Breaking News
Home / Bargarh / Demonstration of BJP Yuba Morcha

Demonstration of BJP Yuba Morcha

ବିଜେପୁର ଗୁଳିମାଡକୁ ବିରୋଧକରି ବିଜେପି ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ଗଣ ସତ୍ୟାଗ୍ରହ 

ଭୁବନେଶ୍ୱର, ତା ୦୯/୦୧/୨୦୧୮ (ଜିତେନ୍ଦ୍ର ସାହୁ): ଗତ ଡିସେମ୍ବର ମାସ ୩୧ ତାରିଖ ଦିନ ବିଜେପୁର ନିର୍ବାଚନମଣ୍ଡଳୀର ସମସ୍ତ ବୁଥ୍ ସ୍ତରରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କର ମନ୍ କି ବାତ୍ କାର୍ଯ୍ୟକର୍ମର ସଫଳତା ଏବଂ ସ୍ଥାନୀୟ ଜନସାଧାରଣ ଭାରତୀୟ ଜନତା ପାର୍ଟିକୁ ଗ୍ରହଣ କରିବା ତଥା ମୋଦୀଙ୍କ ବିକାଶଧାରାରେ ସାମିଲ ହେବା ଜାଣିପାରି ରାଜ୍ୟରେ ଥିବା ବିଜେଡି ସରକାର ସେଥିରେ ଉତ୍କ୍ଷିପ୍ତ୍ ହୋଇ ବିଜେପୁର ନିର୍ବାଚନମଣ୍ଡଳୀର ଯୁବ କାର୍ଯ୍ୟକର୍ତା ମନୋରଞ୍ଜନ ମେହେରଙ୍କ ବାସଭବନରେ ପଶି ଆତଙ୍କ ଖେଳାଇବା ସହିତ ତାଙ୍କ ଉପରେ ଗୁଳି ଚଳାଇବା ପ୍ରତିବାଦରେ ଆଜି ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ସ୍ଥାନୀୟ ମାଷ୍ଟର୍ କ୍ୟାଣ୍ଠିନଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏକ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଅଛି ।ଏହି ଗଣ ବିକ୍ଷୋଭ କାର୍ଯ୍ୟକର୍ମରେ ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ରମେଶ ମାଝି,ନିରଞ୍ଜନ ବାରିକ,ରଶ୍ମିରଞ୍ଜନ ମୁଦୁଲି,ସାଧାରଣ ସଂପାଦକ ରାକେଶ ଜେନା,ଉଦୟ ସାହୁ, ସଂପାଦକ ଦିଲ୍ଲୀପ ବେହେରା,ରାଜାରାଣୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଅଭିଳାଶ ମହାନ୍ତି,ନୟାପଲ୍ଲୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଭିମସେନ ନାୟକ,ବୁଦେ୍ଧଶ୍ୱରୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ନିବାସ ଜେନା,ଏକାମ୍ର ଗ୍ରାମିଣ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁଶିଲ ଛୁଆଳସିଂହ,ୁଉତର ଗ୍ରାମିଣ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ସୁବାସ ସାହୁଙ୍କ ସମେତ ରାଷ୍ଠିୟ ଯୁବମୋର୍ଚ୍ଚା ଉପ ସଭାପତି ରଞ୍ଜି ଠାକୁର,ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଞ୍ଜନ ବଡଜେନା, ରାଜ୍ୟ ଯୁବମୋର୍ଚ୍ଚା ପ୍ରଭାରୀ ସତ୍ୟବାଦୀ ଚଇନ,ି ରାଜ୍ୟ ଯୁବମୋର୍ଚ୍ଚା ସଂପାଦିକା ଅର୍ପିତା ଅପରାଜିତା ବଡଜେନା ,ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ,ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ,ଅମୀୟ ଦାଶ, ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ସଂଗ୍ରାମ ପାଇକରାୟ,ଜିଲ୍ଲା ସାଧାରଣ ସଂପାଦକ ବିଭାସ ସେନଗୁପ୍ତ,ଶୁଶାନ୍ତ ସାବତ, ସଂଗ୍ରାମ କେଶରୀ ନାୟକଙ୍କ ସମେତ ଜିଲ୍ଲା ଓ ମଣ୍ଡଳର ସମସ୍ତ ପଦାଧିକାରୀ ଏବଂ ଅନ୍ୟ ସମସ୍ତ ମୋର୍ଚ୍ଚାର ପଦାଧିକାରୀମାନେ ଉପସ୍ଥିତ ରହି ଘଟଣାକୁ ତିବ୍ର ନିନ୍ଦା କରିବା ସହିତ ଆଗାମୀ ଦିନରେ ଜନତା ଏପରି ନିନ୍ଦନୀୟ ତଥା ହୀନ ରାଜନୀତିକୁ ଉପଯୁକ୍ତ ବିଚାର କରି ଉଚିତ୍ ଜବାବ୍ ଦେବେ ବୋଲି ପ୍ରକାଶ କରିଥଲେ ।

About surendrahota

Leave a Reply

%d bloggers like this:
Skip to toolbar