Breaking News
Home / Bhubaneswar / Facilitation ceremony of Biswanath Ratha foundetion

Facilitation ceremony of Biswanath Ratha foundetion

ପୂଜ୍ୟପୂଜା ଆମ ସଂସ୍କୃତିର :ବିଶ୍ୱନାଥ ରଥ ଫାଉଣ୍ଡେସନ ପକ୍ଷରୁ ପ୍ରତିଭା ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୧୧.୬ :(By Minaketan Jena) ବିଶିଷ୍ଟ ସାମାଜିକ କର୍ମୀ, ବିଜେପି ଦଳ କେନ୍ଦ୍ରୀୟ କମିଟି ସଦସ୍ୟ ତଥା କେନ୍ଦ୍ରୀୟ ନାରୀକେଳ ଉନ୍ନୟନ ବୋର୍ଡ଼ର ନିର୍ଦ୍ଦେଶକ ଡଃ ବଶ୍ୱନାଥ ରଥଙ୍କ ନାମରେ ପ୍ରତିଷ୍ଠିତ ବିଶ୍ୱନାଥ ରଥ ଫାଉଣ୍ଡେସନ ପକ୍ଷରୁ ପ୍ରଥମ ପ୍ରତିଭା ସମ୍ମାନ ଉତ୍ସବ ଗତକାଲି ସନ୍ଧ୍ୟାରେ ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟ୍ ଠାରେ ବିଶିଷ୍ଟ ସମାଜସେବୀ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ର ଅଧ୍ୟକ୍ଷ ଡଃ ଆ ର୍ତ୍ରାଣ ମିଶ୍ରଙ୍କ ଦ୍ୱାରା ତୁଳସୀ ଦାସଙ୍କ ରଚିତ ଗଣେଶ ବନ୍ଦନା ପରେ ପୂର୍ବତନ ବାଚସ୍ପତି ଡଃ ଶରତ କୁମାର କର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଲେ ଯେ, ପୂଜ୍ୟପୂଜା ଆମ ସଂସ୍କୃତିର ଆଧାର । ଗୁରୁଜନମାନଙ୍କୁ ସମ୍ମାନ ଦେବା ପାଇଁ ଓଡ଼ିଆ ସଂସ୍କୃତିରେ ବହୁ ପର୍ବ ପର୍ବାଣୀର ବ୍ୟବସ୍ଥା କରାଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ହରେକୃଷ୍ଣ ଶତପଥୀ, ଆମ ଶାସ୍ତ୍ରରେ ଥିବା ମଣିଷର ଭଲଗୁଣ ବିଷୟରେ ଆଲୋକପାତ କରିଥିଲେ । । ଅନ୍ୟତମ ଅତିଥି ବିଜେପି ନେତା ଶ୍ରୀ ସମୀର ମହାନ୍ତି ପୂର୍ବତନ ଜିଲ୍ଲା ଜଜ ସଞ୍ଜୟ କୁମାର ପଣ୍ଡା, ବିଜେପିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ଜଗଦେବ, ପୂର୍ବତନ ଶିକ୍ଷା ନିର୍ଦ୍ଦେଶକ କମଳା ପ୍ରସାଦ ମହାପାତ୍ର, ସମାଜସେବୀ ଡଃ କିଶନଲାଲ ଅଗ୍ରୱାଲ, ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ, ସ୍ୱାମୀ ଜଗନ୍ନାଥାନନ୍ଦ ମହାରାଜ ତାଙ୍କ ବକ୍ତବ୍ୟରେ ଜନ୍ମଦିନ ପାଳନ ପରମ୍ପରା କେବଳ ଓଡ଼ିଆ ସଂସ୍କୃତିରେ ନୁହେଁ, ଭାରତୀୟ ସଂସ୍କୃତିରେ ଏକ ମୁଖ୍ୟ ଅଂଶ ବୋଲି କହିଥିଲେ । ଉତ୍ସବର ପ୍ରାରମ୍ଭବରେ ବିଶ୍ୱହିନ୍ଦୁ ପରିଷଦର ଅଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ବିଶ୍ୱନାଥ ରଥ ଫାଉଣ୍ଡେସନର ଅଧ୍ୟକ୍ଷ ମନୋଜ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପଣ୍ଡିତ ବିଶ୍ୱନାଥ ଶତପଥୀ, ଡଃ ମନୋଜ କୁମାର ଲେଙ୍କା, ଡଃ ନିବେଦିତା ପଟ୍ଟନାୟକ, ଶ୍ରୀମତୀ ନିବେଦିତା ଭଞ୍ଜ, ମନୋଜ କୁମାର ସାହୁ, ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡାଙ୍କୁ ମୁଖ୍ୟଅତିଥି ଡଃ କର ସମ୍ବର୍ଦ୍ଧିତ କରିଥିଲେ । ଡ଼ଃ ବିଶ୍ୱନାଥ ରଥଙ୍କ ୭୦ତମ ସ୍ୱନକ୍ଷତ୍ର ଉପଲକ୍ଷେ ତନୟା ଫାଉଣ୍ଡେସନ ପକ୍ଷରୁ ତନୁଜା ରଥ, ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ପକ୍ଷରୁ ଗାୟତ୍ରୀ ଜ୍ଞାନେଶ୍ୱରୀ, ରାମରାଜ୍ୟ ପରିଷଦ ପକ୍ଷରୁ ଦୁଃଖୀଶ୍ୟାମ ଦାସ ଓ ଦେବବ୍ରତ ଦେବତା, ଶିକ୍ଷା ସଂଗଠକ ମନୋଜ ପାଳ, ଶ୍ରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ପପୁଭାଇ, ଶ୍ୟାମଭାଇ ଓ ବ୍ରହ୍ମା ଭାଇ, ଆଇ.ଏମ୍.ଟି. ଫାର୍ମାସୀ କଲେଜ ପକ୍ଷରୁ ଡଃ ଅଭିରାମ ରାଉତ, ଡଃ ଦେବାଶିଷ ମିଶ୍ର, ଅଳକା ପ୍ରିୟଦର୍ଶିନୀ, ଡଃ ଅନ୍ନଦା ମହାପାତ୍ର, ସ୍ନାୟୁ ବିଶେଷଜ୍ଞ ଡଃ ଅମୀୟ ମହାପାତ୍ର, ଡ଼ଃ ରଶ୍ମୀ ରଞ୍ଜନ ମହାପାତ୍ର, ସୁମନ୍ତ ସ୍ୱାଇଁ, ଇଂ ବିବେକାନନ୍ଦ ପାତ୍ର, ସୁରଥ ବିଶ୍ୱାଳ, ଆଦିକନ୍ଦ ଶ୍ରୀଚନ୍ଦନ ଓ ସାକ୍ଷୀଗୋପାଳ, କଣାସ ଅ ଳର ବହୁ ଅନୁଷ୍ଠାନ ଫୁଲତୋଡ଼ା ଓ ପୁଷ୍ପମାଲ୍ୟ ଦେଇ ଡଃ ରଥଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar