Breaking News
Home / Bhubaneswar / Congress leader of Odisha expressing their joy after declaration of Rahul Gandhi as AICC president

Congress leader of Odisha expressing their joy after declaration of Rahul Gandhi as AICC president

କଂଗ୍ରେସରେ ନୂତନ ଯୁଗର ଅୟମାରମ୍ଭ – ପ୍ରସାଦ

Bhubaneswar 11th December 2017 :: Congress leader of Odisha expressing their joy after declaration of Rahul Gandhi as AICC president .PCC president Prasad Harichandan & other Congress leaders in a jolly mood at Congress Bhawan Bhubaneswar :: Photo: Biswaranjan Mishra

ଭୁବନେଶ୍ୱର ,୧୧ଡ଼ିସେମ୍ବର ୨୦୧୭ (ମୀନକେତନ ଜେନା)-ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ଭାବେ ରାହୁଲ ଗାନ୍ଧୀ ନିର୍ବାଚିତ ହୋଇଥିବାରୁ ସାରା ରାଜ୍ୟରେ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଏହି ଅବସରରେ କଂଗ୍ରେସ ଭବନ ଆଜି ଉତ୍ସବମୁଖର ହୋଇ ଉଠିଥିଲା । ଶହ ଶହ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଏକତ୍ରିତ ହୋଇ ବାଜା ବଜାଇ ମିଷ୍ଟାନ୍ନ ବଣ୍ଟନ କରି ଖୁସି ମନାଇ ଥିଲେ । ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସରେ ଏକ ନୂତନ ଯୁଗର ଅୟମାରମ୍ଭ ହୋଇଛି ବୋଲି ଉପସ୍ଥିତ ନେତୃବୃନ୍ଦ ଏବଂ କର୍ମୀ ମତବ୍ୟକ୍ତ କରିଥିଲେ । ଭାରତର ଶ୍ରୀ ଗାନ୍ଧୀଙ୍କ ନେତୃତ୍ୱରେ ୨୦୧୯ ରେ କଂଗ୍ରେସ କେନ୍ଦ୍ରରେ ଏବଂ ରାଜ୍ୟରେ ସରକାରକୁ ଫେରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ଡ. ଯୁଧିଷ୍ଠିର ଜେନା, ମତଲୁବ ଅଲ୍ଲୀ, ସନ୍ତୋଷ ସିଂ ସାଲୁଜା, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ଡ. ଲଲାଟେନ୍ଦୁ ମହାପାତ୍ର, ସନ୍ଧ୍ୟା ମହାପାତ୍ର, ସସ୍ମିତା ବେହେରା, ସୌଗତ ମହାନ୍ତି, ବିକାଶ ଗରାବଡୁ, ବିରେନ ମୋହନ ପଟ୍ଟନାୟକ, ମହମ୍ମଦ ଶାହାନୱାଜ, ଦେବାଶିଷ ଭୂୟାଁ, ବିଜୟ ଦ୍ୱିବେଦୀ, ନାରାୟଣ ଦାସ, କିଶୋର ଜେନା, ଜୟଶ୍ରୀ ପଟ୍ଟନାୟକ, ଜିଆ ଉଲ୍ ହକ୍, ସୁଧାଂଶୁ ମହାନ୍ତି, ଦୀପକ ସାହୁ, ସରୋଜ ପରିଡା, ହଳଧର ସେଠୀ, ଜୟନ୍ତ ଭୋଇ, ସତ୍ୟବ୍ରତ ନାୟକ, ମନୋରଞ୍ଜନ ଦାଶ, ସୁଶାନ୍ତ ତ୍ରିପାଠୀ, ସଞ୍ଜୟ ତ୍ରିପାଠୀ, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ସାରଦା ପ୍ରସାଦ ପ୍ରଧାନ, ମନୋଜ ପ୍ରଧାନ, ପ୍ରକାଶ ଜେନା, କୈଳାସ ସାହୁ, ବାଙ୍କନିଧି ବେହେରା, ଶ୍ରୀନିବାସ ରାଉତରାୟ, ମନୋରଞ୍ଜନ ରାଉତରାୟ, ରତ୍ନାକର ବେହେରା, ସୀତାଂଶୁ ଦାସ, ପ୍ରଦୀପ ସ୍ୱାଇଁ, ପ୍ରକାଶ ମିଶ୍ର, ପ୍ରତାପ ରାଉତରାୟ, ସୁଶାନ୍ତ ବେହେରା, ବିଜୟାନନ୍ଦ ଚାଉଳିଆ, ଅଲେଖ ସାମଲ, ମୋହନ ଜେନା, ଲିଙ୍ଗରାଜ ସାହୁ, ସୁଜିତ୍ ପାଢୀ, ଜୟକୃଷ୍ଣ ମଲିଆ, ସଂକୁନା କହଁର, ରାଜୁ ବାରିକ, ବଟକୃଷ୍ଣ ରାଉତରାୟ, ପ୍ରଦୀପ୍ତ ଦାସ, ମନୋଜ ସାହୁ, ରାଧାରଞ୍ଜନ ଶତପଥି, ରବିନ୍ଦ୍ର ହୋତା, ସିଦ୍ଧାର୍ଥ ମହାନ୍ତି, ରଞ୍ଜିତ୍ ପାତ୍ର ପ୍ରମୁଖ ଶହ ଶହ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ ।

About surendrahota

Leave a Reply

%d bloggers like this:
Skip to toolbar