Breaking News
Home / Bhubaneswar / Demonstration un aided private college employees

Demonstration un aided private college employees

ନିଖିଳ ଓଡ଼ିଶା ବେସରକାରୀ ଅନୁଦାନପ୍ରାପ୍ତ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ଅଣଶିକ୍ଷକ ସଂଘର ଶୋଭାଯାତ୍ରା.

ଭୁବନେଶ୍ୱର, ୧୧/୧୨/୨୦୧୭(ଜିତେନ୍ଦ୍ର ସାହୁ) : ନିଖିଳ ଓଡ଼ିଶା ବେସରକାରୀ ଅନୁଦାନପ୍ରାପ୍ତ ଅଣ ଅନୁଦାନପ୍ରାପ୍ତ ଶିକ୍ଷକ ଅଣଶିକ୍ଷକ ସଂଘ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସହିତ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଭିନ୍ନ ବର୍ଗର ମହାବିଦ୍ୟାଳୟରେ ୧ଜୁନ୨୦୦୮ଠାରୁ ନିଯୁକ୍ତି ପାଇଥିବା ପ୍ରାୟତଃ ୭୦୦୦ରୁ ଉଦ୍ଧ୍ୱର୍ ଅଧ୍ୟାପକ ଓ କର୍ମ·ରୀ ଯୋଗ ଦେଇଥିଲେ ।ଏମାନଙ୍କୁ ସରକାର କୌଣସି ଅନୁଦାନ ପ୍ରଦାନ କରିନାହାଁନ୍ତି । ସରକାର ଏମାନଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରକାଶ କରିଛନ୍ତି । ଏମାନେ ମହାବିଦ୍ୟାଳୟର ପରି·ଳନା କମିଟି ଦ୍ୱାରା ନିଯୁକ୍ତି ପାଇଛନ୍ତି ।ପରି·ଳନା କମିଟିରେ ବିଧାୟକ, ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ସଭାପତି ଅଛନ୍ତି । ସରକାର ଏହି ପରି·ଳନା କମିଟି ପ୍ରସ୍ତୁତ କରିଥାଆନ୍ତି । ଯେତେବେଳେ ଝଝଈ ଝଝଉ ଆଦି ଫେଲ୍ ମାରି ଶିକ୍ଷା ବ୍ୟବସ୍ଥାକୁ ଶୁଷ୍କ ନିରସ କରିଥିଲା, ସେତେବେଳେ ପରି·ଳନା କମିଟି ଦ୍ୱାରା ନିଯୁକ୍ତି ପାଇ ଏମାନେ ଶିକ୍ଷା ବ୍ୟବସ୍ଥାକୁ ପ୍ରଫୁଲ୍ଲିତ, ସରସ, ସୁନ୍ଦର କରିଛନ୍ତି । ଏମାନେ ସବୁ ଯୁବ ଅଧ୍ୟାପକ ଓ କର୍ମ·ରୀ ହୋଇଥିବାରୁ ମହାବିଦ୍ୟାଳୟ ଅଧିକ ସମୟ ଦେଇ ଅଧିକ କାର୍ଯ୍ୟ କରନ୍ତି । ସେହି ମହାବିଦ୍ୟାଳୟ ମାନଙ୍କରେ ସମାନ କାର୍ଯ୍ୟ କରୁଥିଲେ ବି ଅନ୍ୟ ଅଧ୍ୟାପକ ଓ କର୍ମ·ରୀ ୟୁଜିସି, ଟେଷ୍ଟ ସ୍କେଲ୍ ଆଦି ପାଉଥିବା ବେଳେ ଏମାନେ ପରି·ଳନା କମିଟି ଦ୍ୱାରା ଦିଆଯାଉଥିବା ସ୍ୱଳ୍ପ ବେତନରେ ଚଳୁଛନ୍ତି ଯାହା ଆଜିର ମହଙ୍ଗା ସମୟରେ ଚଳିବା କଷ୍ଟକର ବ୍ୟାପାର । ସରକାରଙ୍କୁ ବାରମ୍ବାର ଅନୁରୋଧ କରିଲେ ବି ସରକାର ଏମାନଙ୍କ କଥା ବି·ର କରୁନାହାଁନ୍ତି ।ଏମାନେ ଗତ ୫.୧୨.୨୦୧୭ରିଖ ଠାରୁ ଲୋୟର ପିଏମ୍ଜିରେ ଶୀତ, କାକର, ବର୍ଷାରେ ବସିଥିଲେ ବି ସରକାର ଏମାନଙ୍କୁ ଆଡ଼ ଆଖିରେ ·ହୁଁ ନାହାଁନ୍ତି । ସତେ ଯେପରି ଏମାନେ ସଉତୁଣୀର ସନ୍ତାନ । ଏମାନଙ୍କ ମୁଖ୍ୟଦାବି ୧ ଜୁନ ୨୦୦୮ରିଖରୁ ଆଜି ପର୍ଯ୍ୟନ୍ତ ଯୋଗ ଦେଇଥିବା ସମସ୍ତ କର୍ମ·ରୀଙ୍କୁ ଅନୁଦାନ ନୀତିରେ ଅନ୍ତର୍ଭୁକ୍ତ କରିବା । ଯେ ପର୍ଯ୍ୟନ୍ତ ସରକାର ଏମାନଙ୍କ ଅନୁଦାନ ପ୍ରଦାନ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସଭାପତି ଡଃ ନବକିଶୋର ମିଶ୍ର କହିଛନ୍ତି । ଏଥିରେ ସମ୍ପାଦକ ଡଃ ରମେଶ ଚନ୍ଦ୍ର ବେହେରା, ଆବାହକ ରାଜକିଶୋର ବାରିକ, ସଂଯୋଜକ ଶ୍ରୀଧର ବେହେର. କୋଷାଧ୍ୟକ୍ଷ ଶେଖ୍ ରିଜ୍ୱାନ, ଦୀପକ କୁମାର ସାହୁ, ପ୍ରକାଶ ପଟ୍ଟନାୟକ, ଇତିଶ୍ରୀ ସୁନ୍ଦରା, ଦିଲ୍ଲୀପ ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar