Breaking News
Home / Bhubaneswar / Photography workshop at Dhauli

Photography workshop at Dhauli

ଶାନ୍ତିସ୍ତୂପଠାରେ ଉଦ୍ଘାଟିତ ଫଟୋଗ୍ରାଫି କର୍ମଶାଳା
ପ୍ରକୃତିର ସୌନ୍ଦର୍ଯ୍ୟ ଫଟୋଗ୍ରାଫରଙ୍କ ପାଥେୟ ହେଉ


ପୁରୁଣା ଭୁବନେଶ୍ୱର,ତା ୧୬ା୧/୨୦୧୮(ଜିତେନ୍ଦ୍ର ସାହୁ): ଶାନ୍ତିସ୍ତୂପ ନିକଟରେ ଅବସ୍ଥିତ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ତିନିଦିନିଆ ଫଟୋଗ୍ରାଫି କର୍ମଶାଳାକୁ ବିଶିଷ୍ଟ ଫଟୋଗ୍ରାଫର ସୁମନ୍ତ ଲେଙ୍କା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପ ।ନନ ସାମଲ, ଅଧ୍ୟାପିକା ସସ୍ମିତା କାମିଳା, ଅଧ୍ୟାପକ ବିଶ୍ୱକାନ୍ତ ପଣ୍ଡା, ଦୀପକ ଦାସ ପ୍ରମୁଖ ଉଦ୍ଘାଟନ କରିଛନ୍ତି । ଭଗବାନଙ୍କ ସୃଷ୍ଟ ପ୍ରକୃତିରେ ପ୍ରକୃତ ସୌନ୍ଦର୍ଯ୍ୟ ଭରି ହୋଇ ରହିଥାଏ । ତାହାକୁ ଜଣେ ଫଟୋଗ୍ରାଫର ନିଜ କ୍ୟାମେରା ଦ୍ୱାରା ଜନସାଧାରଣଙ୍କ ନିକଟତର କରିଥାଆନ୍ତି । ଆଉ ସେହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବିଭିନ୍ନ ଦିଗରେ ବ୍ୟବହାର କରି ବ୍ୟବହାରିକ କଳାର ଉକ୍ରର୍ଷତା ପ୍ରତିପାଦିତ ହୋଇଥାଏ ବୋଲି କର୍ମଶାଳା ଉଦ୍ଘାଟନୀ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଥିଲେ । ତିନିଦିନ ଧରି କର୍ମଶାଳାରେ ଫଟୋଗ୍ରାଫରମାନେ ଧଉଳି ଚତୁଃପାଶ୍ୱର୍ରେ ଥିବା ପ୍ରକୃତିର ସୌନ୍ଦର୍ଯ୍ୟକୁ ପାଥେୟ କରି ନିଜ ନିଜ ସୃଜନଶୀଳ ଫଟୋଚିତ୍ରମାନ ପ୍ରସ୍ତୁତ କରିବେ । ଏହି କର୍ମଶାଳାରେ ଚିନ୍ମୟୀ ରଥ, ସୁଦାମ ସାହୁ, ଧର୍ମପଦ ସାହୁ, ବରୁଣରାଜ କିସ୍କୁ, ତାପସ ରଂଜନ ମହାଲିକ, ସାରଥି ପଲାଇ, ଅଳକାନନ୍ଦା ଦାସ, ଅମ୍ବିକା ପଣ୍ଡା, ପ୍ରଭାସ ରଂଜନ ମହନ୍ତ, ଶୁଭସ୍ମିତା ଭାରତୀ ହୋତା, ବିରେନ୍ ରାଉଲ୍ ଓ ଶାନ୍ତିଲତା ବେହେରା ଆଦି ୧୨ଜଣ ଫଟୋଗ୍ରାଫର ଅଂଶଗ୍ରହଣ କରିଛନ୍ତି । ଆସନ୍ତା ୧୮ ତାରିଖ ଦିନ କର୍ମଶାଳାରେ ପ୍ରସ୍ତୁତ ଫଟୋଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ସାହୁ, ମାନସ ରଂଜନ ନାୟକ, ରାମ ଶଙ୍କର ସାହୁ ଓ ଫଟୋଗ୍ରାଫିରେ ରୁଚି ରଖିଥିବା ଛାତ୍ରଛାତ୍ରୀମାନେ ଫଟୋଗ୍ରାଫିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar