Breaking News
Home / Bhubaneswar / BJP Bhubaneswar Unit Executive Body Meeting

BJP Bhubaneswar Unit Executive Body Meeting

ବିଜେପି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର ତା ୧୩ ଡ଼ିସେମ୍ବର ୨୦୧୭(ଅବଦୁଲ ସତ୍ତାର ଖାଁ) ବିଜେପି ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଆଜି ସ୍ଥାନୀୟ ବ୍ଲାଇଣ୍ଡ ଆସୋସିଏସନ୍ ସତ୍ୟନଗର ଠାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଠିଆଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଭୁବନେଶ୍ୱର ମହାନଗର ନିଗମର ମହାଦୁର୍ନିତି ସମ୍ପର୍କରେ ଚିଠା ପ୍ରସ୍ତାବ ଆଗତ ହୋଇଥିଲ ।ବୈଠକକୁ ରାଜ୍ୟ ସାଧାରଣ ସମ୍ପାଦକ ସଂଗଠନ ଶାରଦା ପ୍ରସାଦ ଶତପଥୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିବା ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ବିଭାସ ସେନଗୁପ୍ତ ଅତିଥି ପରିଚୟ କରିଥିବା ବେଳେ ଅନ୍ୟତମ ସାଧାରଣ ସମ୍ପାଦକ ସଂଗ୍ରାମ ନାୟକ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସ୍ୱାଗତ ଭାଷଣରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଠିଆ ସହରୀ ଗରୀବଙ୍କୁ ଜାଗା ଯୋଗାଇବାରେ ନବୀନ ପଟ୍ଟନାୟକ ଗରୀବ ଲୋକ ମାନଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରୀବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ ବୋଲି ପ୍ରକାଶ କରିଥିଲେ ।ରାଜଧାନୀର ବସ୍ତି ବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ପାଇଁ ବିଜେଡି ସରକାର ଆକାଶ କଇଁଆ ଚିଲିକା ମାଛ କରି ରଖିଛି ଓ ରାଜ୍ୟ ସରକାର ବିଶେଷ ଭାବେ ଭୁବନେଶ୍ୱର ସହରର ଭୋଟର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀ ବସ୍ତି ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଛନ୍ତି ଏହାର କୈଫିୟତ ଶ୍ରୀ ଖୁଣ୍ଠିଆ ରାଜ୍ୟ ସରକାରଙ୍କୁ ମାଗିଥିଲେ ।୨୦୧୩ ମସିହା ପୌର ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨ ଆଣି ସହରାଂଚଳ ଭୋଟର ମାନଙ୍କୁ ଘର ଯୋଗାଇବାର ସ୍ୱପ୍ନ ଦେଖାଇଥିଲେ । ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳ ଲୋକଙ୍କୁ ବାସଗୃହ ଯୋଗାଇବାରେ ରାଜ୍ୟ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି । ଉଦାହରଣ ସ୍ୱରୂପ ବିଧାନସଭାରେ ଭୁବନେଶ୍ୱର- କଟକରେ ମୋଟ ମାତ୍ର ୨ ଶହ ଘର ଯୋଗାଇ ଦିଆ ଯାଇ ପାରିିଛି ବୋଲି ସ୍ୱୀକାର କରିଛନ୍ତି ଓ ସହରାଂଚଳରେ ଗରୀବ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ଯୋଜନାରେ ସବୁ ନିୟମ କାନୁନକୁ ଭାଙ୍ଗି ଯୋଗ୍ୟ ହିତାଧିକାରୀଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀଙ୍କୁ ଦଳୀୟ ଓ ପାରିବାରିକ ସମ୍ପର୍କ ଆଧାରରେ ମହିଷାଖାଲ ବସ୍ତିରେ ଘର ଆବଂଟିତ କରାଯାଇଥିବା ନେଇ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଥିଲେ । ସହରାଂଚଳରେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ବହୁ ମୂଲ୍ୟ ଜୀବନ ହାନୀ ହେବା, ସତ୍ୟ ନା ଅପ ପ୍ରଚାର କି ବୋଲି ପ୍ରଶ୍ନ କରିବା ସହ କଠିନ ବର୍ଜ୍ୟ ପରିଚାଳନା ତଥା ବାଟର ଟ୍ରିଟମେଂଟ ପ୍ଲାଂଟ ମାନ କୁଆଡେ ଗଲା ଓ ଭୁବନେଶ୍ୱର ଉପକଣ୍ଠର ଦୟାନଦୀ ରାଜଧାନୀବାସୀଙ୍କର ପାନୀୟ ଜଳର କେବଳ ସ୍ରୋତ ନୁହେଁ ବରଂ ଓଡିଆ ସ୍ୱାଭିମାନ ଓ ସଂସ୍କୃତିର ପ୍ରତୀକ । ସହରର ବର୍ଜ୍ୟ ନିଷ୍କାସନ କାରଣରୁ ଦୟାନଦୀ ପାଣି ମନୁଷ୍ୟ ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସରକାର କହିଛନ୍ତି । ୧୮ ବର୍ଷ ଦୀର୍ଘ ଶାସନ ପରେ ଏପରି ସ୍ଥିତି ରାଜଧାନୀବାସୀଙ୍କ ପାଇଁ ବିଜେଡି ସରକାରର ରାଜଧାନୀବାସୀଙ୍କ ପାଇଁ ଆଦୌ ପ୍ରାଥମିକତା ନ ଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମତ ରଖିଥିଲେ ।ରାଜଧାନୀ ଭୁବନେଶ୍ୱର ରାଜ୍ୟବାସୀଙ୍କ ଗଣତାନ୍ତ୍ରିକ ପ୍ରତିବାଦର କେନ୍ଦ୍ର ବିନ୍ଦୁ । ଜିଜିଆ କର ଲଗାଇବା ଭଳି ପ୍ରତିବାଦ କରୁଥିବା ସଂଗଠନ ଓ ପ୍ରତିବାଦକାରୀଙ୍କ ସଂଖ୍ୟା ଆଧାରରେ ମୁଣ୍ଡ ପିଛା ପାଂଚ ଟଙ୍କା କର ଆଦାୟ କରିବା ନେଇ ବିଏମସି ମେୟରଙ୍କ ଘୋଷଣାକୁ ବିଜେପି ଆରମ୍ଭରୁ ପ୍ରତିବାଦ କରି ଆସିଛି । ଗଣତାନ୍ତ୍ରିକ ପ୍ରତିବାଦର କଣ୍ଠରୋଧର ପ୍ରଚେଷ୍ଟା କରା ଗଲେ ବିଜେପି ରାଜ ରାସ୍ତାରେ ପ୍ରତିବାଦକୁ ଆହୁରି ତୀବ୍ରତର କରିବ ବୋଲି ବିଜେପିର ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଘୋଷଣା କରୁଛି ।ସ୍ୱଚ୍ଛ ପାନୀୟ ଜଳ ଅଭାବରୁ ଜଣ୍ଡିସ ହେବା, ସହର ସାରା ସୁଲଭ ଶୌଚାଳୟ ବ୍ୟବସ୍ଥା କରା ନ ଯିବା, ପଥିକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବା, ମଶା କବଳରୁ ରକ୍ଷା,ସହରର ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇ ପଡିବା, ଶାସନର ୧୮ ବର୍ଷ ପରେ ମଧ୍ୟ ଟ୍ରିଟମେଂଟ ପ୍ଲାଂଟ ସ୍ଥାପନା ନ ହେବା ଆଦି ପ୍ରସଙ୍ଗକୁ ନେଇ ଆସନ୍ତା ୨୨ ତାରିଖ ଦିନ ଏକ ଜନଆନ୍ଦୋଳନ ମାଧ୍ୟମରେ ବିଜେପି ଭୁବନେଶ୍ୱର ମହାନଗର ନିଗମ ଘେରାଓ କରିବ ବୋଲି ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଘୋଷଣା କରିଛି ।ଶେଷରେ ଦଳର ବରିଷ୍ଠ ତଥା ବର୍ଷିୟାନ ନେତା କର୍ମିମାନଙ୍କୁ ନିଜର ବକ୍ତବ୍ୟ ରଖି ଆଗାମୀ ଦିନରେ ଦଳକୁ ସୁସଂଗଠିତ ଓ ସୂଦୃଢ କରି ରାଜ୍ୟରେ ଏକ ସ୍ୱଚ୍ଚ ଶାସନ ଦେବା ପାଇଁ ଆଶା ରଖି କାର୍ଯ୍ୟକାରିଣୀ ବୈଠକକୁ ସମାରୋପ କରିଥିଲେ ।ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ଉପ ସଭାପତି ରାଜକିଶୋର ଦାସ, ରାଜ୍ୟ ପ୍ରବକ୍ତା ଗୋଲକ ମହାପାତ୍ର, ଦିଲ୍ଲିପ ମହାନ୍ତି, ସୁଦିପ୍ତ ରାୟ, ଜଗନ୍ନାଥ ପ୍ରଧାନ,ଅମୀୟ ଦାଶ, ସଂଗ୍ରାମ ପାଇକରାୟ, ରାଜେନ୍ଦ୍ର ପଣ୍ଡା, ବିଶ୍ୱରଞନ ବଡଜେନା,ଜିଲ୍ଲା ସାଧାରଣ ସମ୍ପାଦକ ଶୁଶାନ୍ତ ସାବତଙ୍କ ସମେତ ଜିଲ୍ଳାର ସମସ୍ତ ପଦାଧିକାରୀ , ମଣ୍ଡଳ ସଭାପତି ଓ ସାଧାରଣ ସମ୍ପାଦକ ଏବଂ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar