Breaking News
Home / Bhubaneswar / Demands of the employees of Watershed mission

Demands of the employees of Watershed mission

ଦାବି ପରୂଣ ନହେଲେ ଓଡ଼ିଶା ଜଳ ବିଭାଜିକା ଠିକା କର୍ମ·ରୀଙ୍କ କାର୍ଯ୍ୟ ବନ୍ଦ ସହିତ ଜିଲ୍ଲା ଓ ବିଧାନସଭା ସମ୍ମୁଖରେ ଆମରଣ ଅନଶନ

ଓଡ଼ିଶା ଜଳ ବିଭାଜିକା ଠିକା କର୍ମ·ରୀ ମହାସଂଘ ଆପଣଙ୍କ ଅବଗତି ନିମନ୍ତେ ଜଣାଉଛି କି ଭାରତ ସରକାର ଏବଂ ଓଡ଼ିଶା ସରକାରକଙ୍କ ମିିଳତ ସହଯୋଗରେ ମୃ ିକା ସଂରକ୍ଷଣ ବିଭାଗ ଦ୍ୱାରା ପରି·ଳିତ ଜଳ ବିଭାଜିକା ଉନ୍ନୟନ ମିଶନରେ କାର୍ଯ୍ୟରତ ୭୪୧ କର୍ମ·ରୀଙ୍କୁ ବ ର୍ମାନ ନିଜର ଜୀବନ ଜୀବିକା ପାଇଁ ଅସହ୍ୟ ଯନ୍ତ୍ରଣାରେ ସଢୁଛନ୍ତି । ଯେଉଁମାନଙ୍କର ସର୍ବନିମ୍ନ ଯୋଗ୍ୟତା ସ୍ନା କୋ ର, ଡ଼ିଗ୍ରୀ/ଡ଼ିପ୍ଲୋମା, ଇଞ୍ଜିନିୟରିଙ୍ଗ, ଏମ୍.ବି.ଏ. ଏବଂ ସ୍ନା କ (ବିଜ୍ଞାନ, କୃଷି ବିଜ୍ଞାନ, ମତ୍ସ୍ୟ ସମ୍ପଦ, ପଶୁ ସମ୍ପଦ) । ଏତେ ଯୋଗ୍ୟତା ଥାଇ ମଧ୍ୟ ୧୫ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ କରି କିଛି କର୍ମ·ରୀ ୪୮ବର୍ଷରୁ ଉଦ୍ଧ୍ୱର୍ ବୟସ ଅତିକ୍ରାନ୍ତ କରିଥିଲେ ସୁଦ୍ଧା ସେମାନଙ୍କୁ ମାତ୍ର ୧୦ ହଜାର ଟଙ୍କା ମାସିକ ବେତନ ପ୍ରଦାନ କରାଯାଉଛି । ଏଥିପାଇଁ ସଂଘ ଗତମାସ ୮ ତାରିଖ ଦିନ ଠାରୁ ୫ ଦଫା ଦାବି ନେଇ ପ୍ରତ୍ୟେକ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବା ସହିତ ତା ୮.୧୨.୨୦୧୭ରିଖ ଠାରୁ ଲୋୟର ପି.ଏମ୍.ଜି. ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣାରେ ବସିଥିଲୁ । ଗତ ୧୮.୧୨.୨୦୧୭ରିଖ ପୂର୍ବାହ୍ନ ସମୟରେ ଆମ୍ଭଙ୍କୁ ପୋଲିସ୍ ବଳପୂର୍ବକ ଉଠାଇଦେବା ଫଳରେ ଆମ ବହୁତ ମାନସିକ ଚିନ୍ତାରେ ପଡ଼ିଅଛୁ । ଏଣୁ ଆମ ସଂଘ ପକ୍ଷରୁ ସରକାରଙ୍କୁ ଚେତାଇ ଦେଉଛୁ ଯେ, ଯଦି ଆମର ଏହି ଦାବିଗୁଡ଼ିକୁ ଯଥା (୧) ମୃ ିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ପଦବୀ ପାଇଁ କରାଯାଇଥିବା ଲିଖିତ ପ୍ରକ୍ରିୟାକୁ ବନ୍ଦ କରାଯାଇ ସମସ୍ତ ଡ଼ବ୍ଲୁଏମ୍ଟିମାନଙ୍କୁ ସେହି ପଦବୀରେ ସିଧାସଳଖ ସ୍ଥାୟୀ ନିଯୁକ୍ତି ଦିଆଯାଉ (୨) କାର୍ଯ୍ୟରତ ଡ଼ବ୍ଲୁଏମ୍ଟି ମାନଙ୍କୁ ପ୍ରଧାନମନ୍ତ୍ରୀ କୃଷି ସି ଇ ଯୋଜନାରେ ପୁନଃବିନ୍ୟାସ କରି ଉଚ୍ଚ ବେତନ ହାରରେ ଥଇଥାନ କରାଯାଉ (୩) ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ରାୟ ସମାନ କାମକୁ ସମାନ ଦରମା ଆମ୍ଭ ଡ଼ବ୍ଲୁଏମ୍ଟି ମାନଙ୍କ କ୍ଷେତ୍ରରେ ଲାଗୁ କରାଯାଉ (୪) ଏପର୍ଯ୍ୟନ୍ତ ଚୁକ୍ତି ନବୀକରଣ କରାଯାଇନଥିବା ଡ଼ବ୍ଲୁଏମ୍ଟିମାନଙ୍କୁ ୧୦ ଦିନ ଭିତରେ ଚୁକ୍ତି ନବୀକରଣ କରାଯାଇ ଏପ୍ରିଲ ୨୦୧୭ଠାରୁ ଦରମା ପ୍ରଦାନ କରାଯାଉ (୫) ଡ଼ବ୍ଲୁଏମ୍ଟିମାନଙ୍କ କ୍ଷେତ୍ରରେ ଭବିଷ୍ୟନିଧି ପାଣ୍ଠି ଲାଗୁ କରାଯାଉ । ଉକ୍ତ ଦାବିଗୁଡ଼ିକୁ ଯଦି ସରକାର ନ ମାନନ୍ତି, ତାହେଲେ କାର୍ଯ୍ୟ ବନ୍ଦ ସହିତ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତ୍ୟେକ ଜିଲ୍ଲାପାଳଙ୍କ ଅଫିସ୍ ନିକଟରେ ଏବଂ ବିଧାନ ସଭା ସମ୍ମୁଖରେ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ ଆମରଣ ଅନଶନ ଜାରି ରଖିବୁ । ଏହାର କୌଣସି ସୁବିଧା ଅସୁବିଧା ହେଲେ, ସରକାର ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

About surendrahota

Leave a Reply

%d bloggers like this:
Skip to toolbar