Breaking News
Home / Bhubaneswar / Natkan-2017 By 34th Indian Institute of Architecture at Bhubaneswar

Natkan-2017 By 34th Indian Institute of Architecture at Bhubaneswar

ଭୁବନେଶ୍ୱରରେ ନାଟ୍କନ୍ ୨୦୧୭ : ୩୪ତମ ଇଣ୍ଡିଆନ୍ ଇନ୍ଷ୍ଟିୁଚ୍ୟଟ୍ ଅଫ୍ ଆର୍କିଟେକ୍ଟର ଜାତୀୟ କର୍ମଶାଳା

ଭୁବନେଶ୍ୱର: ୨୩ ନଭେମ୍ବର ୨୦୧୭ ( ଜିତେନ୍ଦ୍ର ସାହୁ) ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓଡିଶା ଚାପ୍ଟର ପକ୍ଷରୁ ଆସନ୍ତା ୭ରୁ ୯ତାରିଖ ଡିସେମ୍ବର ୨୦୧୭, ସ୍ଥାନୀୟ ହୋଟେଲ ମେ ଫେୟାର ଠାରେ ୩ଦିବସୀୟ ୩୪ତମ ଜାତୀୟ କର୍ମଶାଳା “ଦି- ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟସ ନାଟ୍କନ୍-୨୦୧୭” ର ଆୟୋଜନ କରାଯିବା ବିଷୟ ଘୋଷଣା କରାଯାଇଛି । ଏହି କର୍ମଶାଳା ବିଷୟ ଘୋଷଣା କରି ନାଟ୍କନ୍ ଆର୍ଗାନାଇଜିଂ କମିଟିର ସଭାପତି, ଆର୍କିଟେକ୍ଟ ରମେଶ ଚନ୍ଦ୍ର ସ୍ୱାଇଁ କହିଲେ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ (ଆଇଆଇଏ) ଦ୍ୱାରା ଆୟୋଜିତ ହେଉଥିବା ନାଟ୍କନ୍’ ହେଉଛି ଭାରତର ଆର୍କିଟେକ୍ଟ ମାନଙ୍କର ସର୍ବବୃହତ୍ ଜାତୀୟ କର୍ମଶାଳା । ଚଳିତ ବର୍ଷ ଆଇଆଇଏ ଓଡିଶା ଚାପ୍ଟର ଦ୍ୱାରା ଭୁବନେଶ୍ୱରଠାରେ ନାଟ୍କନ୍-୨୦୧୭ର ଆୟୋଜନ କରାଯାଇଛି ।ଏହି କର୍ମଶାଳା ବିଷୟରେ ଆଇଆଇଏ ଓଡିଶା ଚାପ୍ଟରର ଅଧ୍ୟକ୍ଷ ଓ ନାଟ୍କନ୍-୨୦୧୭ ଅର୍ଗାନାଇଜିଂ କମିଟିର ସେକ୍ରେଟାରୀ, ଆର୍କିଟେକ୍ଟ ସାଗରେନ୍ଦ୍ର ମହାପାତ୍ର କହିଲେ, ନାଟ୍କନ୍-୨୦୧୭ ଭଳି ଏକ ମେଗା କର୍ମଶାଳାର ଆୟୋଜନର ସୁଯୋଗ ପାଇ ଆମେ ଖୁବ୍ ଖୁସି ଓ ଉତ୍ସାହିତ । ୨୦ ବର୍ଷ ପରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ଏହି କର୍ମଶାଳାର ବିଷୟବସ୍ତୁ ହେଲା ‘ଆର୍କିଟେକ୍ଟଚରାଲ ଫୁଟ୍ପ୍ରିନ୍ଟ ଇମ୍ପାକ୍ଟ ଅନ୍ ସିଟିଜ୍’ । ନାଟ୍କନ୍-୨୦୧୭ରେ ଆର୍କିଟେକ୍ଟ ସମ୍ବନ୍ଧୀୟ ବିଭିନ୍ନ ବିଷୟବସ୍ତୁ ଉପରେ ଅନେକ ପ୍ୟାନେଲ ଡିସକସନ୍, ସ୍ପିକରସ୍ ନୋଟ୍, ପ୍ରେଜେନ୍ଟେସନ୍ ଆଦି ରହିଛି । ଏହି ଅବସରରେ ଉପସ୍ଥିତ ନାଟ୍କନ୍-୨୦୧୭ ଅର୍ଗାନାଇଜିଂ କମିଟିର କୋ-କନ୍ଭେନର୍ ଆର୍କିଟେକ୍ଟ ନିଶିଥ୍ ରଂଜନ ନନ୍ଦ କହିଲେ, ଭୁବନେଶ୍ୱର ଏକ ଐତିହାସିକ ସହର ଯାହାକି ଆର୍କିଟେକ୍ଚରାଲ ବିଜ୍ଞାନର ଏକ ସୁନ୍ଦର ନିଦର୍ଶନ । ଏହା ବର୍ତମାନ ସ୍ମାର୍ଟ ସିଟିରେ ପରିବର୍ତନ ହେବାକୁ ଯାଉଛି । ଦୀର୍ଘ ୨୦ବର୍ଷ ପରେ ଏବଂ ଆଇଆଇଏର ୧୦୧ତମ ଜନ୍ମ ଦିବସ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ନାଟ୍କନ୍-୨୦୧୭’ରେ ଦେଶ ବିଦେଶର ସ୍ୱନାମଧନ୍ୟ ଆର୍କିଟେକ୍ଟମାନେ ଭାଗ ନେଇ ଅନେକ ଉଲ୍ଲେଖନୀୟ ବିଷୟବସ୍ତୁ ଉପରେ ଅବଗତ କରାଇବେ । ଏହି କର୍ମଶାଳାରେ ଅନେକ ସ୍ୱନାମଧନ୍ୟ କମ୍ପାନୀ ମଧ୍ୟ ସେମାନଙ୍କର ପ୍ରଡକ୍ଟକୁ ପ୍ରଦର୍ଶିତ କରିବେ । ନାଟ୍କନ୍ ଆର୍ଗାନାଇଜିଂ କମିଟିର କୋ କନଭେନର ଆର୍କିଟେକ୍ଟ ରାଜ କୁଅଁର ନାୟକ କହିଲେ, ଓଡିଶାରେ ଆୟୋଜିତ ହେବାକୁ ଥିବା ‘ନାଟ୍କନ୍-୨୦୧୭’, ଓଡିଶାର ଆର୍କିଟେକ୍ଟମାନଙ୍କ ପାଇଁ ବିଶ୍ୱ ଆର୍କିଟେକ୍ଚରାଲ ଦୁନିଆ ସହିତ ପରିଚିତ ହେବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ତେଣୁ ଏହି କର୍ମଶାଳାରେ ଅଧିକରୁ ଅଧିକ ସଂଖ୍ୟାରେ ଆର୍କିଟେକ୍ଟ କମ୍ପାନୀ, ବିଲ୍ଡର, ଡେଭଲପରସ ଭାଗ ନେବେ । ନାଟ୍କନ୍ ଆର୍ଗାନାଇଜିଂ କମିଟିର କୋ କନଭେନର ଆର୍କିଟେକ୍ଟ ମୌସୁମୀ ନନ୍ଦ ଏହି ଅବସରରେ ଆମେ ଏକ ସୋଭେନିଅର୍ ଉନ୍ମୋଚନ କରିବୁ ଯେଉଁଥିରେ ଅଭିଜ୍ଞ ଆର୍କିଟେକ୍ଟମାନଙ୍କର ଲେଖା ସହ ନାଟ୍କନ୍-୨୦୧୭ ସହିତ ଜଡିତ ସମସ୍ତ ସଂସ୍ଥାର କମ୍ପାନୀ ବିଷୟରେ ସବିଶେଷ ବିବରଣୀ ରହିବ ବୋଲି ଆୟୋଜକ ମାନଙ୍କ ସୁତ୍ରରୁ ଜଣାପଡ଼ିଛି ।

About surendrahota

Leave a Reply

%d bloggers like this:
Skip to toolbar