Breaking News
Home / Bhubaneswar / State wide protest of BJP on Bijepur issue

State wide protest of BJP on Bijepur issue

ବିଜେପୁର ଗୁଳିକାଣ୍ଡ ପ୍ରତିବାଦରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟଠାରେ ପ୍ରତିବାଦ ସଭା

ଭୁୁବନେଶ୍ୱର,୯/୦୧/୨୦୧୭ (ମୀନକେତନ ଜେନା) : ବିଜେପୁରରେ ଉପନିର୍ବାଚନ ପୂର୍ବରୁ ହିଂସା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭାମାନ ଆୟୋଜିତ ହୋଇଛି । ଏହି ଘଟଣାକୁ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଅଭିଯୋଗ କରାଯାଇଛି ଯେ, ଶାସକ ବିଜେଡି ରକ୍ତମୁଖା ସାଜି ବିଜେପି କର୍ମୀଙ୍କ ଘରକୁ ଗୁଳିମାଡ କରିଛି ।ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।ପାରାଦୀପ ଠାରୁ ଆରମ୍ଭ କରି ବରଗଡ, ମନମୁଣ୍ଡ, ପିପିଲି ,ଭୁବନେଶ୍ୱର, କେନ୍ଦ୍ରାପଡା, ଗଂଜାମ, ରାୟଗଡା ଓ ଗତକାଲି ବିଜେପୁରରେ ନିର୍ବାଚନ ଘୋଷଣା ପୂର୍ବରୁ ଆତଙ୍କିତ ହୋଇ ଶାସକ ବିଜେଡି ତାଙ୍କର ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁଳି ଦ୍ୱାରା ବିଜେପି ନେତାଙ୍କ ଘରକୁ ଆକ୍ରମଣ କରିବା ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି ।ଗତ ସାଢେ ୩ ବର୍ଷ ଭିତରେ ୧୪ ଜଣ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି ଏବଂ ବିଜେଡିର ଇଙ୍ଗିତରେ ପୋଲିସ ସରକାରୀ ଗୁଣ୍ଡା ସାଜି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଜେଡି ସାରା ରାଜ୍ୟରେ ଆତଙ୍କରାଜ କରୁଛି ବୋଲି ବିଜେପି ଅଭିଯୋଗ ଆଣିଛି ।ପୋଲିସର ଅସହାୟତାରୁ ଜଣାପଡୁଛି କି ପ୍ରତି ମୁହର୍ତରେ ଟିକିନିଖି ନିର୍ଦ୍ଦେଶ ତୃତୀୟ ମହଳାରୁ ହେଉଛି । ସରକରୀ ବ୍ୟବସ୍ଥା ଉପରେ ସାଧାରଣ ଲୋକଙ୍କ ଭଳି ବିଜେପିର ଭରସା ତୁଟି ଯାଉଥିବା କାରଣରୁ ଆଜି ରାଜ୍ୟର ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ସୁଚନା ଦେଇଛନ୍ତି ।

About surendrahota

Leave a Reply

%d bloggers like this:
Skip to toolbar