Breaking News
Home / Bhubaneswar / AIDs Awareness Programme by IRS

AIDs Awareness Programme by IRS

ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏଡସ୍ ସଚେତନତା କାର୍ଯ୍ୟକ୍ରମ । ଅନୁଚିନ୍ତା – “ସ୍ୱାସ୍ଥ୍ୟଗତ ଅଧିକାର”

ଭୁବନେଶ୍ୱର, ତା.୧.୧୨.୨୦୧୭- ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ରତଫରୁ ସନ୍ଧ୍ୟା ୫ ଘଟିକାରେ ସ୍ଥାନୀୟ ରେଡ଼କ୍ରସ୍ ଭବନ ସମ୍ମୁଖରେ ଏଡ଼ସ୍ ନିରାକରଣ ସମ୍ବନ୍ଧୀୟ ସଚେତନତା ଏକ ମଶାଲ ରାଲି /ମାନବ ଶୃଙ୍ଖଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୦୦ରୁ ଉଦ୍ଧ୍ୱର୍ ଓଡିଶା ରେଡ଼କ୍ରସ୍ ରାଜ୍ୟ ଶାଖାର ଆଜୀବନ ସଦସ୍ୟ/ସଦସ୍ୟା, ଜୁନିଅର ରେଡ଼କ୍ରସ୍ ଓ ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଏବଂ କାଉନସେଲର ତଥା ରେଡ଼କ୍ରସ୍ର କର୍ମଚାରୀମାନେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ଜ୍ଞାନବ୍ରତ ମହାନ୍ତି ଯୋଗଦେଇ ଆଜି ଦିନର ମହ ୍ୱ ଓ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଏଡସ୍ ଭଳି ମାରାତ୍ମକ ରୋଗକୁ ସମାଜରୁ ଦୁରେଇ ଦେବାପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ, ସମାଜକୁ ସଚେତନ କରାଇବାପାଇଁ ଉତ୍ସାହିତ କରିଥିଲେ । ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିଦେ୍ଧ÷ର୍ଶକ ଡଃ ଅଜିତ ମିଶ୍ର ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଏଚ.୍ ଆଇ.ଭି. ଏଡସ୍ ଭଳି ରୋଗକୁ ଜନସଚେତନତା ମାଧ୍ୟମରେ ପ୍ରତିହତ କରିହେବ ବୋଲି ପ୍ରକାଶ କରିଥିଲେ ।ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଯୁଗ୍ମ ସଚିବ ତଥା ଯୁବ ରେଡକ୍ରସ୍ ଅଧିକାରୀ ଡଃ ମେଜର କଳ୍ପନା ଦାସ ଏହି ମଶାଲ ରାଲି /ମାନବ ଶୃଙ୍ଖଳ କାର୍ଯ୍ୟକ୍ରମକୁୁ ପରିଚାଳନା କରିଥିଲେ । ଶ୍ରୀ ଭାଗ୍ୟଧର ସାହୁ କାର୍ଯ୍ୟକ୍ରମକୁ ପରିଚାଳନାରେ ସହାୟତା କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar