Breaking News
Home / Bhubaneswar / BJP leder meets Union Agriculture minister

BJP leder meets Union Agriculture minister

ପୋକ ଆକ୍ରମଣ ଏବଂ ବର୍ଷାଭାବ କାରଣରୁ ଫସଲହାନୀ ପ୍ରସଙ୍ଗରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି ଅବଗତ କଲା ରାଜ୍ୟ ବିଜେପି

ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲା
ସ୍ଥିତିର ଗାମ୍ଭୀରତାକୁ ହୃଦୟଙ୍ଗମ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ
ଭବିଷ୍ୟତରେ ଏଭଳି ଭୟଙ୍କର ସ୍ଥିତିକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ

Bhubaneswar ,12th November 2017::: Union Agriculture Minister Arrived at Bhubaneswar ::: Photo Biswaranjan Mishra

ଭୁବନେଶ୍ୱର, ତା.୧୨/୧୧/୨୦୧୭:(ମୀନକେତନ ଜେନା) ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ ରାଜ୍ୟର ୨୪ଟି ଜିଲ୍ଲାର ୧୫୦ଟି ବ୍ଲକ ଅନ୍ତର୍ଗତ ୧୯୦୭ଟି ପଂଚାୟତର ୮୦୯୨ ଗ୍ରାମ ସମେତ ୩୫ଟି ନଗରାଂଚଳର ୧୪୮ଟି ୱାର୍ଡ ଅଂଚଳରେ ପୋକ ଜନିତ ଫସଲ ହାନୀ ହୋଇଛି । ସେହିପରି ବର୍ଷାଭାବ କାରଣରୁ ୧୫ଟି ଜିଲ୍ଲାର ୭୦ଟି ବ୍ଲକ ଏବଂ ୧୧ଟି ନଗରାଂଚଳ ପ୍ରଭାବିତ ହୋଇ ବହୁ ଫସଲ ହାନୀ ହୋଇଛି । ଏପରିକି ଉଭୟ ବର୍ଷାଭାବ ଏବଂ ପୋକ କାରଣରୁ ମଧ୍ୟ ରାଜ୍ୟର ବହୁ ଅଂଚଳରେ ଫସଲହାନୀ ହୋଇଛି । ଚାଷୀଙ୍କ ଏଭଳି ଅସମୟରେ ସରକାରୀ ପ୍ରୋତ୍ସାହନ ଏବଂ ସହାୟତା ନିହାତି ଆବଶ୍ୟକ । ମାତ୍ର ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା ଓ ନିଷ୍କ୍ରିୟତା କାରଣରୁ ବିହନ ଓ କୀଟନାଶକ ପାଇଁ ଆସିଥିବା ୫୩ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠିରୁ ମାତ୍ର ୩ କୋଟିରୁ କମ୍ ଟଙ୍କା ଖର୍ଚ୍ଚ ହେବା ଏବଂ ବଳକା ଟଙ୍କା ପୁଣି କେନ୍ଦ୍ରକୁ ଫେରିଯାଇଛି । କେନ୍ଦ୍ର କୃଷି ଗବେଷଣା ଅନୁଷ୍ଠାନ (ଆସିଏଆର)ଙ୍କ ପୋକ ଜନିତ ଫସଲହାନୀ ସମ୍ଭାବନାର ବାରମ୍ବାର ସୁଚନା ପ୍ରଦାନ ସତ୍ୱେ ରାଜ୍ୟ ସରକାର କୈାଣସି ପଦକ୍ଷେପ ଗ୍ରହଣ କରିନଥିଲେ । ବହୁ ସ୍ଥାନରେ ଆଦୈା କୀଟନାଶକ େଓ÷ାଷଧ ପ୍ରୟୋଗ କରାଯାଇନାହିଁ କିମ୍ବା ନିମ୍ନମାନର କୀଟନାଶକ େଓ÷ାଷଧର ବ୍ୟବାହାର କରଣରୁ ଏହି ପୋକକୁ ରୋକାଯାଇ ପାରିଲା ନାହିଁ, ଯାହା ଫଳରେ ଆଜି ଏହି ସ୍ଥିତି ଭୟଙ୍କର ରୂପ ଧାରଣ କରିସାରିଛି । ଏଭଳି ସମୟରେ ଦୁର୍ଦିନରେ ଥିବା ଚାଷୀକୂଳଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ଗସ୍ତରେ ଆସିଥିବା କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଭେଟି ରାଜ୍ୟର ସାଂପ୍ରତିକ ପୋକ ଓ ବର୍ଷଭାବ ଜନିତ ଫସଲହାନୀ ସଂପର୍କରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ଏହି ପ୍ରସଙ୍ଗରେ ସଠିକ ତର୍ଜମା କରିବା ସହ ଭବିଷ୍ୟତରେ ଯେଭଳି ଏପରି ସଂକଟକୁ ନିୟନ୍ତ୍ରଣ କରାଯାଇପାରିବ, ସେ ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ ଜଣାଇଥିବାବେଳେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ପ୍ରସଙ୍ଗରେ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।ଏହି ପ୍ରତିନିଧି ଦଳରେ ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ରବି ନାରାୟଣ ନାଏକ, ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଓ ଲେଖାଶ୍ରୀ ସାମନ୍ତସିଂହାର, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସମୀର ପାତ୍ର ଏବଂ ରବି ନାରାୟଣ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

About surendrahota

Leave a Reply

%d bloggers like this:
Skip to toolbar