Breaking News
Home / Agriculture / BJP Yubamorcha inspected paddy procurement process in verious market yards

BJP Yubamorcha inspected paddy procurement process in verious market yards

ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କଲା ବିଜେପି କୃଷକମୋର୍ଚ୍ଚା

ଭୁବନେଶ୍ୱର,୧୧ଜାନୁୟାରୀ ୨୦୧୮ (ମୀନକେତନ ଜେନା) ଆଜିଠୁ ଆରମ୍ଭ ହେଲା କୃଷକ ମୋର୍ଚ୍ଚାର ଧାନମଣ୍ଡି ଚାଲ ଅଭିଯାନ ରାଜ୍ୟ ସରକାର ଚାଷୀଙ୍କ ପ୍ରତି କୈାଣସି ଦରଦ କିମ୍ବା ଆନ୍ତରିକତା ନାହିଁ । କେବଳ ମିଛ ପ୍ରତିଶୃତି ଦେଇ ସମଗ୍ର ଚାଷୀକୁଳକୁ ବିଭ୍ରାନ୍ତ କରିବାରେ ଶାସକ ବିଜେଡି ସିଦ୍ଧହସ୍ତ । ପ୍ରାଥମିକ ସ୍ତରରେ ଚାଷୀକୁଳକୁ ଚାଷ ପାଇଁ ମୈାଳିକ ସୁବିଧା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାର ବର୍ତମାନ ଫସଲ ଅମଳ ପରେ ମଧ୍ୟ ଚାଷୀକୁ ସେମାନଙ୍କ ଉତ୍ପାଦିତ ଚାଷର ଉଚିତ୍ ମୂଲ୍ୟ ପ୍ରଦାନ, ଉତ୍ପାଦିତ ଅମଳ ବିକ୍ରି ପାଇଁ ଚାଷୀକୁ ଆବଶ୍ୟକୀୟ ଭିତିଭୁମି ଯୋଗାଇବା, ସଠିକ ସମୟରେ ଧାନମଣ୍ଡି ଖୋଲାନଯିବା, ଧାନମଣ୍ଡିମାନଙ୍କରେ ସରକାରୀ ଅଧିକାରୀଙ୍କ ଅନୁପସ୍ଥିତି, ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ମିଲରମାନଙ୍କ ଦୈାରାତ୍ମ ଏବଂ ସର୍ବଶେଷରେ ନିରୀହ ଚାଷୀମାନେ ଧାନ ମଣ୍ଡିରେ ନାନାଦି ହଇରାଣ ହରକତ୍ ହେଉଥିବା ଆଦି ବିଭିନ୍ନ ସମସ୍ୟାକୁ ଆଜି ବିଜେପି କୃଷକ ମୋର୍ଚ୍ଚାର ପ୍ରତିନିଧିମାନେ ରାଜ୍ୟର ବିଭିନ୍ନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଛନ୍ତି । କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଧାନମଣ୍ଡିକୁ ଯାଇ ଉପୋରକ୍ତ ବାସ୍ତବ ସମସ୍ୟାକୁ ଉପଲବ୍ଧ କରିଛନ୍ତି । ଏପରିକି ଧାନମଣ୍ଡିମାନଙ୍କରେ ଚାଷୀଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ଧାନ ସଂଗ୍ରହ ପାଇଁ ବସ୍ତା, ଖୋଲା ଆକାଶ ତଳେ ଧାନ ସଂରକ୍ଷଣ ହୋଇ ରହିବା, ଧାନ ମିଲରମାନଙ୍କ ଦୈାରାତ୍ମ ଆଦି ବହୁ ସମସ୍ୟା ଉପଲବ୍ଧ କରିଛନ୍ତି । ଏପରିକି ଏ ସମସ୍ତ ସମସ୍ୟା ସଂପର୍କରେ ଆଲୋଚନା କରିବା କୈାଣସି ସରକାରୀ ପଦାଧିକାରୀ ମଧ୍ୟ ଉପସ୍ଥିତ ନଥିଲେ । ସେହିପରି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଝିଂଟି ଶାସନ ଧାନମଣ୍ଡିକୁ ଯାଇ ବାସ୍ତବ ସ୍ଥିତି ନିରୀକ୍ଷଣ କରିଥିଲେ । ବିଭିନ୍ନ ସମସ୍ୟା ସଂପର୍କରେ ଉପସ୍ଥିତ ସରକାରୀ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ରାଜ୍ୟ ଯୋଗାଣ ବିଭାଗର ପୂର୍ବତନ ଅଧ୍ୟକ୍ଷ ସୁଦୀପ୍ତ ରାୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଖୋର୍ଦ୍ଧା ଜିଲ୍ଲା ସଭାପତି ସୁବାଷ ଜେନାଙ୍କ ସମେତ ଦିଲୀପ ସ୍ୱାଇଁ, ଲିଙ୍ଗରାଜ ବାରିକ, ସରୋଜ ସାହୁ, ଅନନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ କେନ୍ଦୁଝରରେ, କୃଷକ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଶ୍ରୀ ହୃଷିକେଶ ଜେନା କଟକ ଜିଲ୍ଲା କିଶୋରନଗର ଧାନମଣ୍ଡି ବୁଲିି ବାସ୍ତବ ସ୍ଥିତିକୁ ନିରୀକ୍ଷଣ କରିଥିଲେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ ।

About surendrahota

Leave a Reply

%d bloggers like this:
Skip to toolbar