Breaking News
Home / Bhubaneswar / Demonstration of Congress in the state capital

Demonstration of Congress in the state capital

 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ-ଯୁବକ ମାରଣ ନୀତି ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର ତା ୧୧.ଜାନୁୟାରୀ ୨୦୧୮ (ମୀନକେତନ ଜେନା)- କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ଚାଷୀ-ଯୁବକ ମାରଣ ନୀତିକୁ ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି ଏକ ବିଶାଳ ବିକ୍ଷୋଭ ର୍ୟାଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ଲୋକନାଥ ମହାରଥିଙ୍କ ନେତୃତ୍ୱରେ କଂଗ୍ରେସ ଭବନ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇ ଉଭୟ ନବୀନ – ମୋଦି ସରକାର ଚାଷୀ ଓ ଯୁବକ ବିରୋଧି: ଯୁବ କଂଗ୍ରେସ ସେଠାରେ ରାସ୍ତାରୋକ କରାଯାଇଥିଲା । ନିର୍ବାଚନ ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶାସନକୁ ଆସିଲାପରେ ସ୍ୱାମୀନାଥନ କମିଟି ସୁପାରିଶକୁ ଲାଗୁକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ଶତକଡ଼ା ୫୦ଭାଗ ଲାଭାଶଂରେ ନିର୍ଦ୍ଧାରଣ କରିବାକୁ ପ୍ରତିଶୃତି ଦେଇ ସମଗ୍ର ଦେଶରୁ ·ଷୀକୂଳକୁ ଭୂଆଁ ବୁଲାଇବାରେ ଲାଗିଛନ୍ତି । କିନ୍ତୁ ଶାସନ ଗାଦିରେ ଆସିଲାପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୫୫୦ଟଙ୍କାରୁ ନ ବଢ଼ାଇବା ନିଶ୍ଚିତ ଭାବେ ·ଷୀପ୍ରତି ମୋଦି ସରକାରର ଅସଲ ଦରଦ ସ୍ପଷ୍ଟ ବାରିହୋଇ ପଡ଼ୁଛି । ସେହିପରି ରାଜ୍ୟ ସରକାର ମଧ୍ୟ ଚାଷୀକୁ ଧୋକାଦେବାରେ ପଛରେ ପଡ଼ିନାହାନ୍ତି । ଦୁଇବର୍ଷ ତଳେ ମୁଖ୍ୟମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୨୦୦ଟଙ୍କା ବୋନସ୍ ଦେବାର ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହାକେବଳ ସରକାରୀ ଘୋଷଣାରେ ସୀମିତ ରହିଛି । ପୁନଶ୍ଚ ଏ ସଂକ୍ରାନ୍ତରେ ବିଧାନସଭାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଲୋଚନା କରିବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର ଉତ୍ତର ମିଳିପାରି ନାହିଁ । କିନ୍ତୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଦାୟୀତ୍ୱହୀନ ବୟାନ କି ବର୍ତ୍ତମାନ କ୍ୟୁଣ୍ଟାଲ ପିଛା ସହାୟକ ମୂଲ୍ୟ ଉପରେ ଜଣେ ଚାଷୀ ୪୩୩ ଟଙ୍କା ଲାଭ ପାଉଛି ଏହାକୁ ଶ୍ରୀ ମହାରଥି ଦୃଢ଼ ନିନ୍ଦା କରିଛନ୍ତି । ବିଜେଡ଼ି ସରକାର ୧୭ବର୍ଷ ଶାସନରେ ·ଷୀ ଆତ୍ମହତ୍ୟା ୬ହଜାରକୁ ଟପିଲାଣି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ କଳିରେ ନିରୀହ ·ଷୀ ବଳିପଡ଼ୁଥିବା ନେଇ ଶ୍ରୀ ମହାରଥି ଅଭିଯୋଗ କରିଛନ୍ତି । ତେଣୁ ସରକାର କାଳବିଳମ୍ବ ନ କରି ପ୍ରଥମେ ·ଷୀ ଆତ୍ମହତ୍ୟା ଫସଲହାନୀ ଓ ଋଣଭାର ଜନିତ ବୋଲି ସ୍ୱୀକାର କରନ୍ତୁ ଏବଂ ପ୍ରତି ମୃତକ ·ଷୀ ପରିବାରକୁ ୨୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ସମସ୍ତ କୃଷି ଋଣ ଛାଡ଼, ତୁରନ୍ତ କୃଷକ କମିଶନ ରିପୋର୍ଟ କାର୍ଯ୍ୟକାରି କରିବା ତଥା ଧାନର ସର୍ବନିମ୍ନ ସହାୟକ କ୍ୟୁଣ୍ଟାଲ ପିଛା ତିନି ହଜାର ଟଙ୍କାକୁ ବୃଦ୍ଧି ଓ ·ଷପାଇଁ ମାଗଣା ବିଜୁଳି ଯୋଗାଣ ଆଦି ବ୍ୟବସ୍ଥା କରିବା ପାଇଁ ଶ୍ରୀ ମହାରଥି ଦାବି କରିଛନ୍ତି । ମୋଦିଙ୍କର ବର୍ଷକୁ ୧ କୋଟି ଓ ନବୀନଙ୍କର ବର୍ଷକୁ ୧ ଲକ୍ଷ ନିଯୁକ୍ତି ସ୍ୱପ୍ନ କେବଳ ନିର୍ବାଚନୀ ଧୂଆଁବାଣ ଥିଲା । ନବୀନ ସରକାର ବର୍ଷକୁ ୧ ଲକ୍ଷ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ୧୭ ବର୍ଷରେ ୪୦ ହଜାରଙ୍କୁ ନିଯୁକ୍ତି ଦେଇଛନ୍ତି । ୪୦ ଲକ୍ଷ ବେକାର ଯୁବକ ନିଯୁକ୍ତି ପାଇଁ ରାସ୍ତାରେ ଚିକ୍ରାର କରୁଛନ୍ତି । ଓଡ଼ିଶାର ଯୁବ ସମାଜକୁ ମୋଦି ଓ ନବୀନ ବିଭ୍ରାନ୍ତ କରିଛନ୍ତି । ମିଛ କଥା କହି ଭୋଟ ନେବାପରେ ଯୁବସମାଜର ସ୍ୱାର୍ଥକୁ ଭୁଲି ଯାଇଛନ୍ତି । ଯୁବ କଂଗ୍ରେସ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମୋଦି ଓ ନବୀନ ସରକାରଙ୍କ ଯୁବ ବିରୋଧି ନୀତି ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବ । ପ୍ରତାରିତ ଯୁବ ସମାଜକୁ ଏକତ୍ରିତ କରାଯାଇ ରାଜ ରାସ୍ତ୍ରାରେ ସରକାର ବିରୁଦ୍ଧରେ ଲଢ଼େଇ ହେବ । କୋଟି ବାହାପିଆ ମୋଦି ଓ ଲକ୍ଷେ ବାହାପିଆ ନବୀନଙ୍କୁ ଓଡ଼ିଶାର ଯୁବ ସମାଜ ଚିହ୍ନିରଖନ୍ତୁ । ବେକାରୀ ସମସ୍ୟା ବିରୁଦ୍ଧରେ ଯୁବ କଂଗ୍ରେସର ଆନ୍ଦୋଳନକୁ ତୀବ୍ରତର କରାଯିବ । ଯୁବକମାନଙ୍କୁ ଭୂଆଁ ବୁଲାଇଥିବା ବିଜେଡ଼ି ଓ ବିଜେପି ସରକାରର ପତନ ପାଇଁ ଯୁବ ସମାଜ ଅ ।ଭିଡ଼ିବାକୁ ଅତିଥି ଭାବେ ର୍ୟାଲିରେ ଯୋଗଦେଇ ଅଖିଳ ଭାରତ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରକାଶ କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମନୋରଞ୍ଜନ ଦାଶ, ରାଜ୍ୟ ଯୁବକଂଗ୍ରେସ ସାଧାରଣ ସଂପାଦକ ଡ. ସ୍ମୃତି ରଞ୍ଜନ ଲେଙ୍କା, ବରୁଣ ଦେହୁରୀ, ସେକ୍ ଅମିର ଅହମ୍ମଦ, ରଞ୍ଜିତ ପାତ୍ର, ସ୍ୱାଗତ କର, ଅଜୟ ସାହୁ, ଦେବାଶିଷ ମହାପାତ୍ର, ଆଲୋକ ଲେଙ୍କା, ସେକ ୟାସିର ନୱାଜ, ସୁନିତା ବାଗ, ଅର୍ଜିତ ଘୋସାଲ, ଆର୍ଯ୍ୟବୀର ଲେଙ୍କା, ରୁପେଶ ବେହେରା, ବିରେନ୍ଦ୍ର ବାଗ, ସଂକୁନା କହଁର, ଜ୍ୟୋତିପ୍ରକାଶ ଆ·ର୍ଯ୍ୟ, ମାନସ କର, ଅଙ୍କିତ ସିଂଘାଇ, ପବନ ଶର୍ମା, ବିର ô ବାରିକ, ବିଶ୍ୱପ୍ରକାଶ ସାମଲ, ସ୍ୱରୂପ ଦାସ,ପ୍ରକାଶ ନାୟକ, ସୁମିତ୍ରା ରାଉତ, ଶିବଦ ମହାନ୍ତି, ସାଗର ପଟ୍ଟନାୟକ, ଆଶୁତୋଷ ସ୍ୱାଇଁ, ପ୍ରଦୀପ କୁମାର ସାହୁ, ଜ୍ଞାନ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar