Breaking News
Home / Bhubaneswar / Road safety walkthon

Road safety walkthon

ନିଖିଳ ଓଡିଶା ଅଟୋ ମହାସଂଘର ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା ପଦଯାତ୍ରା 

ଭୁବନେଶ୍ୱର, ୧୧ ଜାନୁୟାରୀ ୨୦୧୮ (ଜିତେନ୍ଦ୍ର ସାହୁ): ନିଖିଳ ଓଡିଶା ଅଟୋ·ଳକ ମହାସଂଘ ପକ୍ଷରୁ ସଡକ ସୁରକ୍ଷା ଓ ଟ୍ରାଫିକ୍ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଅଟୋ·ଳକମାନେ ମାଷ୍ଟରକ୍ୟାଣ୍ଟିନ ଛକରୁ ପଦଯାତ୍ରାରେ ବାହାରି ଜୟଦେବ ଭବନରେ ପହଞ୍ଚିଥିଲେ । ସେଠାରେ ଅନୁଷ୍ଠିତ କର୍ମଶାଳାରେ ଅତିଥିଭାବେ ପରିବହନ ବିଭାଗ ଯୁଗ୍ମ କମିସନର ସି.ଆର ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା, ଏମ୍.ଭି.ଆଇ. ବିରଞ୍ôଚ ନାରାୟଣ, ଅଧୀକାରୀ ଶାଗୁଆ ମାଝି, ଡିସିପି ଟ୍ରାଫିକ୍ କୃଷ୍ଣଚନ୍ଦ୍ର ସାମଲ, ଏସିପି ଟ୍ରାଫିକ୍ ଯତୀନ୍ ପଣ୍ଡା, ଅଟୋ ଟ୍ୟାକ୍ସି ମହାସଂଘର ସଭାପତି ସୁବାସ ସିଂହ, ଉପଦେଷ୍ଟା ସଂଗ୍ରାମୀ କେଶରୀ ପାଇକରାୟ, ସୁର ଜେନା, ମେୟର ଅନନ୍ତ ନାରାୟଣ ଜେନା, ନବକିଶୋର ମହାନ୍ତି, ମିହିର କୁମାର ରାଉତ, ନିହାର ରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସଂଘର ସାଧାରଣ ସଂପାଦକ ପଦ୍ମନ କୁମାର ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ·ଳକମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମହାସଂଘର ଉପସଭାପତି ଦୁର୍ଗାଚରଣ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar