Breaking News
Home / Bhubaneswar / Konark Festival 2017 began

Konark Festival 2017 began

ଓଡିଶୀ ଓ ଭାରତନାଟ୍ୟମ ନୃତ୍ୟରେ ଶୁଭିଲା ନୂପୁରର ନିକ୍ୱଣ କୋଣାର୍କ ଉତ୍ସବ -୨୦୧୭ ଉଦ୍ଘାଟିତ

Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra

ଭୂବନେଶ୍ୱର, ୧ ଡ଼ିସେମ୍ବର ୨୦୧୭ ( ପ୍ରଶାନ୍ତ କୁମାର ଭୁୟାଁ) :-ଓଡିଶା ସରକାର ପର୍ଯ୍ୟଟନ ବିଭାଗ ନିବେଦିତ ତଥା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ସଂଗୀତ ନାଟକ ଏକାଡେମୀ ଆୟୋଜିତ କୋଣାର୍କ ଉତ୍ସବ ୨୦୧୭ ଆରମ୍ଭ ହୋଇଛି । କୋଣାର୍କ ମନ୍ଦିରର ପାଦଦେଶସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ଭୁବନେଶ୍ୱରସ୍ଥିତ ନୂପୁର ଡ୍ୟାନସ୍ ଏକାଡେମୀର ଶିଳ୍ପୀମାନେ ଓଡିଶୀ ନୃତ୍ୟରେ ପରଶି ଦେଇଥିଲେ, ପୁରାଣ ବର୍ଣ୍ଣିତ ପ୍ରସଙ୍ଗ ଆଧାରିତ ନୃତ୍ୟାଭିନୟ ମନ୍ମଥ ପ୍ରସଙ୍ଗ । ତାରକାସୁର ନିଧନ ପାଇଁ ଦେବଗଣଙ୍କ ପ୍ରାର୍ଥନାରେ ବ୍ରହ୍ମା ଇନ୍ଦ୍ରଙ୍କୁ ଅନୁରୋଧ କରନ୍ତି ପ୍ରତିକାର ପାଇଁ । ଦେବରାଜ ଇନ୍ଦ୍ରଙ୍କ ନିର୍ଦ୍ଦେଶରେ ରତି ଓ କାମଦେବ ତପସ୍ୟାରତ ଶିବଙ୍କୁ ପଞ୍ଚଶର ବିଦ୍ଧକରି ତପଭଙ୍ଗ କରନ୍ତି । ଏହାପରେ ଶିବ ଓ ପାର୍ବତୀଙ୍କ ବିବାହ ହୋଇ କୁମାର କାର୍ତ୍ତିକେୟ ଜନ୍ମ ନିଅନ୍ତି ଓ ତାରକାସୁରକୁ ବଦ୍ଧ କରନ୍ତି । ତେବେ ଏ ଦୁଃସାହସ ପାଇଁ କାମଦେବ ଶିବଙ୍କ କ୍ରୋଧାଗ୍ନିରେ ଭସ୍ମ ହୁଅନ୍ତି । ଗୁରୁ ନିରଞ୍ଜନ ରାଉତ ଙ୍କ ବଳିଷ୍ଠ ନିଦ୍ଦେର୍ଶନାକୁ ନୃତ୍ୟରେ ନିଖୁଣ ଭାବରେ ବାଢିଦେଇଥିଲେ ନୂପୁରର ଶିଳ୍ପୀଗଣ । ପରେ ପରେ ମାଲୟେସିଆ ରୁ ଆସିଥିବା ଦି ଟେମ୍ପୁଲ ଅଫ ଫାଇନ୍ ଆର୍ଟସ ର ଶିଳ୍ପୀଗଣ ଉପସ୍ଥାପନ କରିଥିଲେ ଭାରତନାଟ୍ୟମର ଭାବୟାମି ରଘୁରାମମ୍ । ରାମଙ୍କ ଜୀବନ ଅୟନର ଅବତାରଣା-ରାମାୟଣର ବିବିଧ ପ୍ରସଙ୍ଗକୁ ନୃତ୍ୟରେ ଉପସ୍ଥାପନ କରିଥିଲେ ଶଙ୍କର ବନ୍ଦେ ସ୍ୱାମୀଙ୍କ ଶିଷ୍ୟ ଶିଷ୍ୟାଗଣ ।ପ୍ରାରମ୍ଭରେ ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟିତ କରିଥିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, ପୋଲସରା ବିଧାୟକ ସୁକାନ୍ତ ସାହୁ, ବ୍ରହ୍ମଗିରି ବିଧାୟକ ସଞ୍ଜୟଦାସ ବର୍ମା, ପୂବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ପୁରୀ ଜିଲ୍ଲାପରିଷଦ ଅଧକ୍ଷ ଜ୍ୟୋତିର୍ମୟ ଦଳେଇ, ପର୍ଯ୍ୟଟନ ପ୍ରମୁଖ ସଚିବ ଡଃ. ମୋନା ଶର୍ମା, ନିର୍ଦ୍ଦେଶକ ଡଃ. ନିତୀନ ଭାନୁଦାସ ଜାୱାଲେ, ପୁରୀ ଜିଲ୍ଲାପାଳ ଡଃ. ଅରବିନ୍ଦ ଅଗ୍ରୱାଲ ଓ ଆରକ୍ଷୀ ଅଧୀକ୍ଷକ ଡଃ. ସାର୍ଥକ ଷଡଙ୍ଗୀ । ଡଃ. ଶ୍ରାଧନା ଶ୍ରୀବାସ୍ତବ ଓ ଡଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଓଡିଶୀ ଗବେଷଣା କେନ୍ଦ୍ର ମୂଖ୍ୟ ନିର୍ବାହୀ ଡଃ. ସଂଗୀତା ଗୋସାଇଁ, ସଂଗୀତ ନାଟକ ଏକାଡେମୀର ସଚିବ ପ୍ରଦୀପ କୁମାର ମିଶ୍ର, ପର୍ଯ୍ୟଟନ ବିଭାଗର ଅଧିକାରୀ ଉତ୍ପଳ ପତି, ରତିକାନ୍ତ ପଟ୍ଟନାୟକ ଓ କର୍ମକର୍ତ୍ତା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ ।ଚନ୍ଦ୍ରଭାଗା ବେଳାଭୁମୀରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଉପରୋକ୍ତ ଅତିଥି ମାନଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ବିଭିନ୍ନ ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀମାନେ ସମୁଦ୍ର ସୁରକ୍ଷାକୁ ନେଇ ବାଲୁକା କଳାମାନ ପ୍ରଦର୍ଶନ କରିଥିଲେ ଯାହାକି ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକୃଷ୍ଟ କରୁଥିଲା ।

Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra
Bhubaneswar ,1st December 2017 :: With joint collaboration with Govt of Odisha Tourisum department & Odisha Sangeet Natak Academy Konark Festival begins at Open pedal of Konark .Ist evening artists of Nupur Dance Academy perform Odishi Dance based on Tarakasura Badha . This dance was directed by Guru Niranjan Rout.:: Photo, Biswaranjan Mishra

About surendrahota

Leave a Reply

%d bloggers like this:
Skip to toolbar