Breaking News
Home / Bargarh / 16th Bargarh Book fare started

16th Bargarh Book fare started

ଷୋଡ଼ଶ ବରଗଡ଼ ପୁସ୍ତକ ମେଳା ଉଦ୍‍ଘାଟିତ

ବରଗଡ଼,୨୦/୧୧/୨୦୧୭- ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆ ପରିସରରେ ଗାନ୍ଧୀ ସ୍ମୃତି ପାଠାଗାର ଆନୁକୂଲ୍ୟରେ ଆୟୋଜିତ ଷୋଡ଼ଶ ବରଗଡ଼ ପୁସ୍ତକ ମେଳା ଆଜି ଆନୁଷ୍ଠାନିକ ରୂପେ ଉଦ୍‍ଘାଟିତ ହୋଇଯାଇଛି । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି, ବରଗଡ଼ ନଗରପାଳ ପ୍ରଶାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଗାନ୍ଧୀ ସ୍ମୃତି ପାଠାଗର ର ସଭାପତି ଅରୁଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‍ଘାଟନୀ ସମାରୋହର ପ୍ରାରମ୍ଭରେ ଅତିଥିମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରିଥିଲେ । ପାଠାଗାରର ସମ୍ପାଦକ ଅଧ୍ୟାପକ ତପନ ବାରିକ ସ୍ୱାଗତ ସମ୍ଭାଷଣ ଜଣାଇବା ସହ ଅତିଥି ପରିଚୟ ପ୍ରଦାନ କରିବା ସହ ବରଗଡ଼ ପୁସ୍ତକ ମେଳାର ଅତୀତ ଇତିହାସ ଏବଂ ସାଂପ୍ରତିକ ସ୍ଥିତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆର୍ଥିକ ସହାୟତାରେ ଗାନ୍ଧୀ ସ୍ମୃତି ପାଠାଗାର ଦ୍ୱାରା ସଙ୍କଳିତ କବି ଖଗେଶ୍ୱର ସେଠଙ୍କ ଗ୍ରନ୍ଥାବଳୀ ଏବଂ ଗାନ୍ଧୀ ସ୍ମୃତି ପାଠାଗାର ଗାନ୍ଧୀ ସ୍ମୃତି ପାଠାଗାରର ମୁଖପତ୍ର ‘ବରପୁତ୍ର’ ସମେତ ଅଧ୍ୟାପକ ଉତ୍ପନ୍ନ ଭୋଇଙ୍କ ଦ୍ୱାରା ସଂପାଦିତ ସମ୍ବଲପୁରୀ କେଲେଣ୍ଡର ଉନ୍ମୋଚିତ ହୋଇଥିଲା । ଉଦ୍‍ଘାଟନୀ ଉତ୍ସବରେ ଯୋଗଦେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ ଯେ, ଡିଜିଟାଲ ମିଡ଼ିଆର ବ୍ୟାପକତା ସତ୍ତେ୍ୱ ଏବେବି ପ୍ରିଣ୍ଟ ମିଡ଼ିଆ ଏବଂ ଛାପା ପୁସ୍ତକର ଚାହିଦା ରହିଛି । ତେବେ ଡିଜିଟାଲ ମିଡ଼ିଆ ଯୋଗୁ ସାଧାରଣ ପାଠକ ପୁସ୍ତକ ଠାରୁ କ୍ରମେ ଦୂରେଇ ଯାଉଛନ୍ତି ।ଏଣୁ ପାଠକମାନଙ୍କୁ ପୁସ୍ତକାଭିମୁଖୀ କରିବା ଦିଗରେ ଗାନ୍ଧୀ ସ୍ମୃତି ପାଠାଗାରର ବରଗଡ଼ ପୁସ୍ତକ ମେଳା ଆୟୋଜନ ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ପ୍ରକାଶ କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶା ବିକାଶ ପରିଷଦରଅଧ୍ୟକ୍ଷ କିଶୋର ମହାନ୍ତି ତାଙ୍କ ବକ୍ତବ୍ୟରେ ଓଡ଼ିଆ ସାହିତ୍ୟ ଜଗତକୁ ପଶ୍ଚିମ ଓଡ଼ିଶାର କବି ସାହିତ୍ୟିକଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଆ ସାହିତ୍ୟର ସ୍ଥିତି ଓ ସମାଜିକ ପରିବର୍ତ୍ତନ ଦ୍ୱାରା ସାହିତ୍ୟ କିପରି ପ୍ରଭାବିତ ହେଉଛି ସେ ପ୍ରସଙ୍ଗରେ ଆଲୋକପାତ କରିବା ସହ ବରଗଡ଼ ପୁସ୍ତକ ମେଳାକୁ ଜିଲାର ଗର୍ବ ଓ ଗୌରବ ରୂପେ ଅଭିହିତ କରିଥିଲେ । ପରିଶେଷରେ ଅଧ୍ୟାପିକା ସଂଘମିତ୍ରା ମିଶ୍ରା ଗାନ୍ଧୀ ସ୍ମୃତି ପାଠାଗାରର ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar