଲେ । ନିମନ୍ତ୍ରିତ ଅତିଥି ଡଃଏସ୍. ଡି.ଗୁପ୍ତା, ପୂର୍ବତନ ମୁଖ୍ୟ ବୈଜ୍ଞାନିକ ,ସିଫାଡଃ ଆଲିକୁନିହି ଓ ଡଃ ଚୌଧୁରୀଙ୍କ ସଙ୍ଗେ କାମକରିଥିବା ୪୦ ବର୍ଷ ପୂର୍ବ ଅନୁଭୂତିକୁ ବଖାଣିବା ସହ ସେମାନଙ୍କ ମତ୍ସ୍ୟ ପ୍ରଜନନ ଉଦ୍ଭାବନୀ ଦ୍ୱାରା ଆଜି ସମଗ୍ର ମତ୍ସ୍ୟଚାଷୀ କୁଳ ପାଉଥିବା ଉପକାରକୁ ସ୍ମରଣ କରିଥିଲେ ।ସେବର୍ତମାନ ପରିସ୍ଥିତିରେ ଜଳସ୍ଥର ହ୍ରାସ ଓ ଜଳ ସଂରକ୍ଷଣ ଉପରେଜୋର୍ ଦେବା ପାଇଁ ଆହ୍ୱାନ କରିଥିଲେ । ଏହି ସମାରୋହରେ ଭାରତର ବିଭିନ୍ନ ପ୍ରାନ୍ତରୁ ନିମନ୍ତ୍ରିତ ୯୦ରୁ ଅଧିକ ମତ୍ସ୍ୟଚାଷୀ ଯୋଗ ଦେଇଥିଲେ । ୬ ଜଣ ମତ୍ସ୍ୟଚାଷୀଙ୍କୁ ସେମାନଙ୍କର ଉତ୍କୃଷ୍ଟ ଯୋଗଦାନ ପାଇଁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା ।ମତ୍ସ୍ୟଚାଷୀ ଶ୍ରୀଭବେନ୍ଦ୍ର ମହନ୍ତ, ମୟୂରଭଞ୍ଜ, ଓଡିଶା; ଶ୍ରୀ ଉମାଶଙ୍କର ଠାକୁର, କଳାହାଣ୍ଡି, ଓଡିଶା; ଶେଖ୍ସଦ୍ଦାମ ଅଲ୍ଲୀ, ଉତର ୨୪ପ୍ରଗଣା, ପଶ୍ଚିମବଙ୍ଗ; ଶ୍ରୀ ଅପଚ୍ଛା ଦାସ, ପୁରୀ, ଓଡିଶା; ଶ୍ରୀ ଅଶୋକକୁମାର ନାୟକ, କଟକ, ଓଡିଶାଏବଂକଳିଙ୍ଗମେରାଇନ ଏକ୍ସପୋର୍ଟ, ଭୁବନେଶ୍ୱରଙ୍କୁସମ୍ବର୍ଦ୍ଦନା ଦିଆଯାଇଥିଲା । ସମ୍ମାନୀତ ମତ୍ସ୍ୟଚାଷୀ ସେମାନଙ୍କର ଅଭିଜ୍ଞତାକୁ ନେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ସେମାନଙ୍କର ସମସ୍ୟାକୁ ବୈଜ୍ଞାନିକ ମାନଙ୍କ ପାଖରେ ରଖିଥିଲେ ।ବୈଜ୍ଞାନିକମାନେ ସମସ୍ୟାର ସମାଧାନର ଉପାୟ ଚାଷୀମାନଙ୍କୁ ଅବଗତ କରାଇଥିଲେ ।ଡଃଜି.ଏସ୍. ସାହା, ବିଭାଗୀୟମୁଖ୍ୟ, ସାମାଜିକ ବିଜ୍ଞାନ ବିଭାଗ ଶେଷରେ ଧନ୍ୟବାଦ ଅର୍ପଣକରିଥିଲେ । ଏହି ମତ୍ସ୍ୟଚାଷୀ ଦିବସ ସିଫାର ୫ଟି କ୍ଷେତ୍ରୀୟ ଅନୁସନ୍ଧାନ କେନ୍ଦ୍ର ଆନନ୍ଦ, ଗୁଜୁରାଟ; ଭଟିଣ୍ଡା, ପଞ୍ଜାବ; ବେଙ୍ଗାଲୁରୁ, କର୍ଣ୍ଣାଟକ; ରାହାରା, ପଶ୍ଚିମବଙ୍ଗ ଓ ବିଜୟୱାଡ଼ା, ଆନ୍ଧ୍ରପ୍ରଦେଶ ଠାରେ ଏକ ସଙ୍ଗରେ ପାଳନ କରାଯାଇଥିଲା ।

About surendrahota

Leave a Reply

%d bloggers like this:
Skip to toolbar