Breaking News
Home / Bhubaneswar / 62th Foundation day of Bayanika

62th Foundation day of Bayanika

ବୟନିକାର ୬୨ତମ ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ, ୨୦୧୮-୧୯ ବର୍ଷରେ ୧୨୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ଧାର୍ଯ୍ୟ

ଉକୃଷ୍ଟ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱ ବିଦିତ, ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ । ଉତ୍କଳୀୟ କଳା ସଂସ୍କୃତି ପାଇଁ “ହସ୍ତତନ୍ତ ବସ୍ତ୍ର” ର ଭୂମିକା ସ୍ୱତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର ବିଶେଷଭାବେ “ବାନ୍ଧବସ୍ତ୍ର”ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜିବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡ଼ିଶାର ଅଗଣିତ ବୁଣାକାର । ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରିଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଞ୍ଜିକୃତ ହୋଇ କାର୍ଯ୍ୟ କୁରଥିବା ପ୍ରାଥମିକ ବୁଣାକାର ସମିତି ମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୧ ବର୍ଷଧରି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିଆସୁଅଛି ।୧୯୫୬ ମସିହାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି “ବୟନିକା” ନାମରେ ସୁଖ୍ୟାତି ଅର୍ଜନ କରିଅଛି । ବୟନିକାର ୬୨ତମ ପ୍ରତିଷ୍ଠାଦିବସ ସମାରୋହ “ବୟନ ଭବନ” ପ୍ରାଙ୍ଗଣରେ ଆଜି ଅର୍ଥାତ୍ ତା.୨୮.୦୫.୨୦୧୮ରିଖ ସଂଧ୍ୟା ସମୟରେ ପାଳନ କରାଯାଉଅଛି । ଏହି ସମାରୋହକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର୍ ତଥା ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ଭା.ପ୍ର.ସେ ଉଦ୍ଘାଟନ କରିଥିଲେ । ଏହି ସମାରୋହରେ ବୟନଶିଳ୍ପ ନିର୍ଦ୍ଦେଶକ, ଶ୍ରୀ ସୁଶାନ୍ତ କୁମାର ବାରିକ, ଓ.ପ୍ର.ସେ, ବୟନିକାର ସଭାପତି, ଶ୍ରୀ ଶେଷ କୁମାର ମେହେର, ବୟନିକାର ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ରବିନ୍ଦ୍ର ନାଥ ସାହୁ, ଓ.ପ୍ର.ସେ, ତଥା ବିଭାଗ ଓ ନିର୍ଦ୍ଦେଶାଳୟର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।ବୟନିକା ୨୦୧୭-୧୮ବର୍ଷରେ ନିଜର ପ୍ରତିଷ୍ଠିତ ୪୩ ଗୋଟି ବିକ୍ରୟ ଶାଖା ଓ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ଟ.୧୦୭ କୋଟିର ବ୍ୟବସାୟ ହାସଲ କରିଅଛି । ୨୦୧୮-୧୯ ବର୍ଷରେ ମୋଟ ୧୨୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । ଏକ ହସ୍ତତନ୍ତ ସଂସ୍ଥା ହିସାବରେ ଟ.୧୦୦କୋଟି ର ବ୍ୟବସାୟ କରିବା, ଓଡ଼ିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତଭାବେ ଏକ ମାଇଲ୍ ଖୁଣ୍ଟ । ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଧ୍ୟି ଘଟାଇବା ପାଇଁ ବଦ୍ଧପରିକର ହେବା ସଂଙ୍ଗେ ସଂଙ୍ଗେ ଏହି ସଂସ୍ଥା ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବାପାଇଁ ଚେଷ୍ଟିତ । ଆଜିର ଏହି ପ୍ରତିଷ୍ଠା ଦିବସ ସମାରୋହରେ ବୟନିକା ସହିତ ସଂଷ୍ଳିଷ୍ଟ ବିଭିନ୍ନ ସମିତିର ପ୍ରତିନିଧି ଓ ବୁଣାକାର ଭାଇ ଭଉଣୀମାନେ ଯୋଗ ଦେଇଥିଲେ ।ବୟନିକା ଏହାର ୬୨ତମ ପ୍ରତିଷ୍ଠା ଦିବସରେ, ଓଡ଼ିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ସଦିଚ୍ଛୁ ଗ୍ରାହକ ଏବଂ ପୃଷ୍ଠପୋଷକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ।

About surendrahota

Leave a Reply

%d bloggers like this:
Skip to toolbar