Breaking News
Home / Bargarh / Preparetion of Utkal Bharat for Bijepur Bye Election

Preparetion of Utkal Bharat for Bijepur Bye Election

ବିଜେପୁର ଉପ-ନିର୍ବାଚନ ପାଇଁ ଉତ୍କଳ ଭାରତର ପ୍ରସ୍ତୁତି ବୈଠକ


ଭୁବନେଶ୍ୱର, ତା:୨୯.୦୧.୨୦୧୮(ମୀନକେତନ ଜେନା)- ଆଜି ଉତ୍କଳ ଭାରତର ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ବିଜେପୁର ବଧାନସଭା ଉପନିର୍ବାଚନ ଉପରେ ବ୍ୟାପକ ଅଲୋଚନା ହେବା ସହ ସେଠାରେ ଉକ୍ରଳ ଭାରତ ପକ୍ଷରୁ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଛି । ସମ୍ପ୍ରତି ଓଡ଼ିଶାର ଦୁଇ ପ୍ରମୁଖ ଜାତୀୟ ଦଳ ରାଜନୈତିକ ସ୍ୱାର୍ଥ ସାଧନ ନିମନ୍ତେ ଯେପରି ଭାବରେ ଅସାଧୁ ଉପାୟ ଅବଲମ୍ବନ କରି ରାଜନୈତିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଇଛନ୍ତି ତାହକୁ ପାର୍ଟି ଏକ ମୁଖ୍ୟ ପ୍ରସଙ୍ଗ କରିବ ।ସେହିପରି ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଅସଫଳତାକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରାଯିବ । ଏହି ପରିପ୍ରେକ୍ଷୀର ଉକ୍ରଳ ଭାରତର ପ୍ରମୁଖ ନେତାମାନେ ବିଜେପୁର ଉପନିର୍ବାଚନ ପ୍ରଚାରରେ ଯିବେ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ପାର୍ଟିର ରାଜ୍ୟ ଉପ-ସଭାପତି ଲୋକନାଥ ଷଡ଼ଙ୍ଗୀ ଓ ରାଜେନ୍ଦ୍ର ଦଳବେହେରା, ରାଜ୍ୟ ସମ୍ପାଦକ ସେକ କାମିଲୁଦ୍ଦିନ ଅହମ୍ମଦ, ଭୁବନେଶ୍ୱର ସଭାପତି ନବକିଶୋର ପ୍ରଧାନ,ଉପ-ସଭାପତି କିଷନ ଟିକିମାନୀ,ସମ୍ପାଦକ ରବିନାରାୟଣ ଦାସ, ନିର୍ମଳ ବେହେରା, ଦଳିତ ସଭାପତି ଦିଲ୍ଲିପ ମଲ୍ଲିକ, ଯୁବ ସଭାପତି ଜଗଦିଶ ପ୍ରାଧାନ, ସାଧାରଣ ସମ୍ପାଦକ ଦେବବ୍ରତ ତ୍ରିପାଠୀ, ନାରୀ ଉକ୍ରଳ ଭାରତ ସାଧାରଣ ସମ୍ପାଦିକା ସାବିତ୍ରୀ ଜେନା, ବିଦ୍ୟାର୍ଥୀ ସଭାପତି ପ୍ରତ୍ୟୁଷ ନାୟକ,କୃପାସିନ୍ଧୁ ସିଂହ,ବିଶ୍ୱଜିତ ଚକ୍ରବର୍ତ୍ତୀ, ଅମୀୟ ଦାସ. କମଳା ଦାସ ଏବଂ ରାଜେଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar