Breaking News
Home / Bhubaneswar / Demonstration of BJP Krusak Morcha

Demonstration of BJP Krusak Morcha

କୃଷକମୋର୍ଚ୍ଚାର ମିଲରମାନଙ୍କ ମଧୁଚନ୍ଦ୍ରିକା କାରଣରୁ ଶୋଷିତ, ନିରୀହ ଓ ଗରୀବ ଚାଷିଟିଏ ଉପଯୁକ୍ତ ପ୍ରାପ୍ୟ ପାଉନାହିଁ: ବିଜେପି

ଭୁବନେଶ୍ୱର,୧୭/୧/୨୦୧୮:(ମୀନକେତନ ଜେନା) କେଉଁଠି ଖୋଲା ଆକାଶ ତଳେ ତ ଆଉ କେଉଁଠି ପାଚେରୀ ବିହିନ ଧାନମଣ୍ଡି । ଆଉ କେଉଁଠି ଗାଇ ଗୋରୁଙ୍କ ଆଶ୍ରୟସ୍ଥଳୀ ସାଜିଛି ତ ଆଉ କେଉଁଠି ପାନୀୟ ଜଳ, ଶୈାଚାଳୟର ଅବ୍ୟବସ୍ଥା କାରଣରୁ ଚାଷୀମାନେ ପଦାରେ ବୁଲୁଛନ୍ତି । ଯେଉଁଠି ଧାନ ଗଚ୍ଛିତ ଅଛି, ସେଇଠି ସଂଗ୍ରହ କରିବା ପାଇଁ ସରକାରୀ ଅଧିକାରୀ ଉପସ୍ଥିତ ନାହାନ୍ତି । କେଉଁଠି ସପ୍ତାହରେ ଥରେଟିଏ ମଣ୍ଡି ଖୋଲା ଯାଉଥିବାବେଳେ ଆଉ କେଉଁଠି ବର୍ତମାନ ସୁଦ୍ଧା ଧାନମଣ୍ଡି ଖୋଲା ଯାଇ ନାହିଁ । ଯେଉଁଠି ଧାନ ସଂଗ୍ରହ ପାଇଁ ସରକାରୀ ଅଧିକାରୀ ଉପସ୍ଥିତ ଅଛନ୍ତି, ସେଇଠି ସମବାୟ-ଯୋଗାଣ-ମିଲରମାନଙ୍କ ମଧୁଚନ୍ଦ୍ରିକା କାରଣରୁ ଶୋଷିତ, ନିରୀହ ଓ ଗରୀବ ଚାଷିଟିଏ ଉପଯୁକ୍ତ ପ୍ରାପ୍ୟ ପାଉନାହିଁ । ଚାଷିଟି ଯେତେବେଳେ ତାର କଷ୍ଟ ଉପାର୍ଜିତ ଧାନକୁ ମଣ୍ଡିରେ ବିକ୍ରି ପାଇଁ ଯାଉଛି, ସେତେବେଳେ ଏଭଳି ବାସ୍ତବ ସ୍ଥିତିର ସମ୍ମୁଖୀନ ହେଉଛି ବୋଲି ଧାନମଣ୍ଡି ଚାଲ ଅଭିଯାନରେ ଥିବା ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳର ସଦସ୍ୟମାନେ କହିଛନ୍ତି । ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ଆଜି ବଲାଙ୍ଗୀର ଜିଲ୍ଲା ମୁରିବାହାଲସ୍ଥିତ ଧାନମଣ୍ଡିକୁ ଯାଇ ସ୍ଥିତି ଅନୁଧ୍ୟାନ କରବା ସହ ଉପସ୍ଥିତ ଚାଷୀ ଏବଂ ସରକାରୀ ଅଧିକାରୀଙ୍କ ସହ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେହିପରି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି କଟକ ଜିଲ୍ଲା କିଶୋରନଗରସ୍ଥିତ ଧାନମଣ୍ଡିକୁ ଯାଇ ହଇରାଣ ହେଉଥିବା ଚାଷୀ ଏବଂ ଉପସ୍ଥିତ ସରକାରୀ ଅଧିକାରୀଙ୍କ ସହ ସମସ୍ୟା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ତରଫରୁ ଜିଲ୍ଲାବ୍ୟାପୀ ଆନ୍ଦୋଳନ ହେବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ହୃଷିକେଶ ଜେନା, କୃଷ୍ନ ବରାଡ, କୃଷକ ମୋର୍ଚ୍ଚା ଜିଲ୍ଲା ମୋର୍ଚ୍ଚା ସଭାପତି କିଶୋର ମହାନ୍ତି, କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସଂପାଦକ ଗୈାତମ ରାୟ, ଲିଙ୍ଗରାଜ ମଲ୍ଲିକ ପ୍ରମୁଖ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବନ୍ଦ ଥିବା ବୋଲଗଡ ଧାନମଣ୍ଡି ପରିଦର୍ଶନ କରିଥିଲେ । ଏପରିକି ସେ ଅଂଚଳରେ ଥିବା ସମସ୍ତ ଧାନମଣ୍ଡି ବନ୍ଦଥିବାର ପରିଲକ୍ଷିତ ହୋଇଛି ବୋଲି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି । ଗତ ୧୦ ତାରିଖରୁ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଧାନମଣ୍ଡି ଚାଲ ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟର ସମସ୍ତ ମଣ୍ଡିକୁ ଯାଇ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତାମାନେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଶ୍ରୀ ବିଶ୍ୱାଳ ସୁଚନା ଦେଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar