Breaking News
Home / Bhubaneswar / Youth Red Cross Councillors training

Youth Red Cross Councillors training

ଯୁବରେଡକ୍ରସ୍ ପକ୍ଷରୁ ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ।

ଭୁବନେଶ୍ୱର, ତା୧୧.୦୬.୨୦୧୮ରିଖ – ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁବ ରେଡ଼କ୍ରସ୍ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଅଣ ତାଲିମ ପ୍ରାପ୍ତ ପରାମର୍ଶଦାତା ମାନଙ୍କର ଏକ ୩ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଅଛି । ଯୁବ ରେଡକ୍ରସ୍ର ପରାମର୍ଶଦାତା ମାନଙ୍କୁ ଏହାର ଆଭିମୂଖ୍ୟ ଓ କାର୍ଯ୍ୟକଳାପ ବିଷୟରେ ପରିଚିତ କରିବାର ଉଦ୍ଦେଶ୍ୟ ରଖି ବିଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛି । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୫୦ ଜଣ ଯୁବ ରେଡକ୍ରସ୍ ପରାମର୍ଶଦାତା ଅଂଶଗ୍ରହଣ କରିଛନ୍ତି । ଏହି ତିନି ଦିନର ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ୟୁôବ ରେଡ଼କ୍ରସ୍ର ଭୁମିକା, ଜଳ ପରିମଳ ଓ ସ୍ୱାସ୍ଥ୍ୟ, ବିପର୍ଯୟ ଜନିତ କ୍ଷୟକ୍ଷତି ହ୍ରାସକରିବା, ଜଳବାୟୁ ପରିବ ର୍ନ, ଯୋଗ ଶିକ୍ଷା ଓ ପରିବେଶ ସୁରକ୍ଷାରେ ଯୁବରେଡ଼କ୍ରସ୍ ପରାମର୍ଶଦାତାର ଭୁମିକା ଇତ୍ୟାଦି ବିଷୟରେ ଯୁବରେଡକ୍ରସ୍ ପରାମର୍ଶଦାତାଙ୍କୁ ପ୍ରଶିକ୍ଷିତ କରାଯିବ । ଉକ୍ତ ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ଉତ୍ସବରେ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ, ଶ୍ରୀକାନ୍ତ ପୃଷ୍ଟି, ଭା.ପ୍ର.ସେ., ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସହ ତାଙ୍କ ଅଭିଭାଷଣରେ ରେଡକ୍ରସ୍ର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ଯୁବ ରେଡକ୍ରସ୍, ଓଡିଶା ଶାଖା ବିଭିନ୍ନ ସଚେତନତା ମୁଳକ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବଭାରତୀୟ କ୍ଷେତ୍ରରେ ଏକ ବିରଳ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରେଡକ୍ରସ୍ର ପରିସର ସମଗ୍ର ପୃଥିବୀରେ ବ୍ୟାପକ । ଯୁବ ରେଡକ୍ରସ୍ ପରାମର୍ଶଦାତା ମାନଙ୍କ ଭିତରେ ସେବା ଭାବନା ରହିଛି । ଏହିଭଳି ତାଲିମ ଦ୍ୱାରା ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କୁ ସଠିକ ମାର୍ଗରେ ଆଣିବା ପାଇଁ ଆହ୍ୱାନ ଦେଇଥିଲେ । ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ଉପସ୍ଥିତ ପରାମର୍ଶଦାତାମାନଙ୍କୁ ଶିକ୍ଷା ଦାନ ସହ ନିଜ ମହାବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ଆଦର୍ଶ ସ୍ୱେଚ୍ଛାସେବୀ ଭାବେ ସଠିକ୍ ମାର୍ଗ ଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ଯୁବ ରେଡକ୍ରସ୍ ଅଫିସର ତଥା ଯୁଗ୍ମ ସଚିବ ଡଃ. ମେଜର କଳ୍ପନା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଉପଦେଶ ଛଳରେ ଯୁବ ରେଡକ୍ରସ୍ ପରାମର୍ଶଦାତାମାନଙ୍କୁ ନିସ୍ୱାର୍ଥପର ଭାବେ ସେବା କରିବାକୁ ଉତ୍ସାହିତ କରିଥିଲେ । ଯୁବ ରେଡକ୍ରସ୍ ପରାମର୍ଶଦାତା ଶ୍ରୀ ଗୋପାଳ କୃଷ୍ନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଶ୍ରୀ ଲିଙ୍ଗରାଜ ପଣ୍ଡା ପରିଚାଳନାରେ ସହାୟତା କରିଥିଲେ । ଉଦ୍ଘାଟନୀ ଉତ୍ସବରେ ସୁଚିସ୍ମିତା ଘଡେଇ ସ୍ୱାଗତ ସଂଗୀତ ଗାନ କରିଥିଲେ । ପରାମର୍ଶଦାତା ଶ୍ରୀ ସୁଶୀଲ କୁମାର ପଟ୍ଟନାୟକ ତବଲାରେ ସହଯୋଗିତା କରିଥିଲେ ।

Leave a Reply

%d bloggers like this:
Skip to toolbar