Breaking News
Home / Bhubaneswar / ,Prime minister should inter vain in the Mahanadi water dispute :PCC president Prasad Harichandan

,Prime minister should inter vain in the Mahanadi water dispute :PCC president Prasad Harichandan

ପ୍ରଧାନମନ୍ତ୍ରୀ ତୁରନ୍ତ ଛତିଶଗଡ଼କୁ ମହାନଦୀର ଉପରମୁଣ୍ଡରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ : ପ୍ରସାଦ
+ ଦଶବର୍ଷଧରି ମହାନଦୀରେ ବନ୍ଧ ତିଆରିକରୁଛି ଛତିଶଗଡ,଼ ରାଜ୍ୟ ସରକାର ଚୁପ ବସିଥିଲେ କାହିଁକି?
+ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର କାହିଁକି ଅରାଜି ହେଉଛି ପ୍ରଧାନମନ୍ତ୍ରୀ ତାହାର ଜବାବ ଦିଅନ୍ତୁ?
+ ପୋଲାଭରମ ମାମଲାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବିଜେଡ଼ି ସରକାର ସୁପ୍ରିମକୋର୍ଟରେ ମାମଲା ଲଢ଼ୁଥିବାବେଳେ ଏବେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ୁଛି କାହିଁକି?

Bhubaneswar 13th December 2017 :: In a press conference PCC president Prasad Harichandan demand ed that ,Prime minister should intervene in the Mahanadi water dispute : Photo. Biswaranjan Mishra

ଭୁବନେଶ୍ୱର,୧୩ ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା) ମହାନଦୀକୁ ନେଇ ଉଭୟ ରାଜ୍ୟ ବିଜେଡ଼ି ସରକାର ଏବଂ କେନ୍ଦ୍ର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ୨୦୦୨ ମସିହାରୁ ରାଜ୍ୟ ସରକାରଙ୍କ ପାଖରେ ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବେନିୟମ ଭାବରେ ବନ୍ଧ ଓ ବ୍ୟାରେଜମାନ ନିର୍ମାଣ କରୁଥିବାର ସୂଚନା ରହିଥିଲେ ମଧ୍ୟ ସରକାର ନିରବଥିଲେ କାହିଁକି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ସେପଟେ ଗତ ଡିସେମ୍ବର ୪ତାରିଖରେ କେନ୍ଦ୍ରସରକାର ସୁପ୍ରିମକୋର୍ଟରେ ମହାନଦୀ ବିବାଦ ପ୍ରସଙ୍ଗରେ କରିଥିବା ସତ୍ୟପାଠରେ ସ୍ପଷ୍ଠ ଉଲ୍ଲେଖ କରିଛନ୍ତି ଯେ ଗତ ଦଶବର୍ଷଧରି ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବନ୍ଧ ଏବଂ ବ୍ୟାରେଜ ନିର୍ମାଣ କରି·ଲିଛନ୍ତି । ଏପରିକି ବିଜେପି ଶାସନାଧିନ ଛତିଶଗଡ଼ ଏହାକୁ ସ୍ୱୀକାର କରିଛନ୍ତି ଏବଂ କେନ୍ଦ୍ର ବିଜେପି ସରକାରର ଛତ୍ରଛାୟାତଳେ ରହି ନିର୍ମାଣ କାର୍ଯ୍ୟକୁ ବନ୍ଦକରିବା ଦୁରର କଥା ଦ୍ରୁତ ଗତିରେ ଆଗେଇ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ଫୋନ୍କଲ୍ରେ ସେତେବେଳର ବିଜେପି ଦଳର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଥିବାବେଳେ ଏବେ ସେ ନରେନ୍ଦ୍ର ମୋଦିଙ୍କ ଉପରେ ·ପପକାଇ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ସମସ୍ତ ବେନିୟମ ନିର୍ମାଣ କାର୍ଯ୍ୟକୁ ବନ୍ଦ କରୁନାହାନ୍ତି କାହିଁକି? ଅପରପକ୍ଷରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ସ୍ୱାର୍ଥ ରକ୍ଷା କରିବାକୁ ଯାଇ ଓଡ଼ିଶାକୁ ମହାନଦୀ ପାଣି ମିଳିବାରେ ବ ôତ କରୁଛନ୍ତି । ·ଷ ଏବଂ ପାନୀୟ ଜଳ ପାଇଁ ବ୍ୟବହୃତ ମହାନଦୀର ଜଳକୁ ବିଜେପି ଏବଂ ବିଜେଡ଼଼ି ସରକାର ଶିଳ୍ପପତିଙ୍କ ହାତରେ ଟେକିଦେଇଛନ୍ତି । ଯାହାଫଳରେ ଓଡ଼ିଶାରେ କୃଷିକାର୍ଯ୍ୟ ସଂପୂର୍ଣ୍ଣ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି । ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ଛତିଶଗଡ଼ରେ ମହାନଦୀର ଉପରମୁଣ୍ଡରେ ·ଲିଥିବା ସମସ୍ତ ନିର୍ମାଣକାର୍ଯ୍ୟ ବନ୍ଦ କରାନ୍ତୁବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।ପୋଲାଭରମ ବିବାଦରେ ସରକାର ରାଜକୋଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟକରି ସୁପ୍ରିମକୋର୍ଟରେ କେସ୍ ଲଢ଼ୁଥିବାବେଳେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କର ହସ୍ତକ୍ଷେପ ଲୋଡ଼ିବା ତାଙ୍କର ଦୋମୁଁହା ନୀତିକୁ ପ୍ରମାଣିତ କରୁଛି । ପୋଲାଭରମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହାୟତା ଲୋଡୁ଼ୁଥିଲାବେଳେ ମହାନଦୀ ପ୍ରସଙ୍ଗରେ ତାଙ୍କ ସହାୟତ ନ ଲୋଡ଼ିବା ବିଜେପି ଓ ବିଜେଡ଼ି ମଧ୍ୟରେ ଥିବା ଗୁପ୍ତ ବୁଝାମଣାକୁ ପଦାରେ ପକାଇ ଦେଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ମହାନଦୀ ଏବଂ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କର ସ୍ୱାର୍ଥ ରକ୍ଷାପାଇଁ କଂଗ୍ରେସ ଦଳ ଆଗାମୀ ଦିନରେ ରକ୍ତ ଦେବାକୁ ପଛାଇବ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଡ. ଲଲାଟେନ୍ଦୁ ମହାପାତ୍ର,ସୌଗତ ମହାନ୍ତି ଏବଂ କୈଳାସ ଆ·ର୍ଯ୍ୟ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar