Breaking News

କେନ୍ଦ୍ର ସରକାରଙ୍କ ବିଭିନ୍ନ ଅର୍ଥନୈତିକ ସଂସ୍କାର କାରଣରୁ ଦେଶ ଆଜି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି : ଅରୁଣ ସିଂହ

୍ଡ ଆନ୍ତର୍ଜାତିକ ସଂସ୍ଥା ମୁଡି ସର୍ଭେ ରିପୋର୍ଟ ଦେଶର ଅର୍ଥନୈତିକ ସୁଦୃଢତାକୁ ସ୍ପଷ୍ଟ ପ୍ରମାଣିତ କରିଛି

୍ଡ ବିମୁଦ୍ରାକରଣ ଏବଂ ଜିଏସଟି କାରଣରୁ ଏହା ସମ୍ଭବ ହୋଇପାରିଛି

୍ଡ ଆଗାମୀ ଦିନରେ ଭାରତ ସମଗ୍ର ବିଶ୍ୱ ବଜାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ

୍ଡ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁୁବନେଶ୍ୱର, ତା.୧୮/୧୧: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କ ବିଭିନ୍ନ ଅର୍ଥନୈତିକ ସଂସ୍କାର କାରଣରୁ ଦେଶ ଆଜି ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ସଦ୍ୟ ପ୍ରକାଶିତ ବିସ୍ୱସ୍ତରୀୟ ମୁଡି ସର୍ଭେ ଅନୁଯାୟୀ ୧୩ ବର୍ଷ ଅନ୍ତର ପରେ ଭାରତ ଆଜି ପୁଣି ଥରେ ଉଭୟ ଦେଶୀୟ ଓ ବିଦେଶୀ ପୁଂଜି ନିବେଶକାରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଅଟେ । ଏହା ଆମ ଦେଶର ଅର୍ଥନୈତିକ ସୁଦୃଢତାକୁ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଶ୍ରୀ ଅରୁଣ ସିଂହ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦୃଢ ଓ ବଳିଷ୍ଟ ନିଷ୍ପତି କାରଣରୁ ଭାରତ ବର୍ଷ ଆଜି ସମଗ୍ର ବିଶ୍ୱ ବଜାରରେ ପ୍ରଶଂସିତ ହୋଇପାରଥିବା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଶ୍ରୀ ସିଂହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗଚ୍ଛିତ ପୁଂଜି ଅର୍ଥ ୬୦.୮ ବିଲିୟନ ଡଲାରରେ ପହଂଚି ପାରିଛି ବୋଲି ଶ୍ରୀ ସିଂହ ସୁଚନା ଦେଇ କହିଛନ୍ତି ।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଗତ ବର୍ଷ ବିମୁଦ୍ରାକରଣ ଏବଂ ଚଳିତ ବର୍ଷ ଜିଏସଟି ଭଳି ଐତିହାସିକ ନିଷ୍ପତି କାରଣରୁ ଦେଶର ଅର୍ଥନୈତିକ ସ୍ଥିତି ସୁଦୃଢ ହୋଇପାରିଛି । ବର୍ତମାନ ଦେଶରେ ବ୍ୟବସାୟ ପାଇଁ ବିଦେଶୀ ଏବଂ ଦେଶୀୟ ପୁଂଜି ବିନିଯୋଗକାରୀଙ୍କ ପାଇଁ ଅନୁକୁଳ ବାତାବରଣ ସୃଷ୍ଟି ହୋଇଛି ଏବଂ ଏହି କାରଣରୁ ଆଗାମୀ ଦିନରେ ଭାରତ ସମଗ୍ର ବିଶ୍ୱ ବଜାରରେ ନିଶ୍ଚିତ ଭାବେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସିଂହ ଦୃଢ ଆଶା ବ୍ୟକ୍ତ କରିଛନ୍ତି ।ଆଜି କଳାଧନକୁ ରୋକିବା ପାଇଁ ବିମୁଦ୍ରାକରଣ ଏବଂ ଜିଏସଟି ଭଳି ଐତିହାସିକ ନିଷ୍ପତି ଓ ପଦକ୍ଷେପ ଅତ୍ୟନ୍ତ ଲାଭଦାୟକ ହୋଇଛି । କେବଳ କଳାଧନ ନୁହେଁ, ବରଂ ଟ୍ୟାକ୍ସ ଚୋରୀକୁ ମଧ୍ୟ ରୋକା ଯାଇ ପାରିଛି । ଡିଜିଟାଲ ପେମେଂଟ ୨୧୮ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ୩ କୋଟିରୁ ଉର୍ଦ୍ଧ ନାଗରିକ ଇ-ରିଟର୍ଣ୍ଣ କରିଛନ୍ତି । ୫୬ ଲକ୍ଷ ନୂତନ କରଦାତା ସୃଷ୍ଟି ହୋଇପାରିଛନ୍ତି । ୨.୨୪ ଲକ୍ଷ ନକଲି କଂପାନୀର ରେଜିଷ୍ଟ୍ରେସନ ବାତିଲ କରାଯାଇଥିବାବେଳେ ବିମୁଦ୍ରାକରଣ ପରେ ୧୭ ଲକ୍ଷ ବ୍ୟାଂକ ଆକାଉଂଟରେ ଜମା ହୋଇଥିବା ଅର୍ଥର ଜାଂଚ କରାଯାଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପଦକ୍ଷେପ ନିଆଯ।।ଉଛି । ଏଫଡିଆଇରେ ଗଚ୍ଛିତ ପୁଂଜି ଅର୍ଥ ୬୦.୮ ବିଲିୟନ ଡଲାରରେ ପହଂଚି ପାରିଛି ବୋଲି ଶ୍ରୀ ସିଂହ ସୁଚନା ଦେଇ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦୃଢ ଓ ବଳିଷ୍ଟ ନିଷ୍ପତି କାରଣରୁ ଭାରତ ବର୍ଷ ଆଜି ସମଗ୍ର ବିଶ୍ୱ ବଜାରରେ ପ୍ରଶଂସିତ ହୋଇପାରଥିବା କାରଣରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ଅର୍ଥମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀଙ୍କ ସମେତ କେନ୍ଦ୍ର ସରକାରଙ୍କୁ ଶ୍ରୀ ସିଂହ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ଉପ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar