Breaking News
Home / Bhubaneswar / All party unite together on Mahanadi issue

All party unite together on Mahanadi issue

ମହାନଦୀ ଟ୍ରିବୁନାଲ ଗଠନ ଦାବୀରେ ଆସନ୍ତା ୧୮ ଓ ୧୯ ଦୁଇଦିନ ଧରି ଦିଲ୍ଲୀରେ ସଂସଦ ସାମ୍ନାରେ ସର୍ବଦଳୀୟ ସତ୍ୟାଗହ ଓ ଧାରଣା

ଭୁବନେଶ୍ୱର, ୧୩.ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା) : ମହାନଦୀ ଟ୍ରିବୁନାଲ ଗଠନର ବିଳମ୍ବ ପ୍ରତବାଦରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଦଳୀୟ ବୈଠକରେ କେବଳ ଭାଜପାକୁ ଛାଡ଼ି ଓଡ଼ିଶାର ଛୋଟବଡ଼ ସମସ୍ତ ରାଜନୈତିକ ଦଳ ଓ ବହୁ ସାମାଜିକ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ । ସୁପ୍ରିମ କୋର୍ଟରେ ନଭେମ୍ବର ୧୯ ତାରିଖ ସୁଦ୍ଧା ମହାନଦୀ ଟ୍ରିବୁନାଲ ଗଠନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ତାହା ଗଠନ କରିନାହାଁନ୍ତି । ଅପର ପକ୍ଷରେ ପୂର୍ବ ସତ୍ୟପାଠକୁ ବିରୋଧ କରିବା ସଦୃଶ ଓଡ଼ିଶା ସରକାର ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ଟ୍ରିବୁନାଲ ଗଠନ ସମ୍ଭବ ନୁହେଁ ବୋଲି ଆଉ ଏକ ସତ୍ୟପାଠ ସୁପ୍ରିମ କୋର୍ଟରେ ଦାଖଲ କରିଥିଲେ । ସୁପ୍ରିମ କୋର୍ଟ ତାଙ୍କ ଶୁଣାଣୀରେ କେନ୍ଦ୍ର ସରକାରଙ୍କୁ ଟ୍ରିବୁନାଲ ଗଠନ ସଂକ୍ରାନ୍ତରେ କ’ଣ ନିଷ୍ପ ି ନିଆଯାଇଛି ବୋଲି ଆସନ୍ତା ଜାନୁୟାରୀ ତୃତୀୟ ସପ୍ତାହ ସୁଦ୍ଧା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଟ୍ରିବୁନାଲ ଗଠନ ନ କଲେ ମେରିଟ୍ ବେସିସ୍ରେ ତାଙ୍କର ରାୟ ଶୁଣାଇବେ ବୋଲି କେନ୍ଦ୍ର ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି । ଟ୍ରିବୁନାଲ ଗଠନ ନହେଲେ ଓଡ଼ିଶା ମହନଦୀ ଜଳ ବିବାଦ ସଂକ୍ରାନ୍ତରେ ଉଚିତ୍ ନ୍ୟାୟ ପାଇବାରୁ ବଞ୍ôଚତ ହେବ । ଓଡ଼ିଶା ଏହାଦ୍ୱାରା ପ୍ରତାରିତ ହେବା ସହିତ ମହାନଦୀ ସଙ୍କଟ ଆହୁରି ଘନିଭୂତ ହେବାକୁ ଯାଉଛି । ଓଡ଼ିଶାବାସୀ ଏହାକୁ କଠୋର ଭାବରେ ପ୍ରତିବାଦ କରିବା ସହିତ ଅତିଶୀଘ୍ର ମହାନଦୀ ଟ୍ରିବୁନାଲ ଗଠନ ପାଇଁ ଦାବି କରିଛନ୍ତି । ମହାଦନୀର ସଙ୍କଟ ଏବଂ ବିଶେଷକରି ଛତିଶଗଡ଼ ସରକାରଙ୍କ ମହାନଦୀ ଉପରେ ଅତ୍ୟା·ର ବିରୁଦ୍ଧରେ ଓଡ଼ିଶାର ବିଧାନ ସଭାରେ ମଧ୍ୟ ଆଜି ଏ ସଂକ୍ରାନ୍ତରେ ଆଲୋଚନା ହୋଇ ଏକ ସର୍ବଦଳୀୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂସଦରେ ପ୍ରତିବାଦର ସ୍ୱର ଉଠାଇବାକୁ ଆଜିର ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ସମସ୍ତ ସାଂସଦ ଏହା ବିରୁଦ୍ଧରେ ସ୍ୱର ଉଠାଇବାକୁ ଆଜି ବୈଠକରେ ସମସ୍ତ ପ୍ରତିନିଧି ନିବେଦନ କରିଛନ୍ତି । ମହାନଦୀର ସୁରକ୍ଷା ପାଇଁ ଆଇନ୍ଗତ ଲଢେଇ ସହିତ ଜନଗଣଙ୍କ ଲଢେଇକୁ ଶାଣିତ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି । ଟ୍ରିବୁନାଲ ଗଠନ ହୋଇ ତାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ଛତିଶଗଡ଼ରେ ମହାନଦୀ ଉପରେ ନିର୍ମିତ ହୋଇଥିବା ପ୍ରକଳ୍ପ ଗୁଡ଼ିକୁ ବନ୍ଦ ରଖିବାକୁ ମଧ୍ୟ ଆଜିର ବୈଠକରେ ଆହ୍ୱାନ କରାଯାଇଛି । ମହାନଦୀ ଟ୍ରିବୁନାଲ ଗଠନ ବିଳମ୍ବ ହେଲେ ଛତିଶଗଡ଼ ନିର୍ମାଣ କରୁଥିବା ସମସ୍ତ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ସଫଳ ହେବେ ଏବଂ ଏହା ଆଗାମୀ ଦିନରେ ଆହୁରି ସମସ୍ୟା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିବା ସହିତ କେନ୍ଦ୍ର ସରକାର ଏହାକୁ ନୀରବ ସମର୍ଥନ କରୁଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ମଧ୍ୟ ଅଭିହିତ କରିଥିଲେ । ଆଜି ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଡ଼ିସେମ୍ବର ୧୮ ଓ ୧୯ ଦୁଇଦିନ ଧରି ଦିଲ୍ଲୀର ସଂସଦ ସାମ୍ନାରେ ସର୍ବଦଳୀୟ ପ୍ରତିବାଦ ସଭା ଓ ଧାରଣା ଦିଆଯିବ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର କେନ୍ଦ୍ରୀୟ ନେତୃବର୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ଏହି ବୈଠକରେ ବିଜେଡ଼ିର ପ୍ରଦାପ ଦେବ, କଂଗ୍ରେସର ଗଣେଶ୍ୱର ବେହେରା, ସିପିଆଇର ରାମକୃଷ୍ଣ ପଣ୍ଡା, ତୃଣମୂଳ କଂଗ୍ରେସର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଫରୱାର୍ଡ଼ ବ୍ଲକର ଜ୍ୟୋତିରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟିର ରବି ବେହେରା, ଉକ୍ରଳ ଭାରତର କମିଲୁଦିନ ଅହମ୍ମଦ, ଭିଟାମାଟି ସୁରକ୍ଷା ଅଭିଯାନର ଅରୁଣ ଜେନାଙ୍କ ସହିତ ଆହୁରି ଅନେକ ଦଳ ଓ ସାମାଜିକ ସଂଗଠନର ପ୍ରତିନିଧି ଯୋଗ ଦେଇଥିଲେ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଗଠନର ସର୍ବଶ୍ରୀ ଲଳିତ ମୋହନ ପଟ୍ଟନାୟକ, ବାସୁଦେବ ଭଟ୍ଟ, ମନୋଜ ଜେନା, ପ୍ରସନ୍ନ ବିଶୋଇ, ଅଶୋକ ପାଇକରାୟ, ନିରୋଦ ଖୁଣ୍ଟିଆ, ଦୁର୍ଗା ସାମନ୍ତରାୟ ପ୍ରମୁଖ ଆଲୋଚନାରେ ମତାମତ ରଖିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar