Breaking News
Home / Bhubaneswar / Bargarh SP follows His Master Voice :BJP

Bargarh SP follows His Master Voice :BJP

ଶାସକ ବିଜେଡି ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବରଗଡ଼ ଏସ୍ପି : ବିଜେପି

ଭୁବନେଶ୍ୱର, ୧୦ ଜାନୁୟାରୀ ୨୦୧୮ (ମୀନକେତନ ଜେନା) ବିଜେପୁର ଗୁଳିକାଣ୍ଡ ଘଟଣା ପ୍ରସଙ୍ଗରେ ବରଗଡ଼ ଜିଲ୍ଲାର ପଡ଼ା ଗାଁରେ ବିଜେପି ଯୁବକର୍ମୀ ଶ୍ରୀ ମନୋରଞ୍ଜନ ମେହେରଙ୍କ ଘରେ ହୋଇଥିବା ଗୁଳିକାଣ୍ଡ ଓ ଜୀବନରେ ମାରି ଦେବାକୁ ଧମକ ପଛରେ ରାଜନୈତିକ ଉଦ୍ଦେଶ୍ୟ ନଥିବା ବରଗଡ଼ ଏସ୍ପିଙ୍କ ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ସମାଲୋଚନା କରିଛି ବିଜେପି । ଜିଲ୍ଲାର ଏସ୍ପି ବିଜେଡ଼ିର ପ୍ରବକ୍ତାଙ୍କ ବୟାନକୁ ଦୋହରାଉଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି । ତଥ୍ୟ ଓ ତଦନ୍ତ ଆଧାରରେ ନା ବିଜେଡ଼ି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ଷ୍କ୍ରିପ୍ଟକୁ ପଢିଛନ୍ତି ଏସ୍ପି ?ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ର ଦିଗକୁ ଆଦୌ ତଦନ୍ତ ନକରିବା ପାଇଁ ଏହି ବୟାନ ମାଧ୍ୟମରେ ପ୍ରୟାସ କରୁଛନ୍ତି.ଜିଲ୍ଲାରେ ପୂର୍ବରୁ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ଜଣେ ବିଜେଡ଼ି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବିଜେଡ଼ି ତରପରୁ ମରଣାତ୍ମକ ଆକ୍ରମଣ ହୋଇଥିଲା ବରଗଡ ଏସ୍ପି ବି.ଯୁଗଳ କିଶୋର ତଥ୍ୟ ଓ ତଦନ୍ତ ଆଧାରରେ କହିଛନ୍ତି ନା ବିଜେଡ଼ି ତରଫରୁ ତୃତୀୟ ମହଲାରୁ ଦିଆଯାଇଥିବା ଷ୍କ୍ରିପ୍ଟ କୁ ପଢିଛନ୍ତି ବୋଲି ପ୍ରଶ୍ନ ପଚାରିବା ସହ ଏଭଳି ବକ୍ତବ୍ୟ ଜନସାଧାରଣରେ ସନ୍ଦେହ ସୃଷ୍ଟି କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି । ଆତତାୟୀମାନେ ମନୋରଞ୍ଜନ ମେହେରଙ୍କ ଘରେ ଗୁଳିକାଣ୍ଡ କଲାବେଳେ ସେମାନେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଲୋକ ଓ ବିଜେଡ଼ି ବିରୋଧରେ କାମ କଲେ କାହାକୁ ବି ଏହି ଦଶା ଭୋଗିବାକୁ ପଡ଼ିବ ବୋଲି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ଗାଁ ଲୋକ କହୁଥିବାବେଳେ ଅନ୍ୟପଟେ ଏସପି ମହୋଦୟଙ୍କ ଏଭଳି ବକ୍ତବ୍ୟ ବିଜେପିର ଅଭିଯୋଗକୁ ଆହୁରି ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି । କେବଳ ଅପରାଧୀକୁ ଧରିଦେଲେ ହେବ ନାହିଁ ଏହି ଅପରାଧ ପଛରେ ଥିବା ଷଡଯନ୍ତ୍ରକୁ ତଦନ୍ତ କରି ବାହାର କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବା ହେଲା ପୋଲିସର ଦାୟିତ୍ୱ । ମାତ୍ର ଜିଲ୍ଲା ଏସ୍ପି ଷଡ଼ଯନ୍ତ୍ରର ଦିଗକୁ ଆଦୌ ତଦନ୍ତ ନକରିବା ପାଇଁ ଏହି ବୟାନ ମାଧ୍ୟମରେ ଅପପ୍ରୟାସ କରୁଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ଶ୍ରୀ ଶର୍ମା କହିଛନ୍ତି ଯେ, କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି? ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ କରିବା ବିଜେପିର ସାମ୍ବିଧାନିକ ଦାୟିତ୍ୱ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଆଇନ ସଙ୍ଗତ ଓ ଯୁକ୍ତିଯୁକ୍ତ । ସେମାନଙ୍କ ଦାବି ପୂରଣ ହେବା ପର୍ଯ୍ୟନ୍ତ ଦଳ , ଆଇନ ବିରୋଧୀ ଓ ସମ୍ବେଦନହୀନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ଦେଶର ଶ୍ରମ ଆଇନ ଅନୁସାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଦରମା ଆଇନ ସମ୍ମତ ଅଧିକ କାମ ପାଇଁ ଅଧିକ ଅର୍ଥ ଦେବାକୁ ଠିକା ନେଇଥିବା ସଂସ୍ଥା ପ୍ରଦାନ କରିବା ପାଇଁ ଦାବୀ ଠିକା କମ୍ପାନୀ ଉଚିତ ଅର୍ଥ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ କାମ କରୁଛନ୍ତି .ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ ଆଇନ ସଙ୍ଗତ ଓ ଯୁକ୍ତିଯୁକ୍ତ । ସେମାନଙ୍କ ଦାବି ପୂରଣ ହେବା ଏହି ଆନ୍ଦୋଳନକୁ ନୈତିକ ସମର୍ଥନ ଯୋଗାଇ ଦେବ ବିଜେପିଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର । ସରକାର ଆନ୍ଦୋଳନରତ କର୍ମଚାରୀଙ୍କ ସହ ଉପଯୁକ୍ତ ସ୍ତରରେ କଥାବାର୍ତା ନକରି ଏସମା ଲଗାଇ ଗିରଫଦାର କରିବା ସମ୍ପୂର୍ଣ୍ଣ ରୂପେ ଅଗଣତାନ୍ତ୍ରିକ ବୋଲି ରାଜ୍ୟ କାର୍ଯାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟମିଶନ ଯୋଜନାରେ ଓଡ଼ିଶା ସରକାର ଠିକା କମ୍ପାନୀକୁ ୧୦୮ ଆମ୍ବୁଲାନ୍ସ ଚଳାଇବାର ଦାୟିତ୍ୱ ଦେଇଛନ୍ତି । ଠିକା କମ୍ପାନୀକୁ ଦେଶର ଶ୍ରମ ଆଇନ ଅନୁସାରେ କର୍ମଚାରୀଙ୍କୁ ଦରମା, ଅଧିକ କାମ ପାଇଁ ଅଧିକ ଅର୍ଥ ଦେବା ଦେଶର ନିୟମ । ମାତ୍ର ରାଜ୍ୟସରକାର କର୍ମଚାରୀମାନଙ୍କର ନ୍ୟାର୍ଯ୍ୟ ହକ୍କୁ ଠିକା କମ୍ପାନୀ ଦେଉ ନଥିବା ବେଳେ ଏହାକୁ ସୁନିଶ୍ଚିତ କରିବା ପରିବର୍ତେ ରାଜ୍ୟ ସରକାର ଠିକା କମ୍ପାନୀର ସ୍ୱାର୍ଥରେ ୧୦୮ ଆମ୍ବୁଲାନ୍ସରେ ଦିନ ରାତି କାମ କରୁଥିବା ଗରିବ ଓଡ଼ିଆ ପିଲାମାନଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ନେବା ଦୁଃଖଦାୟକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କର୍ମଚାରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ବଦଳରେ ଠିକା କମ୍ପାନୀ ପ୍ରତି କାହିଁକି ଅହେତୁକ ଅନୁକମ୍ପା ଦେଖାଉଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଏହି ଆନ୍ଦୋଳନକୁ ବିଜେପି ତରଫରୁ ପ୍ରୋତ୍ସାହିତ କରାଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ବୟାନଙ୍କୁ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବରେ ଓଡ଼ିଆଙ୍କ ହକ୍ ପାଇଁ ଲଢେଇ କରିବା ବିଜେପିର ସାମ୍ବିଧାନିକ ଦାୟିତ୍ୱ । ଦୀର୍ଘ ଦିନ ଧରି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସକୁ ଯୋଜନାବନ୍ଧ ଭାବେ ନିଷ୍କୟ କରି ଶାସକ ବିଜେଡ଼ି ସାଧାରଣ ଓଡ଼ିଆଙ୍କୁ ସେମାନଙ୍କ ହକ୍ ରୁ ବଂଚିତ କରିଛନ୍ତି । ପୂର୍ବରୁ ବରଗଡ଼ ଜିଲ୍ଲାରେ ଖୋଦ୍ ଏସ୍ପିଙ୍କ ଉପସ୍ଥିତିରେ ସ୍ଥାନୀୟ ବିଜେଡ଼ି ବିଧାୟକଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଂଗୱାର, ସାଧ୍ୱି ନିରଞ୍ଜନା ତଥା ଜେଡ଼୍ ପ୍ଲସ କ୍ୟାଟେଗୋରୀ ସୁରକ୍ଷା ପ୍ରାପ୍ତ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଉପରେ ବିଜେଡ଼ି ତରପରୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଜିଲ୍ଲାର କଲେକ୍ଟର ଓ ଏସ୍ପିମାନେ ବିଜେଡ଼ିର ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar