Breaking News
Home / Bhubaneswar / Get together of Diploma Engineers

Get together of Diploma Engineers

ଅବସରପ୍ରାପ୍ତ ଙ୍ଗିପ୍ଲୋମା ବିନିୟରିଂ ସଙ୍ଘର ବନ୍ଧୁମିଳନ

ଭୁବନେଶ୍ୱର, ୧୭/୦୧/୨୦୧୮ (ସୁମନ୍ତ କୁମାର ଜେନା) : ସଂଗ୍ରାମ ସରେନାହିଁ କି ସଂଗ୍ରାମୀ ମରେନାହିଁ । ଅବସରପ୍ରାପ୍ତ ଇିଞ୍ଜିନିୟରନଙ୍କୁ ରାଜ୍ୟ ସରକାର ଏବଂ ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ଅବସର ଭତ୍ତା ପାଇବାରେ ଯେଭଳି ହଇରାଣ କରୁଛନ୍ତି, ତାହା ଅତ୍ୟନ୍ତ ଅମାନବୀୟ । ଆଗାମୀଦିନରେ ଅବସରପ୍ରାପ୍ତ ଇଞ୍ଜିନିୟରମାନଙ୍କ ଏହି ଅଭିଯୋଗ ଓ ସଂଗ୍ରାମ ଜାରି ରହିବ ବୋଲି ସ୍ପଷ୍ଟଭାବେ ମତ ରଖିଛନ୍ତି ସଂଘର ବରିଷ୍ଠ କର୍ମକର୍ତ୍ତା । ୧୯୯୮ରେ ଗଢ଼ି ଉଠିଥିବା ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଞ୍ଜିନିୟରିଂ ସଙ୍ଘର ୨୦ ବର୍ଷ ପୂତ୍ତ ିର୍ ଅବସରରେ ଭୁବନେଶ୍ୱରର ଜୟଦେବା ବାଟିକା ପରିସରରେ ଆୟୋଜିତ ସଂଘର ବାର୍ଷିକ ବନ୍ଧୁମିଳନ ଏବଂ କର୍ମକତ୍ତ ର୍ା ନିର୍ବାଚନ ଅବସରରେ ଉନ୍ମୋଚିତ ହୋଇଯାଇଛି ସଂଘର ମୁଖପତ୍ର ଦ୍ୱିମାସିକ ପତ୍ରିକା ‘ଅବସର ବାର୍ତ୍ତା’ । ଏହି ଅବସରରେ ମୟୁରଭଞ୍ଜରୁ କୋରାପୁଟ ଜିଲ୍ଲା ପର୍ଯ୍ୟନ୍ତ ସାରା ଓଡ଼ିଶାର ଜିଲ୍ଲା ପ୍ରତିନିଧି ଓ ବରିଷ୍ଠ ଅବସରପ୍ରାପ୍ତ ଇଞ୍ଜିନିୟରମାନେ ଯୋଗ ଦେଇଥିଲେ । ସଂଘର ପାଟ୍ରନ ଶାରଦା ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ୨୦୧୮-୧୯ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଛନ୍ତି । ପାଟ୍ରନ ଭାବେ ଇଂ ଶାରଦା ପ୍ରସନ୍ନ ମହାନ୍ତି, ପରାମର୍ଶଦାତା ଭାବେ ଇଂ ଦର୍ପନାରାୟଣ ଦାସ, ସଭାପତି ଭାବେ ଲାୟନ୍ସ ଇଂ ବିପିନ ବିହାରୀ ନାୟକ, ଉପସଭାପତି ଭାବେ ଇଂ ବଳରାମ ପ୍ରସାଦ ବସୁ ମଲ୍ଲିକ ଓ ଇଂ ବିଶ୍ୱନାଥ ପଣ୍ଡା, ସାଧାରଣ ସମ୍ପାଦକ ଭାବେ ଇଂ ବାମଦେବ ତ୍ରିପାଠୀ, ଆଡିସନାଲ ସମ୍ପାଦକ ଭାବେ ଇଂ ମଳୟରାଜ ବିଶ୍ୱାଳ, ଫାଇନାନ୍ସ ସମ୍ପାଦକ ଭାବେ ଇଂ ବି. ଡି ରାଉତ, ସମ୍ପାଦକ କଲଚର ଓ ଅର୍ଗାନାଇଜେସନ ଭାବେ ଇଂ ପ୍ରମୋଦ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଇଂ ଗାନ୍ଧୀ ଗୌଡ଼ ଏବଂ ଅଡ଼ିଟର ଭାବେ ଇଂ ବ୍ରହ୍ମାନନ୍ଦ ବସ୍ତିଆ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ଲଗାତର ଭାବେ ସଂଘର ସଭାପତି ପଦବୀରେ ଲାୟନ୍ସ ଇଂ ବିପିନ ବିହାରୀ ନାୟକଙ୍କୁ ସମର୍ଥନ ମିଳୁଥିବାରୁ ସଂଘର ସମସ୍ତ ସଦସ୍ୟ ଶ୍ରୀଯୁକ୍ତ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar