Breaking News
Home / Bargarh / Bijepur By election : Vehicle detained by police

Bijepur By election : Vehicle detained by police

ବିଜେପୁର ଉପନିର୍ବାଚନ ୩ ଲକ୍ଷ ଟଙ୍କା ଧରି ଯାଉଥିବା ଦୁଇ ଗାଡ଼ି ଅଟକ

ବରଗଡ଼: ବିଜେପୁର ଉପ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ତନଖି କରାଯାଉଛି । ବିଜେପୁର ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଳକର ତାଳପାଲି ହାଇସ୍କୁଲ ନିକଟରେ ପୁଲିସ ଗାଡ଼ି ମଟର ତନଖି କରୁଥିôବା ସମୟରେ ଓଡ଼ି ୦୨ ଏଜେ ୬୬୩୩ ଏବଂ ଓଆର ୧୭ ଇ ୫୦୪୦ ଗାଡ଼ିକୁ ଅଟକାଇ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିବା ଜଣାଯାଏ । ଏହି ଗାଡ଼ି ଦୁଇଟିରେ ଥିôା ଗଞ୍ଜାମ ଅଞ୍ଚଳର ହରପ୍ରସାଦ ସାହୁ ଓ ମହମ୍ମଦ ରିଆଜ ନାମକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ଜଣାଯାଏ । ସେମାନେ ବ୍ୟବସାୟ ପାଇଁ ଏହି ଅର୍ଥ ଧରି ଯାଉଥିଲେ ବୋଲି ପ୍ରକାଶ କରିଛନ୍ତି । ତେବେ ପାଖରେ ଥିବା ଏଥେ ଟଙ୍କା କେଉଁଠାରୁ ଆସିଛି ଏବଂ ସେମାନେ କାହାପାଖକୁ ଯାଉଥିଲେ ସେ ନେଇ ସ୍ପଷ୍ଟ ହୋଇ ନଥିôବାରୁ ପୁଲିସ ଟଙ୍କାତକ ଜବତ କରିଥିବା ଜଣାଯାଏ । ଗାଇସିଲେଟ ପୁଲିସ ଘଟଣାର ଅନୁସନ୍ଧାନ କରୁଛି ।

About surendrahota

Leave a Reply

%d bloggers like this:
Skip to toolbar