Breaking News
Home / Bhubaneswar / Award Ceremony to Freedom Fighter Padmashree Bhawani Charan Pattnaik

Award Ceremony to Freedom Fighter Padmashree Bhawani Charan Pattnaik

ଭଗବାନ ବୁଦ୍ଧଙ୍କ ପ୍ରତି ମୁଁ ସମର୍ପିତ : ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ବୁଦ୍ଧ ମନ୍ଦିରରେ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୭.ଜାନୁୟାରୀ ୨୦୧୭ (ଜିତେନ୍ଦ୍ର ସାହୁ) ମହାବୋଧି ସୋସାଇଟି ଅଫ ଇଣ୍ଡିଆ, ଓଡ଼ିଶା ଶାଖା ପକ୍ଷରୁ ଆଜି ପୂର୍ବାହ୍ନରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ଭବାନୀ ଚରଣ ପଟ୍ଟନାୟକଙ୍କୁ ବୁଦ୍ଧ ମନ୍ଦିର ପ୍ରାର୍ଥନା ଗୃହରେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ, ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଲେ ଯେ, ମୋର ଜନ୍ମ ବୁଦ୍ଧ ପୂର୍ଣ୍ଣିମାରେ, ମୁଁ ଭଗବାନ ବୁଦ୍ଧଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ । ଆଜି ମୁଁ ଯେଉଁ ସମ୍ମାନ ପାଇଛି, ଏହା ଓଡ଼ିଶାବାସୀଙ୍କ ଶ୍ରଦ୍ଧା ଓ ଶୁଭେଚ୍ଛାର ଫଳ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ପୃଷ୍ଠପୋଷକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମକୁ ସଞ୍ଚାଳନ ଓ ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ଦୋଳ ଗୋବିନ୍ଦ ପ୍ରଧାନ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, କଳିଙ୍ଗ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ବଦ୍ରୀନାଥ ପଟ୍ଟନାୟକ, ପୂର୍ବ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ଡଃ ଅରୁନ୍ଧତୀ ଦେବୀ, ବିମଳ ଦାସ, ଜଗବନ୍ଧୁ ଜେନା ପ୍ରମୁଖ ଭାବନୀ ବାବୁଙ୍କୁ ଭଲ ପାଉଥିବା ବହୁ ଯୁବକ ଶୁଭେଚ୍ଛୁ ଉପସ୍ଥିତ ରହି ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar