Breaking News
Home / Bhubaneswar / Candle light tribute to Sahid Pradip Panda

Candle light tribute to Sahid Pradip Panda

ଶହୀଦ ପ୍ରଦୀପ ପଣ୍ଡାଙ୍କ ପାଇଁ ସାମୂହିକ ଦୀପଦାନ 

ଭୁବନେଶ୍ୱର,୧୧/୧/୨୦୧୮:(ଜିତେନ୍ଦ୍ର ସାହୁ) ଦେଶର ସୀମା ସୁରକ୍ଷାରେ ନିଜକୁ ନିୟୋଜିତ କରି ଓଡ଼ିଶା ମାଟିର ରାଜଗାଙ୍ଗପୁର ନିବାସୀ ଶହୀଦ ପ୍ରଦୀପ ପଣ୍ଡା ଯେଉଁ ଦେଶଭକ୍ତି ଓ ଜାତୀୟତାର ପରିଚୟ ଦେଇଛନ୍ତି ତାହାକୁ ଏ ଦେଶ କେବେବି ଭୁଲିପାରିବ ନାହିଁ । ଏହି ସାଥୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ତାଙ୍କର ଏକାଦଶାହ ଉପଲକ୍ଷେ ଆଜି ରାମ ମନ୍ଦିରଠାରେ ଜାତୀୟ ଯୁବ ପ୍ରକଳ୍ପ, ଗାନ୍ଧିବି·ର ଅଭିଯାନ, ସଲାମ ଜୀବନ, ବିନୋବା ସେବା ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂଗଠନମାନଙ୍କ ସହଯୋଗରେ ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଜାତୀୟ ଯୁବ ପ୍ରକଳ୍ପର ଇଂ ସୁନିଲ୍ କୁମାର ନାୟକଙ୍କ ପରି·ଳନାରେ ଏହି କାର୍ଯ୍ୟ ସଂଯୋଜନା କରାଯାଇଥିଲା । ଏଥିରେ ଜାତୀୟ ଯୁବ ପ୍ରକଳ୍ପର ମଧୁସୂଦନ ଦାସ, ବିନୋବା ସେବା ପ୍ରତିଷ୍ଠାନର ମନୋଜ ଜେନା, ସଲାମ ଜୀବନ ତରଫରୁ ମହମ୍ମଦ ଇମ୍ରାନ ଅଲ୍ଲୀ ଓ ପୂର୍ବତନ ପ୍ରଶାସକ ସୁରେଶ ମନ୍ତ୍ରୀ, ଭାଗ୍ୟଧର ସାମଲ, ଅଭିଜିତ୍ ଦୀକ୍ଷିତ ଉପସ୍ଥିତ ରହି ଅନେକ ଯୁବକ ଯୁବତୀସାଥୀମାନଙ୍କ ଗହଣରେ ଦୀପଦାନ କରିଥିଲେ । ଜିତେନ୍ଦ୍ର କୁମାର, ଐଶ୍ୱର୍ଯ୍ୟା, ଆଦର୍ଶ କୁମାର, ମାନସ କୁମାର, ସୋମନାଥ, ଜ୍ୟୋତ୍ସ୍ନ।। ପ୍ରିୟଦର୍ଶିନୀ ଓ ଦେବଜାନୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନାରେ ସହଯୋଗ କରିଥିଲେ । ଶେଷରେ ଶୁଶ୍ରୀ ଅର୍ପିତା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସବୁ ଯୁବସାଥୀମାନେ କ୍ୟାଣ୍ଡେଲ ଶାନ୍ତି ଶୋଭାଯାତ୍ରାରେ ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ରେ ଥିବା ଗାନ୍ଧୀଙ୍କ ପ୍ରତିମୂ ିର୍ ପାଖରେ ରାମଧୂନ୍ କରି କାର୍ଯ୍ୟ ସମ୍ପାଦନ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar