Breaking News
Home / Bhubaneswar / Demonstration of Transgenders at Bhubaneswar

Demonstration of Transgenders at Bhubaneswar

କିନ୍ନର ବିରୋଧୀ ବିଲ୍କୁ ଦେଶବ୍ୟାପୀ ବିରୋଧ, ସୁପ୍ରିମ କୋର୍ଟ ନିର୍ଦ୍ଦେଶକୁ ବି ମାନିଲେନି ବିଜେପି ସରକାର କିନ୍ନର ବିରୋଧୀ

ଭୁବନେଶ୍ୱର, ୧୭.ଡ଼ିସେମ୍ବର ୨୦୧୭ (ଜିତେନ୍ଦ୍ର ସାହୁ) : କିନ୍ନର ମାନଙ୍କୁ ସତ୍ୟ, ତ୍ରେତୟା, ଦ୍ୱାପର ଯୁଗରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ କଳି ଯୁଗରେ ମଧ୍ୟ କିନ୍ନରମାନଙ୍କ ଶାର୍ଶୀବାଦ ଲୋକମାନଙ୍କ ପାଇଁ ବରଦାନ ସଦୃଶ ହୋଇଥାଏ । କିନ୍ନରମାନେ ମଧ୍ୟ ପ୍ରତ୍ୟେକ ମଣିଷ ପରି ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ଦୀର୍ଘ ବର୍ଷ ହେବ ଲଢେଇ କରି ·ଲିଛନ୍ତି । ନିଜ ଘରୁ ଲାଞ୍ôଛତ ଅପମାନିତ ହେବା ପରେ ସେମାନେ ସରକାରଙ୍କ ଉପରେ ଭରସା କରିଥିଲେ ଯେ, ଆମ୍ଭମାନଙ୍କର କଥା ସରକାର ଶୁଣିବେ କିନ୍ତୁ ବଡ଼ ଦୁଃଖର ବିଷୟ ଯେ, ସରକାର ଦୁଃଖ ଶୁଣିବା ବଦଳରେ କିନ୍ନରମାନଙ୍କ ବିରୋଧରେ କଠୋରା ଆଇନ୍ ଆଣୁଛନ୍ତି ଯାହାକି ମାନ୍ୟବର ସୁପ୍ରିମ କୋର୍ଟ ସେମାନଙ୍କୁ ତୃତୀୟ ଲିଙ୍ଗୀର ମାନ୍ୟତା ଦେବା ପରେ ସମସ୍ତ କିନ୍ନରମାନେ ଖୁସି ହୋଇଥିଲେ । କିନ୍ତୁ ଆସନ୍ତା ୧୮.୧୨.୨୦୧୭ରିଖରେ ପାର୍ଲାମେରେ ଆସିବାକୁ ଥିବା ତୃତୀୟ ଲିଙ୍ଗୀ ବିଲ୍ରେ ନାଲ୍ସା ଜଜମେଣ୍ଟକୁ ପୁରା ବେଖାତିର କରାଯାଇଛି ଏବଂ ୨୦୧୪ ମସିହାରେ ପାର୍ଲାମେରେ ଆସିଥିବା ତୃତୀୟ ଲିଙ୍ଗୀ ବିଲ୍କୁ ବହୁ ଅଂଶକୁ କାଟିଦିଆଯାଇଛି ଏବଂ ଜୁଲାଇ ୨୦୧୭ରେ ଏକ ସଂସଦ ସମିତି ଗଠନ କରାଯାଇ କିନ୍ନରମାନଙ୍କ ଉନ୍ନତି ପାଇଁ ସୁପାରିଶ କରାଯାଇଥିଲା । ସେଥିରେ ମଧ୍ୟ କେନ୍ଦ୍ର ସରକାର ବାଧା ସୃଷ୍ଟି କରୁଛନ୍ତି । ଏବେ ଯେଉଁ ବିଲ୍ ଆସୁଛି ସେଥିରେ ଟ୍ରାନ୍ସ ଜେଣ୍ଡରର କୌଣସି ପରିଭାଷା ନାହିଁ । ନାଲ୍ସା ଜଜମେରେ ଥିବା ଆରକ୍ଷଣ, ସଂରକ୍ଷଣ, ରୋଜଗାର ଭଳି କୌଣସି ବ୍ୟବସ୍ଥା ନାହାିଁ । କିନ୍ନରମାନଙ୍କ ଉପରେ ହେଉଥିବା ହିଂସା, ଭେଦଭାବ ଭଳି କୌଣସି ଆଇନ୍ ନାହିଁ । ତୃତୀୟଲିଙ୍ଗୀ କମିଶନର ଗଠନ କରବା, ରାଜନୀତିରେ ସ୍ଥାନ ସଂରକ୍ଷଣ କରିବା, ଶିକ୍ଷାରେ ସ୍ଥାନ ସଂରକ୍ଷଣ ଏବଂ ରୋଜଗାର କରି ଚଳିବା ଭଳି କୌଣସି ବିଲ୍ରେ ନାହିଁ ଯାହାକି ଖାଲି ମିଛ ବିଲ୍ ପାସ୍ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ଏଣୁ ଏହି ବିଲ୍କୁ ସାରା ଦେଶରେ କିନ୍ନରମାନେ ଆଜି ବିରୋଧ କରୁଛନ୍ତି । ଓଡ଼ିଶାରେ ଟିଜି ସୁରକ୍ଷା ଟ୍ରଷ୍ଟ, ବ୍ରାଇଟ୍ ଲାଇଫ ୱେଲ୍ ଫେୟାର ·ରିଟେବୁଲ୍ ଟ୍ରଷ୍ଟ ତରଫରୁ ଶହ ଶହ କିନ୍ନର ମାଷ୍ଟର କ୍ୟାଣ୍ଟିନ ଠାରେ ପହଞ୍ôଚ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ । ଏଥିରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ, ମେନକା କିନ୍ନର, ସୁଇଟି କିନ୍ନର, ରୀନା କିନ୍ନର, ଗୁଡ୍ଲି କିନ୍ନର, ପ୍ରିୟା କିନ୍ନର, ପୂଜା କିନ୍ନର, ଦୀପା କିନ୍ନର, ସୋନମ କିନ୍ନର, ମିନତୀ କିନ୍ନର, ବାସନ୍ତୀ କିନ୍ନର, ମମତା କିନ୍ନର, ରିୟା କିନ୍ନର, ରିୟା କିନ୍ନର ପ୍ରମୁଖ ନେତୃତ୍ୱ ନେଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar