Breaking News
Home / Bhubaneswar / Drinking of Wine rises in Odisha

Drinking of Wine rises in Odisha

ସରକାରୀ ମଦ ଦୋକାନର ଗ୍ରାହକ ସଂଖ୍ୟାଧିକ ଯୁବକ ଓ ଛାତ୍ର : ମଦମୁକ୍ତି ଅଭିଯାନ ସର୍ଭେ

ଭୁବନେଶ୍ୱର, ୧୦ ଜାନୁୟାରୀ ୨୦୧୮ (ଜିତେନ୍ଦ୍ର ସାହୁ) ଓଡ଼ିଶାରେ ନିଶାଡ଼ିଙ୍କ ହାର ଜାତୀୟ ହାର ଠାରୁ ଅଧିକ ହୋଇଥିବା ବେଳେ ମଦ କିଣୁଥିବା ଲୋକଙ୍କ ଭିତରୁ ଅଧିକାଂଶ ଯୁବ ବର୍ଗର । ଏହାଠାରୁ ଆହୁରି ଉଦବେଗର କଥା ହେଉଛି ଯେତେ ସଂଖ୍ୟକ ଯୁବକ ମଦ କିଣୁଛନ୍ତି ସେମାନଙ୍କ ମଧ୍ୟରୁ ଅନ୍ୟୁନ ୬୨ ପ୍ରତିଶତ ଛାତ୍ର । ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଏହି ଉଦବେଗଜନକ ତଥ୍ୟ ମିଳିଛି । ଗତ ଡିସେ ମ୍ବର ୨୪ ତାରିଖରୁ ଚଳିତ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ସରକାରୀ ବିଦେଶୀ ମଦ ଦୋକାନର ଗ୍ରାହକମାନଙ୍କ ଉପରେ ଏକ ସର୍ଭେ କରାଯାଇଥିଲା । ଏଥିରୁ ଜଣାପଡ଼ିଛି ଯେ ମଦ କିଣୁଥିବା ଲୋକଙ୍କ ଭିତରୁ ଦୁଇ ପ୍ରତିଶତ ହେଉଛନ୍ତି ୧୬ ବର୍ଷରୁ କମନାବାଳକ ପିଲା । ୧୬ରୁ ୨୫ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ଏହି ହାର ୩୯ ପ୍ରତିଶତ ଥିବା ବେଳେ ମଦ କିଣୁଥିବା ଲୋକଙ୍କ ଭିତରୁ ୪୨ ପ୍ରତିଶତଙ୍କ ବୟସ ୨୬ରୁ ୫୦ ବର୍ଷ । ଓଡ଼ିଶା ମଦମୁକ୍ତି ଅଭିଯାନର ଏହି ଅନୁଧ୍ୟାନରୁ ପୁଣି ଜଣାପଡ଼ିଛି ଯେ ଯେତେସଂଖ୍ୟକ ଯୁବକ ସରକାରୀ ମଦ ଦୋକାନରୁ ମଦ କିଣୁଛନ୍ତି ସେମାନଙ୍କ ମଧ୍ୟରୁ ୬୨ ପ୍ରତିଶତ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ର । ଚାରିବର୍ଷ ତଳେ ଏହି ସଂସ୍ଥା କରିଥିବା ଅନୁଧ୍ୟାନ ବେଳେ ମଦ କିଣୁଥିବା ଛାତ୍ରଙ୍କ ହାର ୪୨ ପ୍ରତିଶତ ଥିବା ବେଳେ ଏବେ ସେଥିରେ ୨୦ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ସେତେେବେଳ ମଦ କିଣୁଥିବା ୧୬ରୁ ୨୫ ବର୍ଷ ଯୁବକଙ୍କ ହାର ୩୫% ଓ ୨୬ରୁ ୫୦ ବର୍ଷ ବୟସ୍କ ଲୋକଙ୍କ ହାର ୪୦ ପ୍ରତିଶତରେ ସୀମିତ ଥିଲା । ଏବେ ଏ କ୍ଷେତ୍ରରେ ଉଭୟ ବର୍ଗର ମଦ କିଣୁଥିବା ଲୋକଙ୍କ ହାର ବଢ଼ିଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱର ଭଳି ସହରରେ ମଦ ଦୋକାନ ସାମ୍ନାରେ ଭିଡ଼ ଲଗାଉଥିବା ଗ୍ରାହକଙ୍କ ମଧ୍ୟରେ ସଂଖ୍ୟାଧିକ ଯୁବକ ଥିବା ବେଳେ ସେମାନଙ୍କ ଭିତରୁ ଅଧାରୁ ଅଧିକ ଛାତ୍ର ଥିବା ଲକ୍ଷ୍ୟ କରାଯାଇଛି । ନିକଟରେ ପ୍ରକାଶ ପାଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୪ ରିପୋର୍ଟରେ ଓଡ଼ିଶାରେ ପୁରୁଷମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ମଦ ଓ ୫୬ ପ୍ରତିଶତ ତମାଖୁ ସେବନ କରୁଥିବା ଦର୍ଶାଯାଇଥିବା ବେଳେ ଜାତୀୟ ଜନଗଣନା ସଂସ୍ଥାର ବେସ ଲାଇନ ସର୍ଭେ ରିପୋର୍ଟରେ ଓଡ଼ିଶାରେ ମଦୁଆଙ୍କ ହାର ସର୍ବଭାରତୀୟ ହାର ଠାରୁ ଅଧିକ ବୋଲି ଉଲ୍ଲେଖ କରାଯାଇଛି । ରାଜ୍ୟ ସରକାରଙ୍କ ଘୋଷିତ ଯୁବ ନୀତିରେ ଓଡ଼ିଶାର ଯୁବ ସମାଜ ମଧ୍ୟରେ ନିଶା ପ୍ରସାର ଘେନି ଉଦ ୍‍ବେଗ ପ୍ରକାଶ କରାଯିବା ସହିତ ରାଜ୍ୟରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ଲାଗି ସରକାର ୨୦୧୩ ଏପ୍ରିଲ ମାସରେ ଘୋଷଣା କରିଥିଲେ । ବିଧାନସଭାରେ ଉପସ୍ଥାପିତ ସିଏଜି ରିପୋର୍ଟରେ ଓଡ଼ିଶାରେ ମଦ ପ୍ରସାର ଘେନି ଉଦ ୍‍ବେଗ ପ୍ରକାଶ କରାଯିବା ସହ ଦର୍ଶାଯାଇଛି ଯେ ୪ ବର୍ଷରେ ମଦ ବ୍ୟବହାରର ହାରାହାରି ବାର୍ଷିକ ଅଭିବୃଦ୍ଧି ହାର ଓଡ଼ିଶାରେ ବିଅରରେ ୬୨, ବିଦେଶୀ ମଦରେ ୪୮ ଓ ଦେଶୀ ମଦରେ ୩୨ ପ୍ରତିଶତ ରହିଛି । ଓଡ଼ିଶାରେ ନିଶା କାରବାର ବୃଦ୍ଧି ଘେନି ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ଓ ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ଗଭୀର ଉଦ ୍‍ବେଗ ପ୍ରକାଶ କରିବା ସହିତ ରାଜ୍ୟ ସରକାର ତୁରନ୍ତ ସମ୍ପୂର୍ଣ୍ଣ ନିଶା ନିବାରଣ ଲାଗୁ କରିବାକୁ ଦାବି କରିଛନ୍ତି । ରାଜ୍ୟର ସଚେତନ ନାଗରିକ ବିଶେଷ କରି ମହିଳା, ଯୁବକ ଓ ଛାତ୍ର ସମାଜ ଏହି ଭୟଙ୍କର ପରିସ୍ଥିତିରୁ ରାଜ୍ୟକୁ ମୁକ୍ତ କରିବା ପାଇଁ କାହାର ନେତୃତ୍ୱକୁ ଅପେକ୍ଷା ନ କରି ନିଜ ନିଜ ଅଞ୍ଚଳରେ ମଦମୁକ୍ତି ଅଭିଯାନ ଚଳାଇବାକୁ ନିବେଦନ କରିଛନ୍ତି । ନିଶାର ପ୍ରସାର ଯୋଗୁ ଓଡ଼ିଶାରେ ଦାରିଦ୍ର୍ୟ ଓ ଅନଗ୍ରସରତା ହଟୁନଥିବା ବେଳେ ନାରୀ ନିର୍ଯାତନା ସମେତ ବିଭିନ୍ନ କିସମର ଅପରାଧ, ଦୁର୍ଘଟଣା, ରୋଗବ୍ୟାଧି ଆଦି ବୃଦ୍ଧି ପାଉଛି । ସରକାର ନିଶାର ପ୍ରସାର କରି ଯେତେ ଅବକାରୀ ରାଜସ୍ୱ ପାଉଛନ୍ତି ବାସ୍ତବରେ କ୍ଷତିର ପରିମାଣ ତାହାର ଅନ୍ୟୁନ ଶହେ ଗୁଣ ବୋଲି ଓଡ଼ିଶା ମଦମୁକ୍ତି ଅଭିଯାନ ଦର୍ଶାଇଛି ।

About surendrahota

Leave a Reply

%d bloggers like this:
Skip to toolbar