Breaking News
Home / Bhubaneswar / Save Mahanadi movement

Save Mahanadi movement

ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସୁପୁତ୍ର ଶ୍ରୀ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକ ପତ୍ର

ଭୁବନେଶ୍ୱର, ୧୭.୧.୨୦୧୮(ମୀନକେତନ ଜେନା) : ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟିର ଜଳ ସମ୍ପଦ ବିଭାଗର ଉପାଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀଙ୍କ ସୁପୁତ୍ର ଶ୍ରୀ ଅଭିଜିତ୍ ମୁଖାର୍ଜୀଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇଛି । ପ୍ରକାଶ ଥାଉକି ଜଳ ସମ୍ପଦ ବିଭାଗର ପାର୍ଲମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଅଛନ୍ତି । ସାଂସଦ ଶ୍ରୀ ହୁକୁମ ସିଂଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳର ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ପାଖାପାଖି ୧୨ଜଣ ସାଂସଦ ରାଜ୍ୟର ଜଳ ସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଆଜି ମଧ୍ୟାହ୍ନରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଟ୍ରାଇଡେଣ୍ଟ ହୋଟେଲ ଠାରେ ସେମାନଙ୍କୁ ଭେଟିଥିଲେ । ଏହି ସମୟରେ ମହାନଦୀର ବର୍ତ୍ତମାନର ସମସ୍ୟା ନେଇ ବିଷଦ ଭାବରେ ଆଲୋଚନା କରାଯାଇଥିଲା । ସାଂସଦମାନେ ସମସ୍ତ ସମସ୍ୟାକୁ ଅତି ଗମ୍ଭିରତାର ସହିତ ଶୁଣିବା ସହିତ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ । ଆଗାମୀ ଦିନର ମହାନଦୀ ସମସ୍ୟା ଆହୁରି ଜଟିଳ ହେବ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନର କର୍ମକର୍ତ୍ତାମାନେ ତାଙ୍କୁ ଜଣାଇଥିଲେ । ଆଗାମୀ ସଂସଦ ଅଧିବେଶନରେ ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବାର ପ୍ରତିଶ୍ରୁତି ମଧ୍ୟ ସାଂସଦମାନେ ଦେଇଥିଲେ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମୟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସର୍ବଶ୍ରୀ ଲଳିତ ମୋହନ ପଟ୍ଟନାୟକ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar