Breaking News
Home / Bhubaneswar / Janajati Krida Pratiyogita

Janajati Krida Pratiyogita

ଜନଜାତି କ୍ରୀଡ଼ା ପ୍ରତିଯୋଗିତା-୨୦୧୭

ଭୁବନେନଶ୍ୱର,ତା.୧୯/୧୨/୨୦୧୭-ରାଜ୍ୟରେ ୩୧୪ଟି ବ୍ଲକ୍‌ରେ ଆୟୋଜିତ ଜନଜାତି କ୍ରୀଡ଼ା ପ୍ରତିଯୋଗିତା-୨୦୧୭କୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଯୋଗିତାର ମାସ୍କଟ୍‌ ଧନୁତୀର ସହିତ ଓଲିର ଉଦ୍‌ଘାଟନ କରିଛନ୍ତି । ଦେଶରେ ପ୍ରଥମ ଥର ପାଇଁ ଏବଂ ପ୍ରଥମ ରାଜ୍ୟଭାବେ ଜନଜାତିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । କ୍ରୀଡ଼ାର ବିକାଶ ନିମନ୍ତେ ଓଡ଼ିଶା ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି । ନିକଟରେ ବୃହତ ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଯଥା ଏସିଆନ୍‌ ଆଥଲେଟିକ୍ସ୍‌ ଚମ୍ପିଆନସିପ୍‌ ଏବଂ ହକି ବିଶ୍ୱ ଲିଗ୍‌ ରାଜ୍ୟ ସରକାରଙ୍କ ଦ୍ୱାରା  ସଫଳତାର ସହ ଆୟୋଜିତ ହୋଇଛି । ୨୦୧୮ ବର୍ଷରେ ଓଡ଼ିଶା ସମ୍ମାନଜନକ ପୁରଷ ହକି ବିଶ୍ୱକପ୍‌ ଆୟୋଜନ କରିବାକୁ ଯାଉଛି, ଯେଉଁଥିରେ ୧୬ଟି ଦେଶ ଅଂଶଗ୍ରହଣ କରିବେ । ଜନଜାତି ବର୍ଗର କ୍ରୀଡ଼ାବିତ୍‌ମାନେ ଆଜି କ୍ରୀଡ଼ା କ୍ଷେତ୍ରରେ ଆଗୁଆ ଅଛନ୍ତି ଏବଂ ସେମାନଙ୍କର ସଫଳତା ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ସେମାନଙ୍କର ଏହି ସଫଳତା ଏବଂ ସାମର୍ଥ୍ୟକୁ ସ୍ୱୀକୃତି ମିଳିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର “ଜନଜାତି ବର୍ଗଙ୍କ କ୍ରୀଡ଼ାର ବିକାଶ” ନାମକ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ଏହାର ମୂଳ ଲକ୍ଷ୍ୟ ଜନଜାତି ଯୁବବର୍ଗଙ୍କ ମଧ୍ୟରୁ କ୍ରୀଡ଼ା ପ୍ରତିଭା ଚୟନ ଏବଂ କ୍ରୀଡ଼ାର ବିକାଶ କରିବା ।ଏହି ଯୋଜନାର ଏକ ଅଂଶ ସ୍ୱରୂପ ରାଜ୍ୟର ସମସ୍ତ ବ୍ଲକ୍‌ରେ ବିଶେଷ କରି ୧୧୯ଟି ଜନଜାତି ଉପଯୋଜନା ବ୍ଲକ୍‌ରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରି ଜନଜାତି କ୍ରୀଡ଼ା ପ୍ରତିଯୋଗିତା-୨୦୧୭ ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତା ୩ଟି ପର୍ଯ୍ୟାୟରେ ସବ୍‌ ଜୁନିୟର୍‌, ଜୁନୟର୍‌ ଏବଂ ସିନିୟର୍‌ ବର୍ଗରେ ବ୍ଲକ୍‌, ଜିଲ୍ଲା ଏବଂ ରାଜ୍ୟସ୍ତରରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଆଥ୍‌ଲେଟିକ୍ସ୍‌ (ଖେଳକୁଦ) (୧୦୦ମି., ୪୦୦ମି., ୧୫୦୦ମି. ଏବଂ ହାଇଜମ୍ପ୍‌/ ଲଙ୍ଗଜମ୍ପ୍‌ ଏବଂ ଜାଭଲିନ୍‌ ଥ୍ରୋ), ତୀରନ୍ଦାଜ, ଫୁଟବଲ, ହକି, କବାଡ଼ି, ଖୋ-ଖୋ ଏବଂ ଭଲିବଲ କ୍ରୀଡ଼ା ଆୟୋଜିତ ହେବ । ଡ଼ିସେମ୍ବର ୧୮ ତାରିଖରୁ ଦୁଇ ଦିନିଆ ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତା ଆରମ୍ଭ ହୋଇଛି ଏବଂ ଏଥିରେ ଜନଜାତି ଯୁବବର୍ଗଙ୍କ ଉତ୍ସାହଜନକ ଅଂଶଗ୍ରହଣ ରହିଛି । ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତା ପରେ ଯୋଗ୍ୟ ବିବେଚିତ କ୍ରୀଡ଼ାବିତ୍‌ ଏବଂ ଦଳଗୁଡ଼ିକ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେବେ ଏବଂ ସେଥିରୁ ଯୋଗ୍ୟ ବିବେଚିତ କ୍ରୀଡ଼ାବିତ ଏବଂ ଦଳ ଫେବୃଆରୀ ୨୦୧୮ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ପ୍ରାୟ ୫୫୦୦ ସର୍ବୋତ୍ତମ ଜନଜାତି କ୍ରୀଡ଼ାବିତ୍‌ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ଆଶା କରାଯାଉଛି । କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୧.୧୩ କୋଟି ଟଙ୍କାର ପୁରସ୍କାର ରାଶି ବିଜେତା କ୍ରୀଡ଼ାବିତ୍‌ ଏବଂ ଦଳଙ୍କୁ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପୁଣିଥରେ ଦେଶର ନୂତନ ପ୍ରମୁଖ କ୍ରୀଡ଼ା ନଗରୀ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା-୨୦୧୭ର ଆୟୋଜନ କରିବାକୁ ଯାଉଛି । ରବିନ୍ଦିନ୍ଦ୍ର କୁୁମାର ନନନନନାୟକ ସତ୍ୱନ୍ତ୍ର ଅଧିକିକାରୀ

About surendrahota

Leave a Reply

%d bloggers like this:
Skip to toolbar