Breaking News
Home / Bhubaneswar / Demonstration of BJD

Demonstration of BJD

କେନ୍ଦ୍ର କୃଷିମନ୍ତ୍ରୀ ଓଡ଼ିଶାରେ ଚାଷୀଙ୍କୁ ସାହାଯ୍ୟ ଦେବାକୁ କହି ଦିଲ୍ଲୀରେ ଭୁଲିଗଲେ

ଭୁବନେଶ୍ୱର,୧୭/୧/୨୦୧୮:(ମୀନକେତନ ଜେନା) ଓଡ଼ିଶାରେ ଚକଡ଼ା ପୋକ ଆକ୍ରମଣ ଯୋଗୁ ହଜାର ହଜାର ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ୨୦୧୭ ନଭେମ୍ବର ୧୨ ତାରିଖରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟକୁ ସବୁ ପ୍ରକାର କେନ୍ଦ୍ରୀୟ ସହାୟତା ଯୋଗାଇବାକୁ ନିର୍ଭର ପ୍ରତିଶ୍ରୁତି ଦେଇ ଦିଲ୍ଲୀରେ ପହଞ୍ôଚବାର ୨୪ ଘଣ୍ଟା ନପୁରୁଣୁ ଓଡ଼ିଶାର ଚାଷୀଙ୍କ ସମସ୍ୟାକୁ ପୂରାପୂରି ଭୁଲିଗଲେ । ଏ ପର୍ଯ୍ୟନ୍ତ ଏ ବାବଦ ୧୭୨୯ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ରାଶି ପାଇଁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସ୍ମାରକପତ୍ର ପାଇ ମଧ୍ୟ କେନ୍ଦ୍ର ସରକାର ପାଟି ଚୁପ୍‍ କରି ବସିଛନ୍ତି । ଏହା କେନ୍ଦ୍ରର ଓଡ଼ିଶା ପ୍ରତି ଅବିଚାର ଓ ଘୋର ଅନ୍ୟାୟ ବୋଲି ବିଜେଡି କହିଛି । ଜାନୁଆରୀ ୧୭ ତାରିଖ ଦିନ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ସର୍ବାଧିକ ଧାନ ସଂଗ୍ରହ କରାଯାଉଥିବା ୧୨ଟି ଜିଲ୍ଲାର ବିଭିନ୍ନ ବ୍ଲକରେ ବିକ୍ଷୋଭ ସମାବେଶରେ ଯୋଗ ଦେଇଥିବା ବିଜୁ ଜନତା ଦଳର ବିଧାୟକ, ସାଂସଦ, ମନ୍ତ୍ରୀ ଓ ସଂଗଠନ କର୍ମକର୍ତ୍ତାମାନେ ଏହା କହିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଆଉ ପୁନଃ ବିଚାର ନକରିବା ଲାଗି କହିବା ରାଜ୍ୟ ସ୍ୱାର୍ଥ ବିରୋଧୀ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆଜି ବିଭିନ୍ନ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ବଳଭଦ୍ର ମାଝୀ, ପ୍ରଫୁଲ୍ଲ କୁମାର ପାଙ୍ଗୀ, ପଦ୍ମନାଭ ବେହେରା, ସରକାରୀ ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ, ସାଂସଦ ଝିନ୍ନ ହିକ୍‍କା, ପୂର୍ବତନ ବିଧାୟକ ରବି ନନ୍ଦ, ବିଜୟ ରଞ୍ଜନ ସିଂ ବରିହା, ଜିଲ୍ଲା ସଭାପତି ପ୍ରମୋଦ ରଥ ପ୍ରମୁଖ ମତ ଦେଇଛନ୍ତି । ଏହି ବିକ୍ଷୋଭ ସମାବେଶରେ ଆଜି ୧୨ଟି ଜିଲ୍ଲାର ପାଇକମାଳ, ଅମ୍ବାଭୋନା, ସୋହେଲା, ମୁରିବାହାଲ, ଜୟପାଟଣା, ବୋରିଗୁମ୍ମା, ନନ୍ଦପୁର, ଲମତାପୁଟ, ଝରିଗାଁ, ରେଢ଼ାଖୋଲ, ଉଲୁଣ୍ଡା ଆଦି ବ୍ଲକରେ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ୨ ଘଣ୍ଟିଆ ଗଣବିକ୍ଷୋଭ ସମୟରେ ପାଇକମାଳ ବ୍ଲକ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷ ଅଲତାବ ଖାଁ, ବିଧାୟକ ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା, ସରପଞ୍ଚ ଦୁଗଲେଶର ସାହୁ, ଅନନ୍ତ ଧରୁଆ, ବ୍ଲକ ସଭାପତି ବଳରାମ ସାହୁ, ଅମ୍ବାଭୋନା ବ୍ଲକ ସମ୍ମୁଖରେ ବ୍ଲକ ସଭାପତି ରଘୁନାଥ ପଟେଲ, ବ୍ଲକ ଅଧ୍ୟକ୍ଷା ନୀଲ କୁମାର ନାଏକ, ସରପଞ୍ଚ ଦୁଲାମଣି ପଟେଲ, ବିଷ୍ଣୁପ୍ରସାଦ ପ୍ରଧାନ, ସୁରେନ୍ଦ୍ର ଭୋଇ, ସମାଜସେବୀ ପ୍ରେମ କିଶୋର ପଟେଲ, ଜିଲ୍ଲା ବିଜେଡି ଉପ-ସଭାପତି କୀର୍ତ୍ତିଚନ୍ଦ୍ର ଦୁଆନ୍‍, ମୁରିବାହାଲ ବ୍ଲକ ସମ୍ମୁଖରେ ଜିଲ୍ଲା ସଂପାଦକ ଫିରୋଜ୍‍ ଖାନ୍‍, ବ୍ଲକ ସଭାପତି ସିଦେ୍ଧଶ୍ୱର ଦାସ, ବରିଷ୍ଠ କର୍ମକର୍ତ୍ତା ଅଦୀପ ମାହାର, ଜିଲ୍ଲା କୃଷକ ସାମ୍ମୁଖ୍ୟ ସଭାପତି ମଦନ କୁମାର, ବ୍ଲକ ଉପ-ସଭାପତି ସବ୍ୟସାଚୀ ବେହେରା, ଜୟପାଟଣା ବ୍ଲକ ସମ୍ମୁଖରେ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ବଳଭଦ୍ର ମାଝୀ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ମାଣିକ୍ୟ ନାଏକ, ବ୍ଲକ ସଭାପତି ମୀନକେତନ ପୂଜାରୀ, ବିଧାୟକ ପ୍ରତିନିଧି ପ୍ରଭାକର ପଟ୍ଟନାୟକ, ଯୁବ ବ୍ଲକ ସଭାପତି ଦିଲ୍ଲୀପ ରାଉତ, ବୋରିଗୁମ୍ମା ବ୍ଲକ ସମ୍ମୁଖରେ ପୂର୍ବତନ ବିଧାୟକ ରବି ନନ୍ଦ, ପର୍ଯ୍ୟବେକ୍ଷକ ମଞ୍ଜୁଳା ମାଝୀ, ବ୍ଲକ ସଭାପତି ବିବେକାନନ୍ଦ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶିବ ପଟ୍ଟନାୟକ, ଏସ୍‍ସି/ଏସ୍‍ଟି ଜିଲ୍ଲା ସଭାପତି କମଳୁ ଜାନି, ନନ୍ଦପୁର ବ୍ଲକ ସମ୍ମୁଖରେ ସାଂସଦ ଝିନ୍ନ ହିକ୍‍କା, ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ଅଶୋକ କୁମାର ପାଙ୍ଗୀ, ବ୍ଲକ ସଭାପତି ରାମେଶ୍ୱର ଦୋରା, ପଟାଙ୍ଗୀ ବ୍ଲକ ସଭାପତି ବିଶ୍ୱନାଥ ପୋଡାଲ, ସିମିଳିଗୁଡ଼ା ବ୍ଲକ ସଭାପତି ମାଧବ ଖିନ୍‍ବୁଡ଼ି, ଝରିଗାଁ ବ୍ଲକ ସମ୍ମୁଖରେ ମନ୍ତ୍ରୀଙ୍କ ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ପ୍ରିୟରଞ୍ଜନ ଦାସ, ବ୍ଲକ ସଭାପତି ଉଦୟନାଥ ନାୟକ, ସଂପାଦକ ରଞ୍ଜନ ବେପାରୀ, ବ୍ଲକ ଅଧ୍ୟକ୍ଷ ରଙ୍ଗୁଲା ଗଣ୍ଡ, ଉପାଧ୍ୟକ୍ଷା କୁମାର ମଞ୍ଜୁଲତା ବନ୍‍କା, ବ୍ଲକ ଯୁବ ସଂପାଦକ ଦୁର୍ଗା ମାଝୀ, ରେଢ଼ାଖୋଲ ବ୍ଲକ ସମ୍ମୁଖରେ ରୋହିତ ପୂଜାରୀ, ଜିଲ୍ଲା ସଂପାଦକ ପ୍ରମୋଦ ରଥ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ରୋଜାଲିନ୍‍ ବେହେରା, ଏନ୍‍ଏସି ଅଧ୍ୟକ୍ଷା ସନ୍ଧ୍ୟାରାଣୀ ଦେହୁରୀ, ବ୍ଲକ ଅଧ୍ୟକ୍ଷା କବିତା ପ୍ରଧାନ, ବ୍ଲକ ସଭାପତି ଉଦିତ କୁମାର ତ୍ରିପାଠୀ, ଉଲୁଣ୍ଡା ବ୍ଲକ ସମ୍ମୁଖରେ ବିଧାୟକ ପଦ୍ମନାଭ ବେହେରା, ବ୍ଳକ ସଭାପତି ଝସକେତନ ବଘାରଙ୍କ ସମେତ ହଜାର ହଜାର ସଂଖ୍ୟାରେ ଦଳୀୟ କର୍ମୀ, ନିର୍ବାଚିତ ପ୍ରତିନିଧି, ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ସାମିଲ ହୋଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar