Breaking News
Home / Bhubaneswar / State level domestic workers convention

State level domestic workers convention

ନିଜର ଅଭାବି ପରିବାରକୁ ସହଯୋଗ କରିବା ପାଇଁ ପର ଘରେ କାମ କରୁଥିବା ଘରୋଇ ସହାୟକମାନଙ୍କୁ ସଂଗଠିତ କରି ସୁବ୍ୟବସ୍ଥିତ ଭାବରେ ଗୃହକ ର୍ାଙ୍କ ସହିତ ସମନ୍ୱୟ ରକ୍ଷା କରି ଉଭୟ ପକ୍ଷର ସ୍ୱାର୍ଥକୁ ସୁରକ୍ଷା ଦେବା ସହିତ ସେମାନଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ଯଥା :- ସାମାଜିକ ସୁରକ୍ଷା, ପଞ୍ଜିକରଣ, ପରିଚୟ ପତ୍ର, କର୍ମସ୍ଥଳରେ ସୁରକ୍ଷା, ଉପଯୁକ୍ତ ପାରିଶ୍ରମିକ ପ୍ରଦାନ, ସରକାରୀସ୍ତରରେ ମିଳୁଥିବା ସୁବିଧା ସୁଯୋଗର ସଠିକ୍ ବିନିଯୋଗ, ମାଗଣା ଓ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ଓ ଜୀବନ ବୀମା, ବର୍ଷକୁ ୧୫ଦିନ ସବୈତଦିକ ଛୁଟି ଇତ୍ୟାଦି ସୁବିଧା ସୁଯୋଗ ଯୋଗାଇଦେବା ଏବଂ ଭୁଲ୍ ବୁଝାମଣାରୁ ସମୟ ସମୟରେ ଗୃହକ ର୍ା ଓ ଗୃହ ସହାୟକମାନଙ୍କ ମଧ୍ୟରେ ଘଟୁଥିବା ଅଘଟଣା ଏବଂ ଦୁର୍ଘଟଣାର ସମାଧାଦନ ପାଇଁ ଏକ ସମନ୍ୱୟ ସେତୁ ଭାବରେ କାମ କରିବା ପାଇଁ “ଓଡ଼ିଶା ଜନଶକ୍ତି’ର ସୃଷ୍ଟି ।ଆଜି ତା ୧୨.୧୧.୨୦୧୭ରିଖ ଭୁବନେଶ୍ୱର ଇଡ୍କଲ ଅଡ଼ିଟୋରିୟମଠାରେ ଆୟୋଜିତ ଏହାର ଉଦ୍ଘାଟନ ସଭାରେ ଓଡ଼ିଶାର ମାନ୍ୟବର ମହିଳା ଓ ଶିଶୁ ବିକାଶ, ଅଣୁ ଓ କ୍ଷୁଦ୍ରଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ‘ସମାଜ ମଙ୍ଗଳ ବୋର୍ଡ଼’ର ଅଧ୍ୟକ୍ଷା ଶ୍ରୀମତୀ ଲତିକା ପ୍ରଧାନ, ‘ମହିଳା ଅଧିକାର ଅଭିଯାନ’ର ସଭାନେତ୍ରୀ ଶ୍ରୀମତୀ ନମ୍ରତା ଚଢା, ବିଶିଷ୍ଟ ଶ୍ରମିକ ନେତା ଦାମୋଦର ମହାପାତ୍ର, ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଶ୍ରମିକ ନେତା ସୁର ଜେନା, ଏଲ୍.ଡ଼ବ୍ଲୁ.ଏସ୍.ର ମୋନାଲିସା ଭଞ୍ଜ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ “ଓଡ଼ିଶା ଜନଶକ୍ତି”ର ଅଧ୍ୟକ୍ଷ ତଥା ବିଶିଷ୍ଟ ମାନବାଧିକାର କର୍ମୀ ମନୋଜ ଜେନା ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ କାର୍ଯ୍ୟକାରୀ ସଭାପତି ବାସୁଦେବ ଭଟ୍ଟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ ଅନୁଷ୍ଠାନର ସମ୍ପାଦିକା ସୁଶ୍ରୀ କବିତା ମଞ୍ଜରୀ ପରିଡ଼ା ।କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଗୃହ ସହାୟକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏଥିରେ ବିଶିଷ୍ଟ ଶ୍ରମିକ ନେତ୍ରୀ ଡଃ ରୀନା ରାଉତରାୟ, ନମିତା ପାଲ୍, ମାନବାଧିକାର କର୍ମୀ ମମତା ସାମନ୍ତରାୟ ଅତିଥି ଭାବରେ ଯୋଗଦେଇ ଗୃହ ସହାୟକମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ସଂଗଠନର ଉପସଭାପତି ନିରଦ ଖୁ ିଆ । ସ୍ୱାଗତ ଭାଷଣ ଦେଇଥିଲେ ଅନ୍ୟତମ ପ୍ରତିଷ୍ଠାତା ସଭ୍ୟ ଦେବାଶିଷ ମିଶ୍ର ଏବଂ ଶେଷରେ ଲକ୍ଷ୍ମୀକାନ୍ତ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ମାନସୀ ଦାସ, ଅନିଶା ସାହୁ, ବିଭୁପ୍ରସାଦ ମିଶ୍ର, ପୁଷ୍ପଲତା କଅଁର, ପୁଜା ମିଶ୍ର, ରୋଜାଲିନ ଜେନା, ଶେଖର ଚନ୍ଦ୍ର ରାଉତଙ୍କ ସମେତ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକ ର୍ାମାନେ ଯୋଗଦେଇ ସମାବେଶକୁ ପରି·ଳନା କରିଥିଲେ ।

About surendrahota

Leave a Reply

%d bloggers like this:
Skip to toolbar