Breaking News
Home / Angul / Including VC of Anugul MC several Congress leader joined BJD

Including VC of Anugul MC several Congress leader joined BJD

ଅନୁଗୁଳ ପୌର ଉପାଧ୍ୟକ୍ଷାଙ୍କ ସହ କଂଗ୍ରେସ କର୍ମୀଙ୍କ ବିଜେଡିରେ ଯୋଗଦାନ

ଭୁବନେଶ୍ୱର,୧୧/୧/୨୦୧୮:(ପ୍ରଶାନ୍ତ କୁମାର ଭୁୟାଁ) ମାନ୍ୟବର ମୁଖ୍ୟମବୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅନୁଗୁଳ ମ୍ୟୁନିସିପାଲଟି ଉପାଧ୍ୟକ୍ଷା ରାମପତି ମାଣ୍ଡୋଥିଆଙ୍କ ସହ ପୂର୍ବତନ କାଉନ ୍‍ସିଲର ରଞ୍ଜିତ ମାଣ୍ଡୋଥିଆ, ଭୀମସେନ ମାଣ୍ଡୋଥିଆ, ସଂଖ୍ୟାଲଘୁ ସଂପ୍ରଦାୟ ନେତା ସୟଦ ଅନୱର ଅଲ୍ଲୀ, ଶେଖ ଅବଦୁଲ ସ୧ଦ, ଅବଦୁଲ ମୋହିଦ ୍‍, ସୟଦ ସୌକତ ୍‍ ଅଲ୍ଲୀ, ବାବାଜୀ ବେଜ, ଶରତ ଦଳାଇ, ସନ୍ତୋଷ ବେଜ, ସୂର୍ଯ୍ୟକାନ୍ତ ଦଳାଇ, ସୁଶାନ୍ତ ପରିଡ଼ା, ଦୁଃଖି ବଲିୟାର ଅନୁଗୁଳ ବିଧାୟକ ତଥା ଜିଲ୍ଲା ସଭାପତି ରଜନୀକାନ୍ତ ସିଂହଙ୍କ ନେତୃତ୍ୱରେ ଆଜି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମବୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦଳରେ ସାମିଲ ହୋଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ବିଜେଡି ସରକାର ଗରିବ ଓ ସାଧାରଣ ଜନତାଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରୁଛି । ଆଜିର ଏହି ଯୋଗଦାନ ଫଳରେ ଅନୁଗୁଳ ପୌରାଞ୍ଚଳରେ ଦଳ ଆହୁରି ଶକ୍ତିଶାଳୀ ହେବ ଓ ଦଳକୁ ସୁଦୃଢ଼ କରିବା ଦିଗରେ ବିଜୁ ଜନତା ଦଳରେ ନୂତନ କର୍ମୀଙ୍କ ଯୋଗଦାନ ସହାୟକ ହେବ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଥିଲେ । ନବୀନ ନିବାସରେ ଅନୁଷ୍ଠିତ ଏହି ମିଶ୍ରଣ ସମୟରେ ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ସୁଜିତ ପ୍ରସାଦ ଦ୍ୱିବେଦୀ, ଯୁବ ବିଜେଡି ଜିଲ୍ଲା ସଂପାଦକ ସରୋଜ କୁମାର ନାଏକ, ଅନୁଗୁଳ ନିର୍ବାଚନ ମଣ୍ଡଳୀସ୍ତରୀୟ ସଭାପତି ଅଜିତ ପ୍ରସାଦ ଦ୍ୱିବେଦୀ, ନଗର ସଭାପତି ବିଶ୍ୱରଞ୍ଜନ ସାହୁ, ପୂର୍ବତନ ଜିଲ୍ଲା ଯୁବ ସଭାପତି ତପନ କୁମାର ତ୍ରିପାଠୀ, ପଙ୍କଜ ଖଟୁଆ, କାଉନ ୍‍ସିଲର ସତ୍ୟାନନ୍ଦ ଦଳବେହେରା, ଉଲ୍ଲାସ ସାହୁ, ଗୀତାଞ୍ଜଳି ସ୍ୱାଇଁ, ଭାବଗ୍ରାହୀ ଦେହୁରୀ, ସୁନୀଲ କୁମାର ସାହୁ, ପ୍ରିୟଦର୍ଶୀନି ମବୀ, ତାପସ ରଞ୍ଜନ ନାୟକ, ପୂର୍ବତନ କାଉନ ୍‍ସିଲର ସଦାନନ୍ଦ ପଣ୍ଡା, ବିଜେଡି ନେତା ମନୋଜ କୁମାର ସାହୁ, ହେମ ଜେନା, ବୃନ୍ଦାବନ ସ୍ୱାଇଁ, ନାରାୟଣ କୁମାର ସାହୁ, ପ୍ରଦୀ ପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar