Breaking News
Home / Bhubaneswar / Tanning for Junior Red Cross councillors

Tanning for Junior Red Cross councillors

 ଜୁନିୟର ରେଡକ୍ରସ୍ ପରାମର୍ଶ ଦାତା ମାନଙ୍କ ପ୍ରଶିକ୍ଷଣଶିବିର 

ଭୁବନେଶ୍ୱର, ତା.୧୧ଡ଼ିସେମ୍ବର ୨୦୧୭ (ଜିତେନ୍ଦ୍ର ସାହୁ)– ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଜୁନିୟର ରେଡ଼କ୍ରସ ବିଭାଗ ପକ୍ଷରୁ ସ୍ଥାନୀୟ ରେଡ଼କ୍ରସ ଭବନ, ଭୁବନେଶ୍ୱର ଠାରେ ତିନି ଦିବସୀୟ ଜୁନିୟର ରେଡକ୍ରସ୍ ପରାମର୍ଶ ଦାତା ମାନଙ୍କ ମଧ୍ୟରୁ ନୂତନ ତାଲିମଦାତା ମାନଙ୍କ ପାଇଁ ଏକ ପ୍ରଶିକ୍ଷଣଶିବିରର ଆୟୋଜନ କରା ଯାଇଛି ।ଏହି ତାଲିମ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୁନିୟର ରେଡକ୍ରସ୍ର କାର୍ଯ୍ୟକ୍ରମ ଗୁଡିକୁ ଜିଲ୍ଲାସ୍ତରରେ କାର୍ଯ୍ୟକ୍ଷମ କରାଇ ନୂତନ ତାଲିମପ୍ରାପ୍ତ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ସୃଷ୍ଟିକରିବା ଏବଂ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେବା ସହିତ ସେମାନଙ୍କର ସାମାଜିକ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଦିଗରେ ସହାୟକ ହୋଇ ପାରିବା । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ର ୧୦ଟି ଜିଲ୍ଲାରୁ ୪୭ ଜଣ ଜୁନିୟରରେଡକ୍ରସ୍ ପରାମର୍ଶଦାତା ଅଂଶ ଗ୍ରହଣ କରିଛନ୍ତି । ଏହି ତିନିଦିନିଆ ତାଲିମକାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ସ୍କୁଲ ପରିସରରେ ନିରାପତ୍ତା ରକ୍ଷାକରିବା, ଅଗ୍ନିକାଣ୍ଡ ସମୟରେ ସୁରକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ଜୁନିୟର ରେଡ଼କ୍ରସ୍ର ଭୁମିକା, ଜଳ ପରିମଳ ଓ ସ୍ୱାସ୍ଥ୍ୟ, ବିପର୍ଯୟ ଜନିତ କ୍ଷୟକ୍ଷତି ହ୍ରାସକରିବା, ଜଳବାୟୁ ପରିବତ୍ତ୍‍ର୍ନ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଜୁନିୟର ରେଡ଼କ୍ରସ୍ ସ୍ୱେଚ୍ଛାସେବୀର ଭୁମିକା ଇତ୍ୟାଦି ଅନ୍ତର୍ଭୁକ୍ତ ।ଉକ୍ତ ପ୍ରଶିକ୍ଷଣଶିବିରର ଉଦ୍ଘାଟନୀ ଉତ୍ସବରେ ଜୁନିଅର ରେଡ଼କ୍ରସ୍ ଓଡିଶାର ସଚିବ ଡା. ଜ୍ଞାନବ୍ରତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେଏବଂ ପିଲାମାନଙ୍କ ମଧ୍ୟରେ କିପରି ସାମାଜିକ ଉତ୍ତରଦାୟିତ୍ୱ ଓ ସମାଜସେବା ପ୍ରତି ସେବା ମନୋଭାବ ବୃଦ୍ଧି କରାଯାଇ ପାରିବ ଜୁନିୟର ରେଡକ୍ରସ୍ ପରାମର୍ଶଦାତା ମାନଙ୍କୁଉପଦେଶ ଦେଇଥିଲେ ।ଶ୍ରୀମାନ ସରଞନ ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar