Breaking News
Home / Bargarh / Republic day celebration in Ruchida

Republic day celebration in Ruchida

ଜନରାଜ୍ୟ ଦିବସରେ ରୁଚିଦାରେ ପ୍ରତିଭା ପୂଜା


ବରଗଡ଼,୨୭/୧-ଭାରତ ସ୍ୱାଧିନତା ଲାଭ କରିଥିଲେ ହେଁ ଏ ପର୍ଯ୍ୟନ୍ତ ତାର ବାସ୍ତବ ବିକାଶ ଘଟିନାହିଁ ।ଏଣୁ ମହାତ୍ମାଗାନ୍ଦୀଙ୍କ ସ୍ୱପ୍ନର ଭାରତକୁ ସାକାର କରିବା ପାଇଁ ପ୍ରତ୍ୟେକେ ନିଷ୍ଠାର ସହ ନିଜର କର୍ତ୍ତବ୍ୟ କରିବା ସାଙ୍ଗକୁ ପୂଜ୍ୟ ପୂଜାର ପରମ୍ପରାକୁ ଉଜ୍ଜିବିତ କରିବା ଉଜିତ ବୋଲି ରୁଜିଦା ଠାରେ ଆୟୋଜିତ ଜନରାଜ୍ୟ ଦିବସର ଅତିଥି ମାନେ ମତବ୍ୟକ୍ତ କରିଛନ୍ତି ।ଏହି ଆଦର୍ଶକୁ ପାଥେୟ କରି ରୁଚିଦା ଗ୍ରାମବାସୀ ସେମାନଙ୍କ ଦିବଙ୍ଗତ ଶିକ୍ଷକ ଜନକରାମ ମାଝୀଙ୍କ ସ୍ମୃତିରେ ବିଭିନ୍ନ ପ୍ରତିଯୋଗୀତା ଆୟୋଜିତ କରିବା ସହ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ କାଲୋଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବା ପ୍ରାରମ୍ଭରେ ତୁଷାରକାନ୍ତ ପ୍ରଧାନ ସ୍ୱାଗତ ସମ୍ଭାଷଣ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ଗଣ ସ୍ୱର୍ଗତ ଜନକରାମ ମାଝୀଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ନିରାଡମ୍ବର ଜୀବନ ଶୈଳୀ, ଗାନ୍ଧୀବାଦୀ ଜୀବନ ଯାତ୍ରା ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଜନକରାମ ମାଝୀ ୧୯୬୫ ପୂର୍ବରୁ “ତତ୍ତ୍ୱ” ଓ “ପ୍ରଭାତୀ ଗାଥା” ନାମକ ଦୁଇଟି ସାରଗର୍ଭକ କବିତା ପୁସ୍ତକ ରଚନା କରି ବିନା ମୂଲ୍ୟରେ ବିତରଣ କରିଥିଲେ ।ପରବର୍ତ୍ତୀ ସମୟରେ ରଚିତ ତାଙ୍କର “ରୁଚିଦା” କ୍ଷୁଦ୍ର ପୁସ୍ତିକାଟି ଗାଁ ପ୍ରତି ତାଙ୍କର ମମତାର ଏକ ପ୍ରତିଛବି ।୧୯୭୦-୭୧ ଶିକ୍ଷା ବର୍ଷରେ ଅବସର ନେଇ ମଧ୍ୟ ଆଜି ଶୁଦ୍ଧା ନିଜ ଛାତ୍ର ମାନଙ୍କ ହୃଦୟରେ ସେ ଅମର । ତେଣୁ ଏପରି ଏକ ପୁଣ୍ୟ ତିଥିରେ ତାଙ୍କର ପବିତ୍ର ଜୀବନ ଯାତ୍ରାକୁ ମନେପକାଇ ଏହି ପୁରସ୍କାର ବିତରଣୀ ସଭାର ଆୟୋଜନ ବୋଲି ପ୍ରଧାନ ଶିକ୍ଷକ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଅମ୍ବାଭୋନା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫକିର ପଧାନ ସ୍ମୃତିଚାରଣ କରିଥିଲେ ।ଅବସର ପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପଧାନ ସମ୍ମାନୀତ ଅତିଥି ଭାବେ ଅଳଙ୍କୃତ କରିଥିଲେ ।ଏହି ଅବସରରେ ବର୍ଷିୟାନ କୃଷ୍ଣଭକ୍ତ ତଥା ସାହିତ୍ୟପ୍ରେମୀ ଦନାର୍ଦ୍ଦନ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ଅନିଲ ପଧାନଙ୍କ ସଂଯୋଜନାରେ ପୁରସ୍କାର ବିତରଣୀ ସଭାଟି ସମ୍ପନ୍ନ ହୋଇଥିଲା ।ଏହି ପ୍ରତିଭା ଉନ୍ମୋଚନ ସଭାର ଉଦ୍ୟୋକ୍ତା ତଥା ପୃଷ୍ଠ ପୋଷକ ଥିଲେ ସଚ୍ଚିଦାନନ୍ଦ ପଧାନ, ପୁଣ୍ୟାତ୍ମାଙ୍କର ନାତି । ଦିନେ ଏହି ବିଦ୍ୟାଳୟରେ ସେ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଏହାର ଶିକ୍ଷକ ମଧ୍ୟ ଥିଲେ । ତେଣୁ ଏପରି ଏକ ମହତ୍ୱପୂର୍ଣ୍ଣ ଦିନରେ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀଙ୍କ ହୃଦୟରେ ଲୁକ୍କାୟିତ ଥିବା ପ୍ରତିଭାକୁ ଉନ୍ମୋଚନ କରିବାର ଏହି ଅଭିନବ ପ୍ରୟାସ କରିଥିଲେ । ପ୍ରଧାନ ଶିକ୍ଷକଙ୍କୁ ପୂର୍ବରୁ ଆନୁସଙ୍ଗିକ ସମସ୍ତ କାର୍ଯ୍ୟ ସମାପନ କରିବା ପାଇଁ ଅନୁରୋଧ କରିଥିଲେ । ପୁରସ୍କାର ତଥା ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବହନ କରି ପ୍ରତିବର୍ଷ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ଘୋଷଣା କରିଥିଲେ । ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ୪୦ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତା’ପରେ ସହକାରୀ ଶିକ୍ଷକ ରାମଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar