Breaking News
Home / Bhubaneswar / Demonstration of AICTU Scheme worker at State Capital

Demonstration of AICTU Scheme worker at State Capital

ସ୍କିମ୍ ୱାର୍କରଙ୍କୁ କର୍ମଚାରୀ ମାନ୍ୟତା, ମାସିକ ୧୮ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ଓ ପେନ୍ସନ୍ ଦାବିରେ ସର୍ବଭାରତୀୟ ଧର୍ମଘଟ

ଭୁବନେଶ୍ୱର, ତା ୧୭ା୧/୨୦୧୮ (ଜିତେନ୍ଦ୍ର ସାହୁ): ଭୁବନେଶ୍ୱରରେ ବିଶାଳ ସମାବେଶ କେନ୍ଦ୍ର ସରକାରଙ୍କ ସ୍କିମ୍ ବିରୋଧି ପଦକ୍ଷେପ ବିରୁଦ୍ଧରେ ଏ.ଆଇ.ଟି.ୟୁ.ସି. ସମେତ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସଂଗଠନ ଆହ୍ୱାନରେ ଦେଶବ୍ୟାପୀ ଧର୍ମଘଟ ଅବସରରେ ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକା, ପାଚିକା ସହାୟିକା ୟୁନିଅନ୍ ଗୁଡ଼ିକୁ ନେଇ ଗଠିତ ସ୍କିମ୍ ୱାର୍କର୍ସ ସମନ୍ୱୟ କମିଟି ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ଅବସରରେ ଆଜି ସମଗ୍ର ଓଡ଼ିଶାରେ ଆଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକା ଏବଂ ମଧ୍ୟାହ୍ନଭୋଜନ ପାଚିକା ସହାୟିକାମାନେ ଧର୍ମଘଟ କରି କାମ ବନ୍ଦ କରିବା ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ନିଜ ନିଜ ବ୍ୟାନର ଓ ପତାକା ଧରି ଭୁବନେଶ୍ୱର ସଚିବାଳୟ ସମ୍ମୁଖରେ ବିଶାଳ ସମାବେଶରେ ଯୋଗଦେଇଥିଲେ । ଏ.ଆଇ.ଟି.ୟୁ.ସି. ରାଜ୍ୟ ସଭାପତି ଅଶୋକ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଶାଳ ସମାବେଶରେ ପଶ୍ଚିମ ଓଡ଼ିଶା ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ନେତା ପ୍ରଶାନ୍ତ ପାଢ଼ୀ, ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀସଂଘର ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ, ନିଖିଳ ଓଡ଼ିଶା ଆଶାକର୍ମୀ ସଂଘର ରାଜ୍ୟ ସମ୍ପାଦିକା ନମିତା ସାହୁ, ପଶ୍ଚିମଓଡ଼ିଶା ଆଶାକର୍ମୀ ସଂଘର ନେତ୍ରୀ ମୁକ୍ତା ପ୍ରଧାନ, ମଧ୍ୟାହ୍ନଭୋଜନ ପାଚିକା ସହାୟିକା ସଂଘର ନେତ୍ରୀ ରେଣୁବାଳା ଦୋରା ପ୍ରମୁଖ ପ୍ରାରମ୍ଭିକ ସୂଚନା ଦେବାପରେ ସିପିଆଇର ରାଜ୍ୟ ସମ୍ପାଦକ ଦିବାକର ନାୟକ, ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଏ.ଆଇ.ଟି.ୟୁ.ସି. ରାଜ୍ୟ ଉପସାଧାରଣ ସମ୍ପାଦକ ତଥା ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିଜୟ ଜେନା, ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଦୂତିକୃଷ୍ଣ ପଣ୍ଡା ପ୍ରମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ବିଜେପି ନେତୃତ୍ୱରେ ଏନ୍ଡିଏ ସରକାର କ୍ଷମତାକୁ ଆସିବା ପରେ କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ସ୍କିମ୍ଗୁଡ଼ିକ ଉପରେ ଲଗାତର ଆକ୍ରମଣ ହୋଇଛି । କ୍ରମାଗତ ଭାବେ ବଜେଟ୍ ହ୍ରାସ ଏହାର ସଦ୍ୟତମ ପ୍ରମାଣ । ସ୍କିମ୍ ଯଥା- ସମନ୍ୱିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ମିନିକର୍ମୀ ଓ ସହାୟିକା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର କାର୍ଯ୍ୟରତ ଆଶାକର୍ମୀ ଓ ଅନ୍ୟାନ୍ୟ କର୍ମଚାରୀ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ସମେତ ଅନ୍ୟାନ୍ୟ ସ୍କିମ୍ରେ କାର୍ଯ୍ୟରତ କର୍ମଚାରୀ ଓ ଶ୍ରମିକଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ଉପରୋକ୍ତ ଯୋଜନାରେ ନିଯୁକ୍ତିପ୍ରାପ୍ତ କର୍ମୀମାନେ ସର୍ବନିମ୍ନ ସୁବିଧାରୁ ବଞ୍ôଚତ ।ଆଶାକର୍ମୀ, ଅଙ୍ଗନୱାଡି ଓ ପାଚିକା ମାନଙ୍କୁ କର୍ମଚାରୀ ମାନ୍ୟତା ପ୍ରଦାନ ନିମନ୍ତେ ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି କରିଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାରଙ୍କ କାଳକ୍ଷେପଣ ନୀତି ବିରୁଦ୍ଧରେ ଏହି ଧର୍ମଘଟ ଅନୁଷ୍ଠିତ ହୋଇଛି । ସପ୍ତମ ବେତନ କମିଶନ ଆଧାରରେ ମାସିକ ସର୍ବନିମ୍ନ ମଜୁରୀ ୧୮ ହଜାର ଟଙ୍କା, ଅବସର ଗ୍ରହଣ ପରେ ମାସିକ ସର୍ବନିିମ୍ନ ପେନ୍ସନ୍ ୩୦୦୦ ଟଙ୍କା ପ୍ରଦାନ ସହ ସମସ୍ତ କେନ୍ଦ୍ରୀୟ ସ୍କିମ୍କୁ ସାର୍ବଜନୀନ ଓ ସର୍ବକାଳୀନ ସ୍କିମ୍ରେ ପରିଣତ କରିବା ସହ ଏଥିରେ ନିଯୁକ୍ତ ଶ୍ରମିକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଦାବିରେ ଏହି ଧର୍ମଘଟ ହୋଇଅଛି । ଆଶାକର୍ମୀମାନଙ୍କ ପାଇଁ ମାସିକ ଭତ୍ତା ଧାର୍ଯ୍ୟ କରିବା ବାବଦରେ ମାନ୍ୟବର ବିଭାଗୀୟ ମନ୍ତ୍ରୀ ଗତ ଆନ୍ଦୋଳନ ସମୟରେ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବା, ହିତାଧିକାରୀମାନଙ୍କ ଜମାଖାତାକୁ ସିଧାସଳଖ ଅର୍ଥ ପ୍ରଦାନ ପ୍ରସ୍ତାବ ଏବଂ ଆଧାର ସଂଯୋଗ ବ୍ୟବସ୍ଥା ପ୍ରତ୍ୟାହାର, ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ କେନ୍ଦ୍ରରେ ଗରମ ରନ୍ଧ ଖାଦ୍ୟ ପ୍ରଦାନ ସୁନିଶ୍ଚିତ କରିବା ଏବଂ ବେସରକାରୀ ସଂସ୍ଥା ଜରିଆରେ କେନ୍ଦ୍ରୀୟ ରୋଷେଇ ପ୍ରଥା ଉଚ୍ଛେଦ, ଯୋଜନାର ବିଭିନ୍ନ ପ୍ରକାର ଶୈଳୀର ଘରୋଇକରଣ ପ୍ରକ୍ରିୟା ବନ୍ଦ କରିବା ଇତ୍ୟାଦି ଦାବିରେ ମହାମହୀମ ରାଜ୍ୟପାଳଙ୍କ ଜରିଆରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ଅନୁରୂପ ଭାବେ ଅଙ୍ଗନୱାଡ଼ି କର୍ମୀ, ମିନିକର୍ମୀ ଓ ସହାୟିକାଙ୍କ ସମସ୍ୟ ସମାଧାନ ପାଇଁ ମାନ୍ୟବର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଠାରେ ଆଶା କର୍ମୀଙ୍କ ସମସ୍ୟା ଉପରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକାଙ୍କ ସମସ୍ୟା ଉପରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।ଏହି ବିକ୍ଷୋଭକୁ ଏ.ଆଇ.ସି.ସି.ଟି.ୟୁର ମହେନ୍ଦ୍ର ପରିଡ଼ା, ହିନ୍ଦ୍ ମଜ୍ଦୁର ସଭାର ଯୋଗେନ୍ଦ୍ର ତ୍ରିପାଠୀ, ଆଇ.ଏନ୍.ଟି.ୟୁ.ସି.ର କିଶୋର ଜେନା, ଏନ୍.ଏଫ୍.ଆଇ.ଟୁ.ୟୁର ନେତା ଯୁଧିଷ୍ଠିର ମହାରଣା, ଏ.ଆଇ.ଟି.ୟୁ.ସି.ର ଜୟନ୍ତ ଦାସ, ସୁର ଜେନା, ଦେବାଶିଷ ଘୋଷ, ପ୍ରବୀଣ ଦାଶ, କମଳ କୁମାର ଷଣ୍ଢ, ରମଣୀ ରଂଜନ ରାଉତରାୟ, ସୁବାଷ ମହାପାତ୍ର ପ୍ରମୁଖ ସମର୍ଥନ ଜଣାଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ସଂଘର ନେତା ମମ୍ତାଜ ଖୁଣ୍ଟିଆ, ପ୍ରତିଭା ପାଲ, ବାଳକୃଷ୍ଣ ଭୋଇ, ପ୍ରମିଳା ସିଂ, ରୁକ୍ମିଣୀ ଜୁଆଡ଼ି, ମମତା ଶତପଥି, ପ୍ରଭାସିନୀ ପାଢ଼ି, ମାଥିଲ୍ଦା କୁଲୁ, ଅଞ୍ଜନା ପଣ୍ଡା, ମଳୟ ମଞ୍ଜରୀ ଜେନା, ନିର୍ଝରବାଳା ସାହୁ, ସୌଦାମିନି ଦାସ, ବିଷ୍ଣୁପ୍ରିୟା ଜେନା, କବିତା ସେଠୀ, ଲକ୍ଷ୍ମିପ୍ରିୟା ଦାସ, ସୁଷମା ପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରାଇଥିଲେ ।କେନ୍ଦ୍ର ଓ ରାଜ୍ୟ ସରକାର ସ୍କିମ୍ ଶ୍ରମିକମାନଙ୍କର ଏହି ନ୍ୟାଯ୍ୟଦାବି ପୂରଣ ନ କଲେ ଆଗାମୀ ଦିନରେ ଦେଶବ୍ୟାପୀ ଚରମ ଆନ୍ଦୋଳନ ପାଇଁ ସ୍କିମ୍ ୱାର୍କର୍ସ ୟୁନିୟନ୍ ସମନ୍ୱୟ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

About surendrahota

Leave a Reply

%d bloggers like this:
Skip to toolbar