Breaking News
Home / Bhubaneswar / Social responsibilities of Niladribihar Yuba O Sanskrutik Sangha

Social responsibilities of Niladribihar Yuba O Sanskrutik Sangha

ବେକ କର୍କଟ ରୋଗରେ ଆକ୍ରାନ୍ତ ସାଲବେଗଙ୍କୁ ସହାୟତାର ହାତ ବଢାଇଲା ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ।

ଭୁବନେଶ୍ୱର: ୧୯/୧୨- ବେକ (ଗ୍ଲାଣ୍ଡ) କର୍କଟ ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ନୀଳାଦ୍ରିବିହାର ସ୍ଥିତ ଇଶାନେଶ୍ୱର ବସ୍ତିର ୨୭ ବର୍ଷୀୟ ସାଲବେଗ ମହାରଣାଙ୍କ ପାଇଁ ସହାୟତାର ହାତ ବଢେଇଛି ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ), ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ସଭ୍ୟ ସର୍ବଶ୍ରୀ ଅର୍ଜୁନ ଦେହୁରି, ପ୍ରକାଶଚନ୍ଦ୍ର ସାହୁ(ଗଗନ), ରମେଶ ମହାନ୍ତି, ନିରଞ୍ଜନ ସାହୁ, କୁମର ବାରିକ, କୈଳାସ ଚନ୍ଦ୍ର ସାହୁ, ଶିଶିର କୁମାର ମହାରଣା ଓ ବିଭୁତି ଭୁଷଣ ଦାସଙ୍କୁ ନେଇ ଏକ ପ୍ରତିନିଧିଦଳ କଟକ ସ୍ଥିତ ଆଚାର୍ଯ୍ୟ ହରିହର ଆ ଳିକ କର୍କଟ କେନ୍ଦ୍ରଠାରେ ଚିକିତ୍ସିତ ହେଉଥିବା ସାଲବେଗଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି ଅବସରରେ ପ୍ରତିନିଧି ଦଳ ସାଲବେଗକୁ ଚିକିତ୍ସା କରୁଥିବା ଡାକ୍ତର ତଥା ମେଡିକାଲ ପଦାଧିକାରୀଙ୍କ ସହିିତ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ଅଗ୍ରଗତି ଉପରେ ଆଲୋଚନା ମଧ୍ୟ କରିଥିଲେ । ପ୍ରକାଶ ଥାଉକି ଦୀର୍ଘ ପା ମାସରୁ ଉଦ୍ଧ୍ୱର୍ ସମୟ ଧରି ବେକରେ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ସଂଘର ପ୍ରତ୍ୟକ୍ଷ ତ ୍ୱାବଧାନରେ ବିଭିନ୍ନ ଡାକ୍ତରଖାନାରେ ପରୀକ୍ଷା ନିରୀକ୍ଷା କରାଯିବା ପରେ ସାଲବେଗ କର୍କଟ ରୋଗରେ ପିଡିତ ବୋଲି ଚିହ୍ନଟ କରାଯାଇଥିଲା । ସାଲବେଗଙ୍କ ଚିକିତ୍ସା ପାଇଁ ବ ର୍ମାନ ସୁଦ୍ଧା ୧ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ବେଳେ ଉନ୍ନତମାନର ଚିକିତ୍ସା ପାଇଁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ରହିଛି ବୋଲି ମେଡିକାଲ ସୁତ୍ରରୁ ପ୍ରକାଶ । ଜଣେ ଦିନ ମଜୁରିଆ ଭାବରେ ନିଜ ପରିବାରର ଗୁଜୁରାଣ ମେ ।ଉ ଥିବା ସାଲବେଗଙ୍କ ପତ୍ନୀ ଏବଂ ସାତ ବର୍ଷର ଏକମାତ୍ର କନ୍ୟା ଥିବାବେଳେ ତାଙ୍କ ବାପା ନନ୍ଦ କିଶୋର ମହାରଣା ପୁତ୍ରର ଚିକିତ୍ସା ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଗଭୀର ମାନସିକ ଚାପରେ ଥିବା ସ୍ଥଳେ ଆଗାମୀ ଦିନରେ ସାଲବେଗଙ୍କ ପାଇଁ ଅଧିକ ଅର୍ଥ ସାହାଯ୍ୟ ପାଇଁ ପଦକ୍ଷେପ ନିଆଯିବ ବୋଲି ସଂଘ ତରଫରୁ ପ୍ରତିଶୃତି ଦିଆଯାଇଥିଲା । ବଦାନ୍ୟ ବ୍ୟକ୍ତି ତଥା ଅନୁଷ୍ଠାନ ସାଲବେଗଙ୍କ ପାଇଁ ସହାୟତାର ହାତ ବଢେଇ ସଂଘକୁ ଏହି ମହତ କାର୍ଯ୍ୟରେ ସହଯୋଗ କରିବା ପାଇଁ ନିବେଦନ କରିବା ସହ ସଂଘର ଶୈଳଶ୍ରୀ ବିହାର ସ୍ଥିତ ଓଡିଶା ଷ୍ଟେଟ୍ କୋଅପରେଟିଭ୍ ବ୍ୟାଙ୍କର ଆକାଉ ନମ୍ବର ୯୦୭୯୦୧୦୦୨୮୩୦୧୦୭୭, ଓୠଝ ଉକ୍ଟୟର-ଣଋଝଈ୦୦୦୦୦୯୩ ରେ ନିଜର ଯଥାସାଧ୍ୟ ସହାୟତା ରାଶି ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି । ଏଥି ସହ ଆଗ୍ରହୀ ବ୍ୟକ୍ତିବିଶେଷ ମଧ୍ୟ ସଂଘର ହେଲପ୍ ଲାଇନ୍ ନମ୍ବର ୯୪୩୯୯୨୫୧୯୮ ରେ ମଧ୍ୟ ଯୋଗାଯୋଗ କରିପାରିବେ ବୋଲି ସଂଘର ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

 (Report: By Jitendra Sahoo)

About surendrahota

Leave a Reply

%d bloggers like this:
Skip to toolbar