Breaking News
Home / Agriculture / Save Mahanadi Movement in 3rd Day

Save Mahanadi Movement in 3rd Day

ମହାନଦୀ ବଞ୍ଚାଅ ଆନ୍ଦୋଳନର ଗଣ ସତ୍ୟାଗ୍ରହ ତୃତୀୟ ଦିନରେ

 

ଭୁବନେଶ୍ୱର, ୨୨ ନଭେମ୍ବର ୨୦୧୭ (ଜିତେନ୍ଦ୍ର ସାହୁ) : କେନ୍ଦ୍ର ସରକାରଙ୍କର ମହାନଦୀ ଟ୍ରିବୁନାଲ ଗଠନର ବିଳମ୍ବ ପ୍ରତିବାଦରେ ଭୁବନେଶ୍ୱରର ଲୋୟର ପିଏମଜି. ଛକଠାରେ ·ଲିଥିବା ଗଣ ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଞ୍ôଚଛି । ସତ୍ୟାଗ୍ରହର ଦ୍ୱିତୀୟ ଦିନରେ ଅଧ୍ୟକ୍ଷତା କରି ସଂଗଠନର ଆବାହକ ଶ୍ରୀ ସୁଦର୍ଶନ ଦାସ ସତ୍ୟାଗ୍ରହକୁ ସମସ୍ତ ଓଡ଼ିଶାବାସୀ ଆନ୍ତରିକ ସମର୍ଥନ ଜଣାଇଥିବାରୁ ଧନ୍ୟବାଦ ଦେବା ସହିତ ସମସ୍ତ ରାଜନୈତିକ ଦଳ ଓ ଓଡ଼ିଶାବାସୀ ଏହାକୁ ଆହୁରି ତୀବ୍ରତର କରିବା ପାଇଁ ଆଗେଇ ଆସିବାକୁ ଅନୁରୋଧ କରିଥିଲେ । ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ହୀରାକୁଦରୁ ବାହାରୁଥିବା ଜଳ ବିଦ୍ୟୁତ ଛତିଶଗଡ଼ ସରକାରଙ୍କ ବ୍ୟବହାରରେ ଲାଗୁଛି । ଆମକୁ ଆଗକୁ ଏକ ଦୃଢ ପ୍ରତିବାଦ ସ୍ୱରୂପ ହୀରାକୁଦର ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଛତିଶଗଡ଼କୁ ବିରୋଧ କରିବାକୁ ଆହ୍ୱାନ ଦେଇଥିଲେ । ସି.ପି.ଆଇ.(ଏମ୍-ଏଲ୍)ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ଯୋଗଦେଇ କହିଲେ ଯେ, କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଯେଉଁ ଅବହେଳା ପ୍ରଦର୍ଶନ କରିଛନ୍ତି ଏହାକୁ ଆଗାମୀ ଦିନରେ ଦୃଢ ବିରୋଧ କରାଯିବ । ମହାନଦୀ ଟ୍ରିବୁନାଲ ଶୀଘ୍ର ଗଠନ ନ କରି କେନ୍ଦ୍ର ସରକାର ଛତିଶଗଡ଼ ସରକାର ଓ କମ୍ପାନୀମାନଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଆଜିର ଏହି ସତ୍ୟାଗ୍ରହରେ ମହାନଦୀର ଅବବାହିକାର ଖଣ୍ଡପଡ଼ା, ବୈଦେଶ୍ୱର, ବାଙ୍କି, ଚିଲିକା ଓ ଜଗତସିଂହପୁର ଅ ଳରୁ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ସର୍ବଶ୍ରୀ ଶିବାଜୀ ପଟ୍ଟନାୟକ, ବାସୁଦେବ ଭଟ୍ଟ, ଲଳିତ ମୋହନ ପଟ୍ଟନାୟକ, ପ୍ରସନ୍ନ ବିଶୋଇ, ବିଜୟ ପ୍ରଧାନ, ପରେଶ ଜାଲି, ପଞ୍ଚାନନ ସେଠୀ, ଅଶୋକ ପାଇକରାୟ, ପ୍ରହ୍ଲାଦ ସିଂହ, ଗୌରାଙ୍ଗ ପାଣିଗ୍ରାହୀ, ମମତା ସାମନ୍ତରାୟ, ପ୍ରଭାସିନୀ ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar