Breaking News
Home / Bhubaneswar / Merger of OJM in Samata Kranti Dal

Merger of OJM in Samata Kranti Dal

ସମତା କ୍ରାନ୍ତି ଦଳ ସାମ୍ବାଦିକ ସମ୍ମିଳନୀକୁ ଶ୍ରୀ ତ୍ରିପାଠୀଙ୍କ ନବନିଯୁକ୍ତ ମୁଖ୍ୟ ସଂଯୋଜକ ଶ୍ରୀ ଯଜେ୍ଞଶ୍ୱର ବାବୁ ସମ୍ବୋଧନ କରିଥିଲେ ।

ଭୁବନେଶ୍ୱର, ୧୦ ଜାନୁୟାରୀ ୨୦୧୮ (ଜିତେନ୍ଦ୍ର ସାହୁ) ସମତା କ୍ରାନ୍ତି ଦଳ ଦ୍ୱାରା ଆହୂତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବ୍ରଜ କିଶୋର ତ୍ରିପାଠୀ କହିଥିଲେ ଯେ, ସମତା କ୍ରାନ୍ତି ଦଳ ଅନୁଭବ କରେ ଯେ, କେନ୍ଦ୍ରରେ ବି.ଜେ.ପି. ନେତୃତ୍ୱରେ ଏନ୍.ଡ଼ି.ଏ. ଶାସନ ଓ ରାଜ୍ୟର ଦୀର୍ଘ ୧୮ବର୍ଷର ବି.ଜେ.ଡ଼ି. ସରକାର ଜନସାଧାରଣଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ବିଫଳ ହୋଇଛନ୍ତି । ବିବୁଦ୍ରୀକରଣ, ଜି.ଏସ୍.ଟି.କୁ ଉଭୟ ସରକାର ସମର୍ଥନ କରିଛନ୍ତି । ଫଳରେ ଦେଶ ତଥା ରାଜ୍ୟ ଚରମ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । କେନ୍ଦ୍ର ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ଆଳ ନେଉଥିବା ବେଳେ ରାଜ୍ୟ ସବୁ କଥାରେ କେନ୍ଦ୍ରକୁ ଦୋଷ ଦେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାରେ ବ୍ୟସ୍ତ । ରାଜ୍ୟରେ ଉକ୍ରଟ ବେକାରୀ ସମସ୍ୟା, ·ଷୀ ଆତ୍ମହତ୍ୟା, ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରୀରୁ ବଞ୍ôଚତ, ପୋଲାଭରମ ଓ ମହାନଦୀ ଜଳ ସମସ୍ୟାର ସମାଧାନରେ ମଧ୍ୟ ସରକାର ବିଫଳ ହୋଇଛି ।ରାଜ୍ୟର ଭବିଷ୍ୟତ ସମ୍ବଳ ଖଣିଜ ସମ୍ପଦ ଲୁଟ୍ ଓ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ଚିଟ୍ଫଣ୍ଡ ଦୁର୍ନୀତି ରାଜ୍ୟର ଜନସାଧାରଣଙ୍କୁ ଚକିତ କରିଛି । ରାଜ୍ୟରେ ଆଇନଶୃଙ୍ଖଳାର ଚରମ ବିପର୍ଯ୍ୟୟ, ନାରୀ ନିର୍ଯ୍ୟାତନା, ଦଳିତ ଓ ଆଦିବାସୀ, ସଂଖ୍ୟାଲଘୁ, ପଛୁଆବର୍ଗ ଓ ଦୁର୍ବଳ ଶ୍ରେଣୀମାନଙ୍କ ଉପରେ ଅବାରିତ ଅତ୍ୟା·ର ଦ୍ୱାରା ଅତିଷ୍ଠ ଜନସାଧାରଣ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇ ସାରିଲେଣି । ପୁଞ୍ଜିବାଦ ଅର୍ଥନୀତିରେ ବିଶ୍ୱାସ କରୁଥିବା ଅପାରଗ ଏନ୍.ଡ଼ି.ଏ. ସରକାର ଦୁର୍ନୀତି ଓ ଦଳ କନ୍ଦଳରେ ଫଶିଥିବା କଂଗ୍ରେସ ଦଳ ମଧ୍ୟ ଜନସାଧାରଣଙ୍କ ଆସ୍ଥା ଫେରି ପାଇବାରେ ବିଫଳ ହୋଇଛନ୍ତି । ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଥିଲେ ଯେ, ସମତା କ୍ରାନ୍ତି ଦଳ ଅନୁଭବ କରେ ଯେ, ଚରମ ର୍ଦୁବଳତା ଭିତରେ ଗତି କରୁଥିବା ଓଡ଼ିଶା ଜନସାଧାଣଙ୍କ ପାଇଁ ପରବର୍ତ୍ତନ ଅବଶ୍ୟମ୍ଭାବି ହୋଇଛି ।ଏହି ପରିପ୍ରେକ୍ଷୀରେ ଓଡ଼ିଶା ଜନମୋର୍ଚ୍ଚା ତାର ଐତିହାସିକ, ସମୟ ଉପଯୋଗୀ, ସଠିକ୍ ନିଷ୍ପତ୍ତି ନେଇ ସମତା କ୍ରାନ୍ତି ଦଳରେ ନିଜକୁ ବିଲୀନ କରିଦେଇଛି । ଜନମୋର୍ଚ୍ଚାର ମିଶ୍ରଣ ସମତା କ୍ରାନ୍ତି ଦଳକୁ ଅଧିକ ଶକ୍ତିଶାଳୀ କରିବା ସହିତ ଓଡ଼ିଶା ରାଜନୀତିରେ ମଧ୍ୟ ପରିବର୍ତ୍ତନ ଆଣିବ । ଓଡ଼ିଶାର ଅନ୍ୟ ଛୋଟ ଛୋଟ ଦଳ ମିଳିତ ହୋଇପାରିଲେ ରାଜ୍ୟକୁ ସୁସ୍ଥ, ଦୁର୍ନୀତିମୁକ୍ତ କାର୍ଯ୍ୟକ୍ଷମ ଶାସନ ଦେବାରେ ସଫଳ ହୋଇପାରିବ । ଶ୍ରୀ ତ୍ରିପାଠୀ ଓଡ଼ିଶାର ପ୍ରଗତିଶୀଳ ଦଳ, ଗଣ ସଂଗଠନ ଓ ବ୍ୟକ୍ତିବିଶେଷଙ୍କୁ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ଶ୍ରୀ ତ୍ରିପାଠୀଙ୍କ ସମେତ ପୂର୍ବତନ ବିଧାୟକ ତଥା ଦଳର ନବନିଯୁକ୍ତ ମୁଖ୍ୟ ସଂଯୋଜକ ଶ୍ରୀ ଯଜେ୍ଞଶ୍ୱର ବାବୁ ସମ୍ବୋଧନ କରିଥିଲେ । ଉକ୍ତ ସମ୍ମିଳନୀରେ ସର୍ବଶ୍ରୀ ପ୍ରଶାନ୍ତ ମିଶ୍ର, ପୁରୀର ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ସାଧାରଣ ସମ୍ପାଦକ ମନୋଜ ଜେନା, ଗୟାଧର ମଲ୍ଲିକ, ସନ୍ତୋଷ ମହାପାତ୍ର, ବୀର କିଶୋର ପରିଡ଼ା, ଅମିୟ ପାଣ୍ଡବ, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଭାସ ସାମନ୍ତରାୟ, ନୟନ ଦାସ, ଶେଷଦେବ ପାତ୍ର, ସୁଧୀର ବ୍ରହ୍ମା, ପ୍ରଦୀପ ସାହୁ, ସୁନିଲ୍ ପଟ୍ଟନାୟକ, ମଦନ ନନ୍ଦ, ସନ୍ଦିପ ମହାନ୍ତି, ଦିଗନ୍ତ ଦେ ଓ କୈଳାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar